କୃଷିଭିତ୍ତିକ ଷ୍ଟାର୍ଟଅପ୍‌ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍‌ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ ଉପସ୍ଥାପନା ମାଧ୍ୟମରେ ନିଆଯାଉଥିବା ଅନନ୍ୟ ପଦକ୍ଷେପ, କାର୍ଯ୍ୟକ୍ରମ, ସର୍ବୋତ୍ତମ ଅଭ୍ୟାସ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଜାତୀୟ ମଞ୍ଚରେ ସ୍ଥାନିତ କରିଥିବା ଉଲ୍ଲେଖନୀୟ ସଫଳତା ଆଦିକୁ ବିସ୍ତୃତ ଭାବେ ପ୍ରଦର୍ଶନ ସହ ସିହ୍ନାଙ୍କୁ ଜଣାଇଥିଲେ। ସେହିଭଳି ରାୟ ମହିଳାମାନଙ୍କ ପ୍ରତି ଷ୍ଟାର୍ଟଅପ୍‌ ଓଡ଼ିଶାର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବା ସହ ୪୧% ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ ସହିତ ମହିଳା ପ୍ରତିଷ୍ଠାତା ଥିବା ଏବଂ ଏହି ସଂଖ୍ୟାକୁ ଆହୁରି ବଢାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଓ ଦଳର ପ୍ରୟାସ ଉପରେ ରାୟ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ସିହ୍ନା ଜମ୍ମୁ-କଶ୍ମୀରର ନବସୃଜନ ଦୃଶ୍ୟ ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ ଏବଂ କୃଷି ତଥା ଉଦ୍ୟାନ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ସଂଖ୍ୟା କିପରି ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ସିହ୍ନା ବିସ୍ତୃତ ବର୍ଣ୍ଣନା କରିଥିଲେ।
ଏପରିକି ସେ ଏକ ସକ୍ଷମ ପରିବେଶକୁ ମଜଭୁତ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରି ଜମ୍ମୁ-କଶ୍ମୀରରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ପ୍ରତିପାଦନ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ, ଯାହାକି ଷ୍ଟାର୍ଟଅପ୍‌ମାନଙ୍କୁ ଉକ୍ତ ଅଞ୍ଚଳରେ ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିବ। ଏଥିସହ ରାୟ ମନୋଜ ସିହ୍ନାଙ୍କ ସହ ଯାଇ ତାଙ୍କୁ ଓ-ହବ୍‌ ଏବଂ କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟ ବୁଲାଇ ଦେଖାଇଥିଲେ।
ଏହି ଅବସରରେ ରାୟ କହିଛନ୍ତି, ସିହ୍ନା ଆମ କ୍ୟାମ୍ପସ ପରିଦର୍ଶନ କରିବା ପ୍ରକୃତରେ ଆମ ପାଇଁ ଏହା ଗୌରବର ବିଷୟ ଏବଂ ତାଙ୍କ ଗସ୍ତ ଫଳରେ ଆମେ ବହୁ ଅନୁପ୍ରାଣିତ ହୋଇଛି। ବିଶେଷକରି ଷ୍ଟାର୍ଟଅପ୍‌ ଓଡ଼ିଶାରେ ଆମର ସାମୂହିକ ପ୍ରତିବଦ୍ଧତା ଏକ ଦୃଢ ମୂଳଦୁଆ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବ। ଯାହା ଆମର ଷ୍ଟାର୍ଟଅପ୍‌ ସମ୍ପ୍ରଦାୟ ତଥା ବ୍ୟାପକ ସମାଜ ପାଇଁ ସହଯୋଗ, ନବସୃଜନ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri