ନାରାୟଣପାଟଣା ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହଡ଼ପ

ନାରାୟଣପାଟଣା,୨୬ା୨(ଡି.ଏନ.ଏ.): କୋରାପୁଟ ଜିଲାରେ ଥମୁନି ପୋଷ୍ଟ ଅଫିସ ଦୁର୍ନୀତି। ଜମାକାରୀଙ୍କ କଷ୍ଟଲବଧ ଅର୍ଥରେ କେତେଜଣ କର୍ମଚାରୀ ବେଶ୍‌ ସ୍ବଚ୍ଛନ୍ଦରେ ଚଳୁଛନ୍ତି। ଜିଲାର ବୈପାରିଗୁଡା ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ନାରାୟଣପାଟଣାରେ ଅନୁରୂପ ଘଟଣା ଲୋକଲୋଚନକୁ ଆସିଛି। ଏଠାରେ କେତେକ ଜମାକାରୀଙ୍କ ପ୍ରାୟ ୭/୮ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ବିଭାଗର ଗ୍ରାମୀଣ ଡାକ ସେବକ ବୃନ୍ଦାବନ ଦଳେଇ ଜାଲିଆତି କରି ସେମାନଙ୍କ ଟଙ୍କାହଡପ କରିଥିବା ଜମାକାରୀ ପ୍ରକାଶ କରିଛନ୍ତି। ଦୀର୍ଘଦିନ ହେବ ବୃନ୍ଦାବନ ଗ୍ରାମକୁ ଗ୍ରାମ ବୁଲି ପୋଷ୍ଟ ଅଫିସ ପାଇଁ ଲୋକଙ୍କ ଜମାଖାତା ଖୋଲି ଟଙ୍କା ନେଇ ପୋଷ୍ଟ ଅଫିସରେ ଜମାକରି ରସିଦ ଦେଇ ଆସୁଥିଲେ। ତାଙ୍କୁ ବିଶ୍ବାସ କରି ଜମାକାରୀମାନେ କେବେ ଡାକଘରକୁ ଯାଇ ତଦାରଖ କରୁ ନ ଥିଲେ। କ୍ରମେ ବୃନ୍ଦାବନ ଲୋକଙ୍କ ସରଳତାର ଫାଇଦା ଉଠାଇ ଟଙ୍କା ହଡପ କରିବା ଆରମ୍ଭ କଲେ। ତାଙ୍କ ଚାଲିଚଳନରେ ଜମାକାରୀମାନେ ସନ୍ଦେହ ପ୍ରକାଶ କରି ଶୁକ୍ରବାର ୨୦/୨୫ ଜଣ ଜମାକାରୀ ପୋଷ୍ଟ ଅଫିସକୁ ଯାଇ ଜମାଖାତା ତଦାରଖ କରିଥିଲେ। ମାତ୍ର ସମସ୍ତ ଜମାଖାତା ଜାଲ୍‌ ବୋଲି ଜଣାପଡ଼ିଥିଲା। କାହାର ମଧ୍ୟ ଟଙ୍କାଟିଏ ପୋଷ୍ଟ ଅଫିସରେ ଡିପୋଜିଟ ହୋଇ ନ ଥିବା ଜମାକାରୀ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ବୃନ୍ଦାବନ ଅଫିସରୁ କୌଶଳକ୍ରମେ ଖସି ପଳାଇଥିଲେ। ଜମାକାରୀମାନେ କିପରି ଟଙ୍କା ଫେରିପାଇବେ ସେ ନେଇ ପୋଷ୍ଟମାଷ୍ଟର ସନ୍ତୋଷ ମାଣିଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri