ଡେପୁଟେଶନ ଚିନ୍ତା

ଗୁଜରାଟ କ୍ୟାଡରର ୭ ଜଣ ଉଚ୍ଚ ପଦାଧିକାରୀ ଆଇପିଏସ୍‌ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେଶନ ପାଇଁ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଅନୁରୋଧ କରିଛି। ଏହାକୁ ନେଇ ତାଲିକାରେ ସ୍ଥାନ ପାଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଧିକ ଗୁଞ୍ଜରଣ ସୃଷ୍ଟି ହେବା ସହ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ତାଲିକାରେ ଥିବା ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ସୁରଟ ରେଞ୍ଜର ଆଇଜିପି ଭି.ଚନ୍ଦ୍ରଶେଖର, ମେହସାନାର ଅଖାଲ ତାଇଗୀ, ଆନନ୍ଦର ଏସ୍‌ପି ପ୍ରବୀଣ ମୀନା, ଅହମଦାବାଦର ଏସ୍‌ପି ଅମିତ ଭାସାଭା, ଅହମଦାବାଦ ସାଇବର ସେଲ୍‌ର ଡିସିପି ଅଜିତ ରାଜିଆନ, ଏଟିଏସ୍‌ର ଏସ୍‌ପି ସୁନୀଲ ଯୋଶୀ ଏବଂ ଅହମଦାବାଦ କେନ୍ଦ୍ରୀୟ ଜେଲର ଏସ୍‌ପି ଶ୍ୱେତା ଶ୍ରୀମାଲି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଡେପୁଟେଶନରେ ଏହା ଚନ୍ଦ୍ରଶେଖରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ହେବ। ଏହା ପୂର୍ବରୁ ସେ ସିବିଆଇରେ ଡିଆଇଜି ଭାବେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ, ସୁନୀଲ ଯୋଶୀ ଏବଂ ଶ୍ୱେତା ଶ୍ରୀମାଲିଙ୍କ ସ୍ବାମୀ-ସ୍ତ୍ରୀ ଯୋଡ଼ି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ)କୁ କେନ୍ଦ୍ରୀୟ ଡେପୁଟେଶନ ପାଇଁ ସ୍ଥିର କରାଯାଇଛି। ସିବିଆଇରେ ନ ରହିବା ଲାଗି ଯୋଶୀ ଅନୁରୋଧ କରିବା ଯୋଗୁ ତାଙ୍କୁ ଏନ୍‌ଆଇଏରେ ଦାୟିତ୍ୱଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଗୃହ ମନ୍ତ୍ରଣାଳୟ ଅବଶିଷ୍ଟ ୫ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ସିବିଆଇ ଡେପୁଟେଶନ ପାଇଁ ଚୟନ କରିଥିବା ଦର୍ଶାଇଛି। ସୂଚନାନୁଯାୟୀ ବିଭିନ୍ନ ରାଜ୍ୟରୁ ମୋଟ ୧୩ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ରୀୟ ଡେପୁଟେଶନ ପାଇଁ ଶର୍ଟଲିଷ୍ଟ କରାଯାଇଥିଲା। ୬ଜଣ ଆଇପିଏସ୍‌ ଅଧିକାରୀଙ୍କୁ ରିଲିଜ୍‌ ଲାଗି ଏମ୍‌ଏଚ୍‌ଏ ଅନ୍ୟ ରାଜ୍ୟଗୁଡ଼ିକୁ ଜଣାଇଥିବାବେଳେ ଖୁବ୍‌ ଶୀଘ୍ର ଗୁଜରାଟର ୭ ଜଣ କ୍ୟାଡର ଅଧିକାରୀଙ୍କ ପାଇଁ ସମାନ ଅନୁରୋଧ କରାଯିବ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ଏଜେନ୍ସିରେ ବିଭିନ୍ନ ପ୍ରମୁଖ ପଦବୀରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଗୁଜରାଟ କ୍ୟାଡର ଆଇପିଏସ୍‌ ଅଧିକାରୀଙ୍କୁ ନେଇ ଏହି ପଦକ୍ଷେପ ନିଆଯାଉଛି। ଅମଲାତନ୍ତ୍ର ଦୃଷ୍ଟିରୁ ବିଚାର କଲେ ମୋଦିଙ୍କ ଆଗମନ ପୂର୍ବରୁ ଗୁଜରାଟର ସ୍ଥିତି ଏତେ ଭଲ କେବେ ବି ନ ଥିଲା! ସମ୍ପ୍ରତି ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ଏଜେନ୍ସି ସମ୍ପର୍କରେ ଗୁପ୍ତ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ତାହାର ଏକ ପଦୋନ୍ନତି ତାଲିକା କିଛି ସନ୍ତୁଳନ ବିଗାଡ଼ିବା ସହ କେତେକଙ୍କୁ ଅସନ୍ତୁଷ୍ଟ କରିଛି।

