ନାରାୟଣପାଟଣା ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହଡ଼ପ

ନାରାୟଣପାଟଣା,୨୬ା୨(ଡି.ଏନ.ଏ.): କୋରାପୁଟ ଜିଲାରେ ଥମୁନି ପୋଷ୍ଟ ଅଫିସ ଦୁର୍ନୀତି। ଜମାକାରୀଙ୍କ କଷ୍ଟଲବଧ ଅର୍ଥରେ କେତେଜଣ କର୍ମଚାରୀ ବେଶ୍‌ ସ୍ବଚ୍ଛନ୍ଦରେ ଚଳୁଛନ୍ତି। ଜିଲାର ବୈପାରିଗୁଡା ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ନାରାୟଣପାଟଣାରେ ଅନୁରୂପ ଘଟଣା ଲୋକଲୋଚନକୁ ଆସିଛି। ଏଠାରେ କେତେକ ଜମାକାରୀଙ୍କ ପ୍ରାୟ ୭/୮ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ବିଭାଗର ଗ୍ରାମୀଣ ଡାକ ସେବକ ବୃନ୍ଦାବନ ଦଳେଇ ଜାଲିଆତି କରି ସେମାନଙ୍କ ଟଙ୍କାହଡପ କରିଥିବା ଜମାକାରୀ ପ୍ରକାଶ କରିଛନ୍ତି। ଦୀର୍ଘଦିନ ହେବ ବୃନ୍ଦାବନ ଗ୍ରାମକୁ ଗ୍ରାମ ବୁଲି ପୋଷ୍ଟ ଅଫିସ ପାଇଁ ଲୋକଙ୍କ ଜମାଖାତା ଖୋଲି ଟଙ୍କା ନେଇ ପୋଷ୍ଟ ଅଫିସରେ ଜମାକରି ରସିଦ ଦେଇ ଆସୁଥିଲେ। ତାଙ୍କୁ ବିଶ୍ବାସ କରି ଜମାକାରୀମାନେ କେବେ ଡାକଘରକୁ ଯାଇ ତଦାରଖ କରୁ ନ ଥିଲେ। କ୍ରମେ ବୃନ୍ଦାବନ ଲୋକଙ୍କ ସରଳତାର ଫାଇଦା ଉଠାଇ ଟଙ୍କା ହଡପ କରିବା ଆରମ୍ଭ କଲେ। ତାଙ୍କ ଚାଲିଚଳନରେ ଜମାକାରୀମାନେ ସନ୍ଦେହ ପ୍ରକାଶ କରି ଶୁକ୍ରବାର ୨୦/୨୫ ଜଣ ଜମାକାରୀ ପୋଷ୍ଟ ଅଫିସକୁ ଯାଇ ଜମାଖାତା ତଦାରଖ କରିଥିଲେ। ମାତ୍ର ସମସ୍ତ ଜମାଖାତା ଜାଲ୍‌ ବୋଲି ଜଣାପଡ଼ିଥିଲା। କାହାର ମଧ୍ୟ ଟଙ୍କାଟିଏ ପୋଷ୍ଟ ଅଫିସରେ ଡିପୋଜିଟ ହୋଇ ନ ଥିବା ଜମାକାରୀ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ବୃନ୍ଦାବନ ଅଫିସରୁ କୌଶଳକ୍ରମେ ଖସି ପଳାଇଥିଲେ। ଜମାକାରୀମାନେ କିପରି ଟଙ୍କା ଫେରିପାଇବେ ସେ ନେଇ ପୋଷ୍ଟମାଷ୍ଟର ସନ୍ତୋଷ ମାଣିଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଉପରେ ଚଢାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପୁରୁଷୋତ୍ତମପୁର, ୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

କରୋନାରେ ଆଖିବୁଜିଲେ ପୂର୍ବତନ ଏମ୍‌ପି

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲାର ପୂର୍ବତନ ଏମ୍‌ପି ସୁଗ୍ରୀବ ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ,...

ଘରୁ ମିଳିଲା ନଗଦ ୨ କୋଟି ଟଙ୍କା, ୨୦ ସୁନା ବିସ୍କୁଟ୍‌

ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ...

ମହାନଦୀରୁ ବିରଳ ମାଛ ଉଦ୍ଧାର

ହରଭଙ୍ଗା,୩୦।୧୦(ଡି.ଏନ.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ପାଣିଘରା ଗ୍ରାମର ମତ୍ସ୍ୟଜୀବୀମାନେ ଗୁରୁବାର ଏକ ବିରଳ ମାଛ ମହାନଦୀରୁ ଉଦ୍ଧାର କରିଛନ୍ତି। ଏହାର ଓଜନ...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ...

ଲାଞ୍ଚ ନେଇ ଧରାପଡ଼ିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

ଭବାନୀପାଟଣା/ମଦନପୁର,୧୯।୨: ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଭୂଷଣ ବିଶ୍ବାଳ। ଶୁକ୍ରବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ...

ପ୍ରସୂତି ଗୃହ ନିର୍ମାଣରେ ଅନିୟମିତତା

ଖଇରା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରଦତ୍ତ ୨୦ଲକ୍ଷ ଟଙ୍କା ଅନୁଦାନରେ ପ୍ରସୂତି ଗୃହ ନିର୍ମାଣ କାର୍ଯ୍ୟ...

Advertisement
Archives

Model This Week