ଟଙ୍କା ଫେରିପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ଲାଗି ମେ’ ୪ରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ଇଓଡବ୍ଲ୍ୟୁକୁ ସୁପାରିସ କରିଥିଲେ। ମାତ୍ର ଜମାକାରୀ ଟଙ୍କା ଫେରିପାଇବା ନେଇ କୌଣସି ମତ ଦେଇ ନ ଥିଲେ। ନିକଟରେ ଜିଲାପାଳ ମହାପାତ୍ରଙ୍କ ବଦଳି ହୋଇଯାଇଛି। ତେବେ ଘଟଣାର ତଦନ୍ତ ଲାଗି ଇଓଡବ୍ଲ୍ୟୁ ସୁପାରିସ୍‌କୁ ଦେଢ଼ମାସ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଜମାକାରୀ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ ରହିଛନ୍ତି।
ଯେ, ରାଉତପଡ଼ା ଶାଖାରେ ପୂର୍ବତନ ହିସାବ ରକ୍ଷକ ଦୁଇବର୍ଷ ପୂର୍ବେ ଏହି ବ୍ୟାଙ୍କରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାର୍ଯ୍ୟ କରୁଥିଲେ। ଫଳରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିଲେ। ରାଉତପଡାର ଅଧିକାଂଶ ପରିବାର ହସ୍ତତନ୍ତ କାରିଗର ହୋଇଥିବାରୁ ଅନଭିଜ୍ଞତା ଯୋଗୁ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସେ ସହଯୋଗ କରୁଥିଲେ। ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ହିସାବ ରକ୍ଷକ ଜମାକାରୀଙ୍କ ସ୍ଥାୟୀ ଜମା ଓ ସଞ୍ଚୟ ଜମା ପ୍ରମାଣପତ୍ର ଆଦି ନବୀକରଣ ଆଳରେ ବ୍ୟାଙ୍କର ଜାଲ୍‌ ପ୍ରମାଣପତ୍ର ଓ ସ୍ବାକ୍ଷର କରି ଟଙ୍କା ଆତ୍ମସାତ୍‌ କରିଛନ୍ତି। କେତେଜଣ ଗ୍ରାମବାସୀ ଜମା ପୁଞ୍ଜିର ବିବରଣୀ ଜାଣିବାକୁ ଶାଖା କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ବିବରଣୀ ପାଇ ନ ଥିଲେ। ଏ ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ ସତ୍ତ୍ୱେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଜମାକାରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା, ଅବହେଳା ଯୋଗୁ ଜମାକାରୀ କୋଟି କୋଟି ଟଙ୍କା ହରାଇବାକୁ ବସିଛନ୍ତି। ଏହି ଆର୍ଥିକ କାରବାର ପଛରେ ସମ୍ପୃକ୍ତ କର୍ମଚାରୀଙ୍କ ସମେତ କେତେଜଣ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଏହାପରେ ଏକାଧିକ ଜମାକାରୀ ଘଟଣାର ନିରପେକ୍ଷ ତଦନ୍ତ, ଟଙ୍କା ଫେରସ୍ତ ସହ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜିଲାପାଳଙ୍କ ନିକଟରେ ଦାବି କରିଥିଲେ।
ହେଉଛି ବୁଣାକାରଙ୍କ ଗ୍ରାମ। ଲୁଗା ବୁଣିଲେ ଗ୍ରାମବାସୀଙ୍କ ପରିବାର ଚଳେ। ଉପାର୍ଜିତ ଧନ ସ୍ଥାନୀୟ ବ୍ୟାଙ୍କରେ ରଖିଥିଲେ। ତେବେ ଜମାକାରୀଙ୍କ ଆଖିରେ ଧୂଳିଦେଇ ସେମାନଙ୍କ ଲକ୍ଷାଧିକ ଟଙ୍କାକୁ କର୍ମଚାରୀ ଆତ୍ମସାତ୍‌ କରିଦେଲେ। ଘଟଣାକୁ ଚାପିଦେବା ଲାଗି ଷଡ଼ଯନ୍ତ୍ର ଚାଲିଛି ବୋଲି ଗ୍ରାମବାସୀ କହିିଛନ୍ତି। ଅନ୍ୟପଟେ ଅଭିଯୋଗ ପରେ କେସିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅନନ୍ତ ସାମଲ ବ୍ୟାଙ୍କ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି। ସିଇଓଙ୍କ ପ୍ରାଥମିକ ରିପୋର୍ଟକୁ ଆଧାରକରି ଜିଲାପାଳ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜମାକାରୀ କିପରି ଟଙ୍କା ଫେରିପାଇବେ, ତାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri