ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା ବାଟଘାଟରେ, ଚା ଖଟିରେ, ଜଳଖିଆ ଦୋକାନରେ କହିବୁଲୁଛନ୍ତି ‘ମୋର ଟିକେଟ ଫାଇନାଲ’। ଏପରିକି ସାମାଜିକ ଗଣମାଧ୍ୟମରେ ମଧ୍ୟ କେତେକ ନେତା ଟିକେଟ ମିଳିବା ନିଶ୍ଚିତ ବୋଲି ପୋଷ୍ଟ କରୁଛନ୍ତି। ଏହା ପଢି ଲୋକେ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଯାହାକୁ ନେଇ ଦେବଗଡ଼ ସହର ସମେତ ଜିଲାରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଏଠାରେ ନିର୍ବାଚନୀ ଉଷ୍ମତା ବଢିଗଲାଣି। ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପୁଣି ଯଦି ମେଣ୍ଟ ହୁଏ ତେବେ ଦେବଗଡ଼ ଆସନ କାହା ଭାଗରେ ପଡ଼ିବ। ଏମିତି ଅନେକ ପ୍ରସଙ୍ଗ ବାକି ଥିବାବେଳେ ଏଠାରେ କେତେକ ନେତା ଟିକେଟ ଫାଇନାଲ ନେଇ କହି ବୁଲିବା ଜନସାଧାରଣଙ୍କୁ ଚର୍ଚ୍ଚା ଲାଗି ଖୋରାକ୍‌ ଯୋଗାଉଛି। ସାଧାରଣଲୋକେ ଏଭଳି ନେତାଙ୍କୁ ପଛରେ ସମାଲୋଚନା କରିବାକୁ ବି ପଛାଉ ନାହାନ୍ତି। ବିଜେଡି, ଭାଜପାର ଅନେକ ନେତା ଏଠାରେ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏପରିକି କଂଗ୍ରେସର ମଧ୍ୟ ଏକାଧିକ ନେତା ଟିକେଟ ପାଇଁ ଆଶାୟୀ ଅଛନ୍ତି। କିଏ କହୁଛନ୍ତି, ‘ଭୁବନେଶ୍ୱରର ମୋର ଖାତିର ଅଛି, ରାଜ୍ୟସ୍ତରୀୟ ନେତାଙ୍କର ମୋ ଉପରେ ଭରସା ଅଛି’। ତେଣୁ ମୋର ଟିକେଟ ପାଇବା ଏକ ପ୍ରକାର ଫାଇନାଲ। କିଏ ପୁଣି କହୁଛନ୍ତି, ‘ମୋର ଦିଲ୍ଲୀରେ ଜାତୀୟ ସ୍ତରର ନେତାଙ୍କ ସହିତ ସମ୍ପର୍କ ଅଛି, ତେଣୁ ମୋର ଟିକେଟ ଫାଇନାଲ। ଆଉ କିଏ ପୁଣି କହୁଛନ୍ତି, ‘ବିଜେଡି-ଭାଜପା ମେଣ୍ଟ ହେଉ ବା ନ ହେଉ ମୋର ଟିକେଟ ଫାଇନାଲ। ଏବେ ଦେବଗଡ଼ରେ କେତେକ ନେତାଙ୍କ ମୁହଁରେ କେବଳ ଗୋଟିଏ କଥା ‘ମୋର ଟିକେଟ ଫାଇନାଲ’। ଏପରି ସ୍ଥିତିରେ ସାଧାରଣ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ସତରେ କିଏ ପାଇବେ ଟିକେଟ। ଅନ୍ୟ ପକ୍ଷରେ ମେଣ୍ଟ ହେଉଛି କି ନାହିଁ ସେଇଟା ଅଲଗା କଥା। ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋର୍‌ଦାର ଚାଲିଛି। ଆଜି କଂଗ୍ରେସରେ ଦଳେ ମିଶି ଗଲେଣି ତ କାଲି ବିଜେଡିରେ ଦଳେ ମିଶି ଗଲେଣି। ପୁଣି କିଛି ଭାଜପାରେ ମିଶିଗଲେଣି। ସବୁ ଦଳ ମିଶ୍ରଣ ପର୍ବ ପରି ନିଜର ସଙ୍ଗଠନ ବୃଦ୍ଧି କରିବାରେ ଲାଗିଛନ୍ତି। ଦେଖାଯାଉ ଆଗକୁ କିଏ ଟିକେଟ ପାଉଛନ୍ତି। ଏଠାରେ ଭାଜପା-ବିଜେଡି ପରସ୍ପର ବିରୋଧରେ କହି ବୁଲୁଥିବାବେଳେ ଯଦି ମେଣ୍ଟ ହୁଏ, ତେବେ ଉଭୟ ଦଳ କିଭଳି ଏକହୋଇ କାମ କରିବେ ତାହା ଲୋକଙ୍କୁ ଦେଖିବାକୁ ବାକି ରହିଲା। ଏବେ ଟିକେଟ ଆଶାୟୀ ନେତାଙ୍କୁ ଆଉ ନିଦ ହେଉନାହିଁ। ଗାଁ ସହର ସବୁଠି ଘୂରି ବୁଲୁଛନ୍ତି। ବିଭିନ୍ନ ସ୍ଥାନରେ ପୂଜା, ଉତ୍ସବ, ଖେଳକୁଦରେ ସାମିଲ ହୋଇ ଲୋକଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି। ଟିକେଟ ମିଳୁ କି ନ ମିଳୁ ମନ କିଣିବାରେ ଲାଗିଛନ୍ତି। କାରଣ ଏଠାରେ କେତେକ ନେତା ମନେ ମନେ ଭାବି ନେଇଛନ୍ତି, ତାଙ୍କର ଟିକଟ ଫାଇନାଲ। ହେଲେ ସମୟ କହିବ କାହାର ଫାଇନାଲ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri