ଭାରତୀୟଙ୍କୁ ୫ ଗ୍ରାମୀ ଆଓ୍ବାର୍ଡ

ନୂଆଦିଲ୍ଲୀ,୬।୨(ପି.ଟି.): ଲସ୍‌ ଏଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି। ଗାୟକ ଶଙ୍କର ମହାଦେବନ, ଭାଓଲିନ୍‌ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍‌ ବାଦକ ସେଲ୍‌ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍‌ ଶକ୍ତିରେ ହୁସେନ୍‌ଙ୍କ ସହଯୋଗୀ ଗୋଟିଏ ଲେଖାଏ ଗ୍ରାମୀ ପୁରସ୍କାର ପାଇଛନ୍ତି।
‘ଦିସ୍‌ ମୋମେଣ୍ଟ’ ସଙ୍ଗୀତ ପାଇଁ ଫ୍ୟୁଜନ ବ୍ୟାଣ୍ଡ୍‌ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ଆଲ୍‌ବମ୍‌ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି। ଉକ୍ତ ଆଲ୍‌ବମ୍‌ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍‌ ମାକ୍‌ଲୁଘ୍ଲିନ୍‌ ରହିଛନ୍ତି। ୨୦୨୩ ଜୁନ୍‌ରେ ମୁକ୍ତିଲାଭ କରିଥିବା ‘ଦିସ୍‌ ମୋମେଣ୍ଟ’ ଶକ୍ତି ଗ୍ରୁପ୍‌ର ପ୍ରଥମ ଷ୍ଟୁଡିଓ ଆଲ୍‌ବମ୍‌ ଥିଲା। ଶକ୍ତି ପାଇଁ ପୁରସ୍କାର ସମେତ ହୁସେନ୍‌ଙ୍କୁ ‘ପାଷ୍ଟୋ’ରେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସଙ୍ଗୀତ ପରିବେଷଣ ଏବଂ ‘ଆଜ୍‌ ଓ୍ବି ସ୍ପିକ୍‌’ ଶ୍ରେଷ୍ଠ ସମସାମୟିକ ବାଦ୍ୟଯନ୍ତ୍ର ଆଲବମ୍‌ ପାଇଁ ଗ୍ରାମୀ ପୁରସ୍କାର ମିଳିଛି। ସେହିପରି କିମ୍ବଦନ୍ତୀ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ପୁତୁରା ରାକେଶ ଚୌରାସିଆ ପାଷ୍ଟୋ ଏବଂ ଆଜ୍‌ ଓ୍ବି ସ୍ପିକ୍‌ ପାଇଁ ୨ଟି ପୁରସ୍କାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri