Posted inଜାତୀୟ

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈକ ଦଳଙ୍କ ମଧ୍ୟରେ ଭୟ ବଢିବାରେ ଲାଗିଛି। ଗୁଜରାଟ ସହିତ ସମଗ୍ର ଦେଶରେ ଦଳର ନିର୍ବାଚନ ପ୍ରଚାର କ୍ରମାଗତ ଭାବରେ ଗାଁ, ବ୍ଲକ, ଜିଲା ତଥା ରାଜ୍ୟ ସ୍ତରରେ ଚାଲିଛି।

ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରାଜନୀତି ଗଣମାଧ୍ୟମରେ ମିଥ୍ୟା ପ୍ରଚାର ଆଧାରରେ ରହିଛି। ଯଦି ସେମାନଙ୍କର ମିଥ୍ୟା ପ୍ରଚାରକୁ ହଟାଇ ଦିଆଯାଏ, ତେବେ ସେମାନଙ୍କୁ ନିଜ ପାଖରେ ଜନସାଧାରଣଙ୍କୁ ଦେଖାଇବାକୁ କିଛି ନାହିଁ। ଗୁଜରାଟ ବିଧାନସଭା ନିର୍ବାଚନରେ ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ। ଲୋକେ ଏଏପିର ମିଥ୍ୟା ପ୍ରତିଶ୍ରୁତି ଆଉ ଶୁଣିବାକୁ ଚାହୁଁ ନାହାନ୍ତି। ସେହିପରି ଭାଜପା ସରକାରଙ୍କୁ ଠିକଣା ଜବାବ ଦେବାକୁ ଭୋଟର ଅପେକ୍ଷା କରି ରହିଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

ଏଏପିର ରାଜନୀତି ମିଥ୍ୟା ଉପରେ ଚାଲିଛି। ସମଗ୍ର ଦେଶ ଦେଖିଛି ଯେ ସେମାନେ ପଞ୍ଜାବର କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସରପ୍ଲସ ବଜେଟ ସହିତ ଦିଲ୍ଲୀରେ ମଧ୍ୟ ସେମାନେ ଶିକ୍ଷକମାନଙ୍କୁ ଦରମା ଦେଇପାରୁ ନାହାଁନ୍ତି। ଶିକ୍ଷା ବଜେଟର ଏକ ଚତୁର୍ଥାଂଶ ଶିକ୍ଷା ପାଇଁ ଖର୍ଚ୍ଚ କରିବାର ଦାବିର ବାସ୍ତବତା ହେଉଛି ଦିଲ୍ଲୀର ୮୦ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକୟ ଏବଂ ସହାୟକ ପ୍ରଧାନ ଶିକ୍ଷକ ନାହାଁନ୍ତି। ଏଏପି ସରକାର ଗୋଟିଏ ବି ବିଦ୍ୟାଳୟ ଅବା କଲେଜ ନିର୍ମାଣ କରିନାହାଁନ୍ତି। ଏଏପି ସରକାରଙ୍କର ଶିକ୍ଷା ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri