ଡେଙ୍ଗୁ ହଟ୍‌ସ୍ପଟ୍‌ ଭୁବନେଶ୍ୱର

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ। ଆଉ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଜୁଲାଇ ୧ ସୁଦ୍ଧା ରାଜ୍ୟରୁ ୧୭୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ସର୍ବାଧିକ ୯୨ଜଣ ଭୁବନେଶ୍ୱରରୁ ରହିଥିଲେ। ତେବେ ରବିବାର ସୁଦ୍ଧା ଭୁବନେଶ୍ୱରରେ ଶତକ ଛୁଇଁଛି ସଂକ୍ରମଣ। ଅଧିକାଂଶ ସଂକ୍ରମିତ ନୟାପଲ୍ଲୀ, ପୋଖରୀପୁଟ ଏବଂ ସାଲିଆସାହିରୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଆଇଆର୍‌ସି ଭିଲେଜରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଧୀରେ ଧୀରେ ସହରର ସମସ୍ତ ଓ୍ବାର୍ଡକୁ ସଂକ୍ରମଣ ବ୍ୟାପିଗଲାଣି। ଘରେ ଘରେ ଜ୍ୱର ରୋଗୀ ଦେଖିବାକୁ ମିଳିଲେଣି। ଏହାକୁ ନେଇ ଚିନ୍ତା ଓ ଭୟରେ ରହିଛନ୍ତି ରାଜଧାନୀବାସୀ।
ଡେଙ୍ଗୁ ବାହକ ଏଡିଶ୍‌ ମଶା ସାଧାରଣତଃ ନାଳ, ନର୍ଦ୍ଦମା ଏବଂ ଅପରିଷ୍କାର ପରିବେଶରେ ବଂଶ ବିସ୍ତାର କରୁଥିବାବେଳେ ଏହାକୁ ଖୋରାକ୍‌ ଯୋଗାଉଛି ସହରର ବାତାବରଣ। ଯୁଆଡେ ଚାହିଁବ କୁଢକୁଢ ଆବର୍ଜନାରେ ଭର୍ତ୍ତି ହୋଇଛି ସହର। ଏହାସହିତ ଅଧିକାଂଶ ଡ୍ରେନ୍‌ର ଅବସ୍ଥା ଶୋଚନୀୟ ହୋଇପଡିଥିଲେ ବି ଏହା ଉପରେ ବିଏମ୍‌ସିର ନିଘା ନାହିଁ। କେତୋଟି ମାତ୍ର ସ୍ଥାନରେ ସଫାସୁତୁରା କରି, ମଶାତେଲ ପକାଇ ବିଏମ୍‌ସି ନିଜର ପ୍ରଚାର କରିବାରେ ବ୍ୟସ୍ତ ଥିବାବେଳେ ସହରର ବାସ୍ତବ ଚିତ୍ର କିଛି ଭିନ୍ନ କଥା କହୁଛି। ପ୍ରତିବର୍ଷ ଡେଙ୍ଗୁ ସଂକ୍ରମଣରେ ଭୁବନେଶ୍ୱର ଆଗରେ ରହୁଛି। ମାତ୍ର ବିଏମ୍‌ସି ଏଯାଏ ଡେଙ୍ଗୁମୁକ୍ତ ସହର ପାଇଁ ସେପରି ସଫଳ, ଦୃଢ଼ ତଥା ସୁବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରିପାରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?