Posted inଜାତୀୟ

ପୋଲିସ ସହାୟତାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଭାଜପା ଗୁଣ୍ଡାଙ୍କ ଆକ୍ରମଣ : ଏଏପିର ଅଭିଯୋଗ

ନୂଆଦିଲ୍ଲୀ,୧୦।୧୨- ପୋଲିସର ସାହାଯ୍ୟରେ ଭାଜପାର ଗୁଣ୍ଡାମାନେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଆମ ଆଦମି ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୋଲିସ ଉପସ୍ଥିତିରେ ଗୁଣ୍ଡାମାନେ ବାସଭବନ ପରିସରରେ ପ୍ରବେଶ କରିଥିଲେ। ଦିଲ୍ଲୀରେ ଦିନକୁ ଦିନ ଭାଜପା କାହିଁକ ନିରାଶ ହେଉଛି ବୋଲି ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ।

ଗୁରୁବାର ସକାଳେ ଏଏପି ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଭାଜପା କର୍ମକର୍ତ୍ତା ଓ ଦିଲ୍ଲୀ ପୋଲିସ ଉପରେ ସଙ୍ଗୀନ ଆରୋପ ଲଗାଇଥିଲେ। ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ଭାଜପା କର୍ମକର୍ତ୍ତାଙ୍କୁ ରୋକି ନ ଥିଲା ଉପସ୍ଥିତ ପୋଲିସ। ଆଉ ବ୍ୟାରିକେଡ୍‌ ମଧ୍ୟ ହଟାଇ ଦେଇଥିଲା ବୋଲି ସୌରଭ ଦାବି କରିଥିଲେ। ଏହି ଘଟଣାକୁ ଏଏପି ନେତା ଅତିଶୀ ମାରଲେନା ଦିଲ୍ଲୀ ରାଜନୀତିର ‘କଳା ଦିବସ’ ବୋଲି କହିଛନ୍ତି। ଅନ୍ୟପଟେ ପୋଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍‌ଜିଟ୍‌ ପୋଲ୍‌ ପରେ ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଏବେ ରାଜନୀତି ଭିନ୍ନ...

ମେହବୁବାଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ,୧୫।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଜେକେଏଲ୍‌ଏଫ୍‌ର ମୁଖ୍ୟ ୟାସିନ...

ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ନିର୍ଭୟା ପାଣ୍ଠି ପଡ଼ିରହିଛି: ୧୬ଶହ ୪୯ କୋଟିରୁ ୧୪୭ କୋଟି ହୋଇଛି ବିନିଯୋଗ; ୬ ରାଜ୍ୟରେ ଶୂନ ଖର୍ଚ୍ଚ

ନୂଆଦିଲ୍ଲୀ, ୧୬।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରାଯାଇଥିବା ନିର୍ଭୟା ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ୨୦୧୩ଠାରୁ...

ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…

ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି...

ମହରମର ଜୁଲୁସ ବାହାରିବା ସମୟରେ ଦୁର୍ଘଟଣା

ହାଇଦ୍ରାବାଦ, ୧୦।୯: ଆନ୍ଧ୍ର ପ୍ରଦେଶ କୁର୍ନଲ ଜିଲାରେ ବି ଖଣ୍ଡ୍ରାପାଡୁ ଗଁ।ରେ ସୋମବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ...

ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ..

ଭୋପାଳ,୨।୮ : ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୀ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର  ଚିତା ବାଘୁଣୀ...

୨୦ରୁ କମ୍‌ ପିଏଲ୍‌ଏ ସୈନ୍ୟ ନିହତ ହୋଇଥିବା ଚାଇନା ମାନିଲା

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ଗତ ୧୫ ତାରିଖରେ ଲଦାଖ ଅନ୍ତର୍ଗତ ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ୨୦ରୁ କମ୍‌ ସୈନ୍ୟ ନିହତ ହୋଇଥିବା...

୪ ନୂଆ ଜିଲା ପ୍ରସ୍ତାବକୁ ଆସାମ କ୍ୟାବିନେଟରେ ଅନୁମୋଦନ

ଗୁଆହାଟୀ,୨୫ା୮: ଆସାମରେ ୪ ନୂଆ ଜିଲା ଓ ୮୧ ସବ୍‌ଡିଭିଜନ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୧୦୦ତମ କ୍ୟାବିନେଟ...

Advertisement
Archives

Model This Week