ବାବୁଙ୍କ ବିରୋଧ

ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ନିର୍ଦ୍ଦେଶକଙ୍କୁ ଜିଲା ‘ରଥ ପ୍ରଭାରୀ’ ଭାବେ ନିଯୁକ୍ତ କରିବା ପାଇଁ କେନ୍ଦ୍ର ଏକ ଚିଠି ଜାରି କରିବାର ଗୋଟିଏ ସପ୍ତାହ ପରେ ବାବୁମାନଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛି । ଫଳରେ କେନ୍ଦ୍ରର ମୋଦି ସରକାର ପଛକୁ ଫେରିଛି। ବାସ୍ତବରେ ଏହା ମୋଦି ସରକାରଙ୍କ ଏକ ଅଧୋଗତିକୁ ସୂଚିତ କରୁଛି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ନିର୍ବାଚନ ଆୟୋଗ (ଇସି) ଏକ ବିଜ୍ଞପ୍ତି ଜାରିକରି କହିଛନ୍ତି ଯେ, ଡିସେମ୍ବର ୫ ପର୍ଯ୍ୟନ୍ତ ନିର୍ବାଚନ ଆଚରଣବିଧି ବଳବତ୍ତର ଥିବା ନିର୍ବାଚନମଣ୍ଡଳୀରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ। ବିରୋଧୀ ଦଳଗୁଡ଼ିକ ଏବଂ ଅବସରପ୍ରାପ୍ତ ବରିଷ୍ଠ ଅମଲାତନ୍ତ୍ରୀମାନେ ଏଭଳି ପଦକ୍ଷେପକୁ ସମାଲୋଚନା କରିବା ପରେ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ମଧ୍ୟ ଇସିଙ୍କ କଥାକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ପାଇଁ ‘ରଥ ପ୍ରଭାରୀ’ ଶବ୍ଦ ବ୍ୟବହାର କରିବା ଯଥାର୍ଥ ନୁହେଁ ଏବଂ ଏବେ ଏହି ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ସମ୍ବୋଧିତ କରାଯିବ। ଯେତେବେଳେ ଅଭିଯାନ ଆରମ୍ଭ ହେବ ସେତେବେଳେ ଅମଲାତନ୍ତ୍ର ଓ ସାଧାରଣରେ ଯେଉଁ ନକାରାତ୍ମକ ଭାବ ସୃଷ୍ଟି ହେବ ତାହା ସରକାରଙ୍କୁ ଚକିତ କରିପାରେ। ଅମଲାତନ୍ତ୍ରର ଅଧିକାଂଶ କାର୍ଯ୍ୟକାଳରେ ଏକ ବାବୁ ସଂସ୍କୃତିର ବିକାଶ ହୋଇଛି, ଯେଉଁଥିରେ ବାବୁମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସେମାନଙ୍କ ରାଜନୈତିକ ଗୁରୁମାନଙ୍କୁ ବିଶେଷଭାବରେ ଅଧିକାର ଓ ଶାସନର ନୈତିକତା ଉପରେ ପ୍ରଶ୍ନ କରିବାକୁ ସାହସ କରିଛନ୍ତି। ତେବେ ବାବୁମାନଙ୍କର ଏହି ଦୃଢ଼ ପ୍ରକୃତରେ ଏକ ବିରଳ ଘଟଣା। ଏହା ନାଗରିକ ସେବା ଏବଂ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଭଲ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri