କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ

ଭୁବନେଶ୍ୱର,୪।୧୧, (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌’ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ସମ୍ମାନଜନକ ମାନ୍ୟତା ହାସଲ କରିଛି। ବିଶେଷକରି ଗୁଣାତ୍ମକ ପରିଚାଳନାରେ ଉକତ୍ର୍ଷ ପାଇଁ ଅନ୍ତର୍ଜାତୀୟ କନ୍‌ଭେନଶନ ଅଫ୍‌ କ୍ୱାଲିଟି କନ୍‌ସେପ୍ଟସ୍‌ (ଆଇସିକ୍ୟୁସି)-୨୦୨୩ରେ ଜେଏସ୍‌ଏଲ୍‌ ୭ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପୁରସ୍କାର ଜିତିଛି। ଉଲ୍ଲେଖଯୋଗ୍ୟ,ଚାଇନାର ବେଜିଂଠାରେ ଆୟୋଜିତ ୪ ଦିନିଆ ବିଶେଷ କାର୍ଯ୍ୟକ୍ରମରେ ଘୋଷିତ ଏହି ସମ୍ମାନଜନକ ପୁରସ୍କାର, କାରଖାନାର କାର୍ଯ୍ୟକ୍ଷମତାକୁ ଉନ୍ନତ ତଥା କୁଶଳ କରିବାରେ କମ୍ପାନୀର ପଦକ୍ଷେପକୁ ସ୍ବୀକୃତି ଦେଇଛି। ସେହିଭଳି ବାର୍ଷିକ ସମ୍ମିଳନୀର ୪୮ ତମ ସଂସ୍କରଣରେ ଭାରତ,ଚାଇନା, ଇଣ୍ଡୋନେସିଆ, କୋରିଆ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଜାମ୍ବିଆ ଭଳି ୧୩ ଦେଶର ବିଭିନ୍ନ ଶିଳ୍ପରେ ୯୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜେଏସ୍‌ଏଲ୍‌ ହିସାରର ୫ଟି ଦଳ ୪ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଥିବା ବେଳେ ଯାଜପୁରର ୩ଟି ଦଳ ୩ ସ୍ବର୍ଣ୍ଣ ପୁରସ୍କାର ଜିତିଛନ୍ତି। ବିଶେଷକରି ମୂଲ୍ୟାଙ୍କନ ପାରାମିଟରଗୁଡିକରେ ପ୍ରକଳ୍ପ ଚୟନର ପଦ୍ଧତି, କାରଣ ବିଶ୍ଳେଷଣ, କାଉଣ୍ଟର ମାପସୂତ୍ରର କାର୍ଯ୍ୟକାରିତା, ପ୍ରକଳ୍ପ ଲକ୍ଷ୍ୟ ହାସଲ କରିବାର ଡିଗ୍ରୀ ଏବଂ ମାନକ ସ୍ତର ଅନ୍ତର୍ଭୁକ୍ତ ହୋଇଥିଲା।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ ବର୍ଷ ବର୍ଷ ଧରି ଆଇସିକ୍ୟୁସିରେ କ୍ରମାଗତ ଭାବେ ବିଜେତା ହୋଇଆସୁଛି। ଏହି ବର୍ଷର ପୁରସ୍କାର ହେଉଛି ଆମର ସାମଗ୍ରିକ କାର୍ଯ୍ୟରେ ଉକତ୍ର୍ଷକୁ ସୁନିଶ୍ଚିତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାର ଏକ ସ୍ବୀକୃତି, ଯାହା ଶେଷରେ ଆମର ସାମାଜିକ ଏବଂ ଅର୍ଥନୈତିକ ନିଷ୍ପତ୍ତି ଉପରେ ପ୍ରଭାବ ପକାଇଥାଏ। ବିଶେଷକରି କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉକତ୍ର୍ଷ ହାସଲ କରିବା ସହିତ ସମସ୍ୟାର ସମାଧାନକୁ ସୁଗମ କରିବା ପାଇଁ ଆମେ ଆମର ଉଭୟ ପ୍ଲାଣ୍ଟରେ ଥିବା ଦୋକାନରେ ୪୪୦ ଗୁଣାତ୍ମକ ସର୍କଲ ଦଳ ଗଠନ କରିଛୁ। ଏପରିକି ନିକଟରେ ଜିନ୍ଦଲ ଷ୍ଟେନ୍‌ଲେସ, କ୍ୱାଲିଟି ସର୍କଲ ଫୋରମ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ୩୪ତମ କ୍ୱାଲିଟି କନ୍‌ସେପ୍ଟ ଅଧ୍ୟାୟ ସମ୍ମିଳନୀରେ-ଦିଲ୍ଲୀ ଅଧ୍ୟାୟ, ୪୨ଟି ସ୍ବର୍ଣ୍ଣ, ୭ଟିରୋପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପୁରସ୍କାର ଜିତିଛି। ସେହିଭଳି ଭୁବନେଶ୍ୱର ଅଧ୍ୟାୟର ୫ମ ସମ୍ମିଳନୀରେ ଯାଜପୁରରୁ ଅଂଶଗ୍ରହଣ କରିଥିବା ୩୬ ଟି ଦଳ ୩୬ଟି ସ୍ବର୍ଣ୍ଣ ପୁରସ୍କାର ହାସଲ କରିଥିଲେ। ଜିନ୍ଦଲ ଷ୍ଟେନ୍‌ଲେସ୍‌ ପାଇଁ ପରିବେଶ ପ୍ରଥମ ଏବଂ ଏହା ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ଇଲେକ୍ଟ୍ରିକ୍‌ ଆର୍କ ଫର୍ନେସରେ ସ୍କ୍ରାପ୍‌ ବ୍ୟବହାର କରି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନ କରେ, ଯାହାକି ସର୍ବନିମ୍ନ ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନର ମାର୍ଗ ହୋଇଥାଏ। ଏହା ୧୦୦% ଗୁଣବତ୍ତା ହ୍ରାସ ନ କରି ପୁନଃ ବ୍ୟବହାର ପନ୍ଥା ଅବଲମ୍ବନ କରିଥାଏ, ଯାହାଦ୍ୱାରା ବୃତ୍ତାକାର ଅର୍ଥନୀତି ହାସଲ ହୋଇପାରୁଛି। ଆର୍ଥତ୍କ ବର୍ଷ ୨୦୩୫ ପର୍ଯ୍ୟନ୍ତ (ଆର୍ଥତ୍କ ବର୍ଷ ୨୦୨୨ବେସ୍‌ ଲାଇନ୍‌ ସ୍ତରରୁ ୧.୯୧ ଟନ୍‌ ସିଓ୨ /ଟନ୍‌ ଅଶୋଧିତ ଇସ୍ପାତ) କାର୍ବନ ନିର୍ଗମନ ତୀବ୍ରତାକୁ ୫୦% ହ୍ରାସ କରିବାକୁ ଏବଂ ୨୦୫୦ସୁଦ୍ଧା ନେଟ୍‌ ଜିରୋ ହାସଲ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri