Posted inଜାତୀୟ

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏକତରଫା ଭାବେ ସମନ ଜାରି କରିଛି। ଉକ୍ତ ୩ ଅଫିସର ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ଘଟଣା ପରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି। ସାଧାରଣତଃ ସର୍ବଭାରତୀୟ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନିଆଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ କ୍ଷେତ୍ରରେ ତାହା ହୋଇନାହିଁି। ରାଜ୍ୟର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରମାନଙ୍କୁ ଆତଙ୍କିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପଶ୍ଚିମବଙ୍ଗରେ ପରୋକ୍ଷରେ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲାଙ୍କୁ ପତ୍ର ଲେଖି ଏହାର ପ୍ରତିବାଦ ଜଣାଇଛନ୍ତି। ଗୁରୁବାର ନଡ୍ଡାଙ୍କ ଗାଡ଼ି ଉପରେ ଢେଲାମାଡ଼ ଘଟଣା ପାଇଁ ସେ ନିଜେ ଦାୟୀ ବୋଲି ଟିଏମ୍‌ସି ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜ ପୋର୍ଟାଲକୁ ବି କରିବାକୁ ପଡିବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୬ ।୭: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଏବଂ ଖବରକାଗଜ ସହ ସମାନ କରିବାକୁ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି...

ନକଲି ପ୍ରୋଭିଜିନାଲ ଆଡ୍‌ମିଶନ ତାଲିକାରେ ରହିଛି ସନ୍ନି ଲିଓନିଙ୍କ ନାମ

କୋଲକାତା, ୩୦।୮: ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣାସ୍ଥିତ ବର୍‌ସାତ୍‌ ସରକାରୀ କଲେଜର ଆଡ୍‌ମିଶନ ଲାଗି ନକଲି ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ ସୋସିଆଲ ମିଡିଆରେ ଘୂରି ବୁଲୁଛି।...

ମାଗଣାରେ ଲୋକଙ୍କୁ ମାସେ ଯାଏଁ ମିଳିବ ଭିଟାମିନ୍‌-ସି’ଯୁକ୍ତ ଫଳ

ଅଗରତାଲା, ୧।୭: ତ୍ରିପୁରାରେ ଲୋକଙ୍କୁ ମାଗଣାରେ ଭିଟାମିନ୍‌-ସି’ଯୁକ୍ତ ଫଳ ମାସେ ଯାଏଁ ଯୋଗାଇ ଦିଆଯିବ। ଏହାଦ୍ୱାରା କରୋନା ଲଢ଼େଇରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...

ନଭେମ୍ବର ୮ରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୨।୧୦: ନଭେମ୍ବର ୮ରେ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରମନ୍ତ୍ରୀ ହସ୍‌ରମିତ କୌର ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି।...

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା...

କରୋନାର ତୃତୀୟ ଲହରରେ କେମିତି ରହିବେ ସୁରକ୍ଷିତ: ଏମ୍ସ ପ୍ରଫେସର୍‌ ଦେଲେ ଟିପ୍ସ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଗତି ବହୁତ ମନ୍ଥର ହୋଇଛି। ଗତ ଏକ ସପ୍ତାହ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ...

୫୩ ଦେଶରେ ୩୩୩୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ,୧୭।୪: ୫୩ ଦେଶରେ ମୋଟ ୩୩୩୬ ଜଣ ଭାରତୀୟ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ହେଲାଣି। ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଧୈର୍ଯ୍ୟ ରଖିବା...

Advertisement
Archives

Model This Week