Posted inଜାତୀୟ

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈକ ଦଳଙ୍କ ମଧ୍ୟରେ ଭୟ ବଢିବାରେ ଲାଗିଛି। ଗୁଜରାଟ ସହିତ ସମଗ୍ର ଦେଶରେ ଦଳର ନିର୍ବାଚନ ପ୍ରଚାର କ୍ରମାଗତ ଭାବରେ ଗାଁ, ବ୍ଲକ, ଜିଲା ତଥା ରାଜ୍ୟ ସ୍ତରରେ ଚାଲିଛି।

ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରାଜନୀତି ଗଣମାଧ୍ୟମରେ ମିଥ୍ୟା ପ୍ରଚାର ଆଧାରରେ ରହିଛି। ଯଦି ସେମାନଙ୍କର ମିଥ୍ୟା ପ୍ରଚାରକୁ ହଟାଇ ଦିଆଯାଏ, ତେବେ ସେମାନଙ୍କୁ ନିଜ ପାଖରେ ଜନସାଧାରଣଙ୍କୁ ଦେଖାଇବାକୁ କିଛି ନାହିଁ। ଗୁଜରାଟ ବିଧାନସଭା ନିର୍ବାଚନରେ ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ। ଲୋକେ ଏଏପିର ମିଥ୍ୟା ପ୍ରତିଶ୍ରୁତି ଆଉ ଶୁଣିବାକୁ ଚାହୁଁ ନାହାନ୍ତି। ସେହିପରି ଭାଜପା ସରକାରଙ୍କୁ ଠିକଣା ଜବାବ ଦେବାକୁ ଭୋଟର ଅପେକ୍ଷା କରି ରହିଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

ଏଏପିର ରାଜନୀତି ମିଥ୍ୟା ଉପରେ ଚାଲିଛି। ସମଗ୍ର ଦେଶ ଦେଖିଛି ଯେ ସେମାନେ ପଞ୍ଜାବର କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସରପ୍ଲସ ବଜେଟ ସହିତ ଦିଲ୍ଲୀରେ ମଧ୍ୟ ସେମାନେ ଶିକ୍ଷକମାନଙ୍କୁ ଦରମା ଦେଇପାରୁ ନାହାଁନ୍ତି। ଶିକ୍ଷା ବଜେଟର ଏକ ଚତୁର୍ଥାଂଶ ଶିକ୍ଷା ପାଇଁ ଖର୍ଚ୍ଚ କରିବାର ଦାବିର ବାସ୍ତବତା ହେଉଛି ଦିଲ୍ଲୀର ୮୦ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକୟ ଏବଂ ସହାୟକ ପ୍ରଧାନ ଶିକ୍ଷକ ନାହାଁନ୍ତି। ଏଏପି ସରକାର ଗୋଟିଏ ବି ବିଦ୍ୟାଳୟ ଅବା କଲେଜ ନିର୍ମାଣ କରିନାହାଁନ୍ତି। ଏଏପି ସରକାରଙ୍କର ଶିକ୍ଷା ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri