Posted inଫୁରସତ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ। ସବୁଠାରୁ ଖୁସି ଦେଶର ତାଲିକାରେ ଡେନମାର୍କ ନିଜର ସ୍ଥାନ ୭ଥର ଅକ୍ତିଆର କରିବାରେ ସକ୍ଷମ ହୋଇଛି। ଡେନମାର୍କର ଖୁସି ରହିବା ପଛରେ ତା’ର ସଂସ୍କୃତି ରହିଥିବା ନେଇ ବିଶେଷଜ୍ଞ ମତ ଦେଇଥାନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ସେଠାରେ ସୁସ୍ଥକର ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରହିଛି। ଯାହା ସମସ୍ତଙ୍କ ଜୀବନରେ ସୁସ୍ଥ, ମାନସିକ ବିଶାରଦ କମ୍‌ ହେବା ସହ ଖୁସି ରହିବା ପାଇଁ  ମହତ୍ତ୍ୱପୂର୍ଣ୍ଣ। କିନ୍ତୁ କେବଳ ଏହି କାରଣ ଯୋଗୁ ଡେନମାର୍କ ସବୁଠାରୁ ଖୁସିର ଦେଶଭାବେ  ବିବେଚିତ ହୋଇଛି ତାହା ନୁହେଁ, ଏଠାରେ ରହୁଥିବା ଲୋକଙ୍କୁ ଚିନ୍ତାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ସେଠାକାର ସରକାର। ସେଠାରେ ଲୋକଙ୍କୁ ବିନା ମୂଲ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ। କେବଳ ସେତିକି ନୁହେଁ ଏଠାକାର ପେନ୍‌ସନ ସିଷ୍ଟମ ମଧ୍ୟ ଦୁନିଆର ସବୁଠାରୁ ଭଲ ସିଷ୍ଟମରୁ ଗୋଟିଏ। କିନ୍ତୁ ଏହି ଦେଶରେ ସବୁଠାରୁ ଆୟକର ଅଧିକ ରହିଛି। ସବୁ ଲୋକ ଖୁସିରେ ଆୟକର ଭରିଥାନ୍ତି। କାରଣ ଅଧିକ ଆୟକର ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି। ତେଣୁ ଚିନ୍ତା କରିବା ପାଇଁ ଏଠାକାର ଲୋକଙ୍କ ପାଖରେ ବହୁ କମ୍‌ କାରଣ ରହିଛି। ଫଳରେ ଏଠାରେ ଲୋକମାନେ ବହୁତ ଖୁସିରେ ରହିଥାନ୍ତି। ତେଣୁ ଏହି ଦେଶ ସବୁଠାରୁ ଖୁସି ଦେଶ ବୋଲି ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri