ବିଭାଗୀୟ ଅଧିକାରୀଙ୍କ ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୧୯ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ସୁଦୃଢ଼ିକରଣ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଶୁକ୍ରବାର ପରିଦର୍ଶନ କରିଛନ୍ତି। କ୍ୱାଲିଟି ଆନ୍ସୁରାନ୍ସ ଚି଼ଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଆନ୍ସୁରାନ୍ସ ଆଡିସନାଲ ଚି଼ଫ ଇଞ୍ଜିନିୟର ଉଦୟ ନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଥ ଦାଶ, ବ୍ରହ୍ମପୁର ଜଳ ସେଚନ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଜୟଦୀପ ପଣ୍ଡା, ହୁମ୍ମା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ହୁମ୍ମା କନିଷ୍ଟ ଯନ୍ତ୍ରୀ ରବୀନ୍ଦ୍ର ନାହାକ ପ୍ରମୁଖ ବିଭଗୀୟ ଅଧିକାରୀ ଋଷିକୁଲ୍ୟା କୂଳରେ ହେବାକୁ ଥିବା ପ୍ରକଳ୍ପର ପ୍ରାକ କାର୍ଯ୍ୟର ପରିଦର୍ଶନ କରିବା ସହ ସ୍ଥାନୀୟ ଦାମୋଦରପୁରବାସୀଙ୍କ ସହ ପ୍ରକଳ୍ପ ଆରମ୍ଭ ସହଯୋଗ ପାଇଁ ଏକ ସଚେତନତା ସୃଷ୍ଟି କରିଥିଲେ। ବର୍ତ୍ତମାନ ନଦୀ କୂଳ ସଫା କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରକଳ୍ପର ରୂପରେଖ ଉପରେ ଚି଼ଫ ଇଞ୍ଜିନିୟର ପରିଡା ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଞ୍ଚଳବାସୀଙ୍କ ସହଯୋଗ କରିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ୧୨ ନମ୍ବର ୱାର୍ଡ କାଉନସିଲର ଚନ୍ଦ୍ର ଶେଖର ରେଡ୍ଡୀ, ପି. ରାଜୁ ରେଡ୍ଡୀ, ଇସ୍ପିତ ବେହେରା, ସୀମାଞ୍ଚଳ ବେହେରା, ନିରଞ୍ଜନ ବେହେରା, ଗ୍ରାମବାସୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଥାଉକି, ୮୪୦ ମିଟର ନଦୀବନ୍ଧ ସୁଦୃଢ଼ିକରଣ, ମୋରମ ରୋଡ଼ ୬୧୨ ମିଟର ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri