ବ୍ୟାଙ୍କରୁ ମିଳୁନି ଜମା ଟଙ୍କା: ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ଜମାକାରୀ

ଦିଗପହଣ୍ଡି, ୬।୧୦(ଅଶେଷ ନାଥ ମିଶ୍ର): ଜମାକାରୀଙ୍କୁ ସେମାନଙ୍କ ଟଙ୍କା ପ୍ରଦାନ ଦାବିରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ବହୁ ସଂଖ୍ୟକ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି। ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଲୋକମାନେ ନିଜ ସଞ୍ଚିତ ଅର୍ଥରାଶିକୁ ସୁରକ୍ଷିତ ରଖିବା ସକାଶେ ବ୍ୟାଙ୍କ ଉପରେ ଭରସା କରି ଏହି ବ୍ୟାଙ୍କରେ ଜମାଖାତା ଖୋଲି ଟଙ୍କା ବାନ୍ଧିଥିଲେ। ତେବେ ଅନେକ ଜମାକାରୀଙ୍କ ଜମା ଟଙ୍କା ଉଠାଣ କରିବାକୁ ଚାହିଁଲେ ମଧ୍ୟ ସେମାନଙ୍କ ଜମାଖାତାରେ ଟଙ୍କା ନ ଥିବା ବ୍ୟାଙ୍କ କର୍ମଚାରୀମାନେ କହୁଛନ୍ତି। ଏପରିକି ସ୍ଥାୟୀ ଜମା ରାଶି ମାଚ୍ୟୁରିଟି ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରୁନଥିବା ଜଣାପଡିଛି । ଜମାକାରୀମାନେ ଗତ ଏପ୍ରିଲ ମାସରୁ ସେମାନଙ୍କ ଟଙ୍କାକୁ ଉଠାଣ ନିମନ୍ତେ ବ୍ୟାଙ୍କକୁ ଯାଉଥିବା ବେଳେ ଶାଖା ପରିଚାଳକ ଜମାକାରୀଙ୍କୁ ବିଭିନ୍ନ ଆଳ କରି ଫେରାଇ ଦେଉଛନ୍ତି । ଜମାକାରୀମାନେ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଣ ପାଇଁ ବହୁବାର ବ୍ୟାଙ୍କକୁ ଯାଇନିରାଶ ହୋଇ ଫେରୁଛନ୍ତି । ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ ବହୁ ସଂଖ୍ୟକ ଜମାକାରୀ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ଠକେଇର ଶିକାର ହୋଇଥିବା ସମସ୍ତ ଜମାକାରୀଙ୍କ ଟଙ୍କା ଦିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କା ମିଳିନାହିଁ। ଏନେଇ ଗତ ଶନିବାର ଜମାକାରୀମାନେ ଦିଗପହଣ୍ଡି ତହସିଲଦାର ଏବଂ ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇବା ସହ ଜମା ଟଙ୍କା ଦିଆନଗଲେ ମଙ୍ଗଳବାର ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜମାକାରୀ ଆନ୍ଦୋଳନ କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ଜମାକାରୀମାନେ ଆନ୍ଦୋଳନରେ ସାମିଲ ଥିଲେ। ଶାଖା ପରିଚାଳକ ପି.ପ୍ରଦୀପ କୁମାରଙ୍କୁ ପଚାରିବାର ପୂର୍ବରୁ ତତ୍କାଳୀନ କିରାଣୀଙ୍କ ବିରୋଧରେ ବ୍ୟାଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବ୍ୟାଙ୍କ ମୁଖ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀ ବୃନ୍ଦ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଖୁବଶୀଘ୍ର ସମସ୍ତ ଜମାକାରୀଙ୍କ ଅର୍ଥରାଶି ଫେରସ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri