Posted inଜାତୀୟ

‘ଗଣତନ୍ତ୍ରର ହତ୍ୟା ହେବାକୁ ଦିଆଯିବ ନାହିଁ’

ନୂଆଦିଲ୍ଲୀ,୬।୨: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମେୟର ନିର୍ବାଚନର ବାଲଟ ପେପର, ଭିଡିଓଗ୍ରାଫି ସମେତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ମଗାଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଜରିଆରେ ସେଗୁଡ଼ିକୁ ଦାଖଲ କରିବା ପାଇଁ କୁହାଯାଇଛି। ୭ ତାରିଖରେ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନର ପ୍ରଥମ ବୈଠକ ହେବାକୁ ଥିବାବେଳେ ଅଦାଲତ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୌର ନିଗମରେ ଏଏପି-କଂଗ୍ରେସ ମେଣ୍ଟର ୨୦ କାଉନସିଲର ଥିବାବେଳେ ୧୬ ଖଣ୍ଡ ଭୋଟ ପାଇଥିବା ଭାଜପା ପ୍ରାର୍ଥୀ ମନୋଜ ସୋଙ୍କରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମୋଟ ୩୬ ଭୋଟ ପଡ଼ିଥିବାବେଳେ ସେଥିରୁ ୮ଟି ଭୋଟକୁ ନିର୍ବାଚନ କର୍ତ୍ତୃପକ୍ଷ ନାକଚ କରିଦେଇଥିଲେ। ଏଏପି-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ ସିଂ ୧୨ ଖଣ୍ଡ ଭୋଟ ପାଇ ହାରିଯାଇଥିଲେ। ରିଟର୍ନିଂ ଅଫିସର ମେଣ୍ଟର ୮ଟି ଭୋଟକୁ ନାକଚ କରିଥିବାରୁ ଏହାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ସାନି ନିର୍ବାଚନ ଦାବି କରାଯାଇଥିଲା। ହାଇକୋର୍ଟ ଏହା ଉପରେ କୌଣସି ପଦକ୍ଷେପ ନେବାକୁ ମନା କରିଦେବା ପରେ ଏଏପି କାଉନସିଲର କୁଲଦୀପ ସିଂ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ରିଟର୍ନିଂ ଅଫିସର (ଆର୍‌ଓ) ବାଲଟଗୁଡ଼ିକୁ ବିକୃତ କରିଥାଇପାରନ୍ତି, ତେଣୁ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏହା ଗଣତନ୍ତ୍ରର ଉପହାସ। ଆର୍‌ଓ ଗଣତନ୍ତ୍ରର ହତ୍ୟା କରିଛନ୍ତି। ସେ ଯାହା କରିଛନ୍ତି, ସେଥିରେ ଆମେ ସ୍ତବ୍ଧ। ଏହା କ’ଣ ନିର୍ବାଚନ ପରିଚାଳନାର ମାର୍ଗ କି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି। ବାଲଟ ତଳଭାଗରେ ଛକି ଚିହ୍ନ ଥିବା ଦେଖି ସେହି ସମୟରେ ଆର୍‌ଓ ବାଲଟଗୁଡ଼ିକୁ ବିକୃତ କରିଥିବେ। ଆମେ ଗଣତନ୍ତ୍ରକୁ ଏଭଳି ଭାବରେ ମାରିଦେବାକୁ ଦେବୁ ନାହିଁ। ଦେଶରେ ଏକମାତ୍ର ଦୃଢ଼ ଶକ୍ତି ହେଲା ଗଣତନ୍ତ୍ରର ସ୍ବଚ୍ଛତା ବୋଲି ସିଜେଆଇ କହିଛନ୍ତି। ଖଣ୍ଡପୀଠରେ ସିିଜେଆଇଙ୍କ ସମେତ ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରା ରହିଛନ୍ତି।
ମେୟର ନିର୍ବାଚନରେ ଜାଲିଆତି ହୋଇଥିବା ଏଏପି ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା। ନିର୍ବାଚନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଅସାମ୍ବିଧାନିକ ଓ ବେଆଇନ କହିବା ସହ ଏଭଳି କାର୍ଯ୍ୟକୁ ଦେଶଦ୍ରୋହ କହିଥିଲେ। ନିର୍ବାଚନକୁ ଭାଜପା ଲୁଟ୍‌ କରୁଥିବା ସେ ଅଭିଯୋଗ କରିଥିଲେ। ମେୟର ନିର୍ବାଚନରେ ବିବାଦକୁ ନେଇ ସମାଲୋଚନା ଜୋର୍‌ ଧରିବା ସହ ଦିଲ୍ଲୀରେ ଉଭୟ ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri