ବିପଦରେ ଗଣତନ୍ତ୍ର

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ବେକାରି ସମସ୍ୟା, ଅଂଶଧନକାରୀଙ୍କ ପୁଞ୍ଜିନିବେଶରେ କ୍ଷତି, ସ୍ବାସ୍ଥ୍ୟ ସେବାର ଅଭାବ, ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ, ପ୍ରଦୂଷଣ ଆଦି ବହୁବିଧ ସମସ୍ୟା ଦେଇ ଏବେ ଭାରତ ଗତି କରୁଛି। ଏସବୁର ସମାଧାନ ଆଣିବା ଦିଗରେ ପାର୍ଲାମେଣ୍ଟର ଗୁରୁଦାୟିତ୍ୱ ରହିଛି। କୌଣସି ସମସ୍ୟାର ସମାଧାନ ଲାଗି ବିରୋଧୀଙ୍କ ସହ କଥାବାର୍ତ୍ତା କରିବା, ଆଲୋଚନା ଓ ବିତର୍କ ମାଧ୍ୟମରେ ଆଇନ ଆଣିବା, ଏପରିକି ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଭାରତୀୟ ସଂସଦୀୟ ବ୍ୟବସ୍ଥାର ମର୍ଯ୍ୟାଦା ରକ୍ଷା କରିବା ହେଉଛି ସରକାରୀ ଦଳର କର୍ତ୍ତବ୍ୟ। କିନ୍ତୁ ଆମର ଗଣତାନ୍ତ୍ରିକ ଇତିହାସ କହୁଛି ଯେ, କୌଣସି ସମୟରେ ବିରୋଧୀଙ୍କ ସହିତ ଆଲୋଚନା କରି ଆଇନ ପ୍ରଣୟନ କରାଯାଏ ନାହିଁ। ଯଦି କେତେବେଳେ ଆଲୋଚନା ମାଧ୍ୟମରେ ଆଇନ ଅଣାଯାଇଥାଏ, ତାହା ସାଧାରଣତଃ ଗୁରୁତ୍ୱହୀନ ବିଷୟ ସମ୍ବନ୍ଧୀୟ ଆଇନ। ନଚେତ୍‌ ସଂସଦ ଓ ବିଧାନସଭାରେ ସରକାରୀ ଦଳର ଇଚ୍ଛା ଅନୁଯାୟୀ ଆଇନ ପ୍ରଣୟନ ହୋଇଥାଏ। ବିରୋଧୀ ତାଙ୍କ ମତ ଦେବା ବେଳେ ଯଥାର୍ଥ ବିଷୟ କହିଲେ ମଧ୍ୟ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଏ। ବିଗତ କେତୋଟି ବର୍ଷରେ ଦେଖାଯାଉଛି ଯେ, ବିରୋଧୀଙ୍କ ତରଫରୁ ଯେତେ ଅଧିକ ପାଟିତୁଣ୍ଡ କରାଯିବ ସେତିକି ସରକାରୀ ଦଳ ସକାଶେ ଆଇନ ପ୍ରଣୟନ କରିବାରେ ସହଜ ହୋଇଯାଏ। ଯେକେହି ବ୍ୟକ୍ତି ବାଚସ୍ପତି ଆସନରେ ବସନ୍ତି, ସମସ୍ତେ ସରକାରୀ ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି।
ପାର୍ଲାମେଣ୍ଟର ଚଳିତ ବଜେଟ ପରବର୍ତ୍ତୀ ଅଧିବେଶନ ଯେଭଳି ଭାବେ ବିଶୃଙ୍ଖଳିତ ଭାବେ ଗତି କରୁଛି, ସେଥିରେ ଦେଶବାସୀଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି କୁହାଗଲାଣି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ବିଦେଶ ମାଟିରେ ସରକାର ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି ଦୋଷାରୋପ କରି ଶାସକ ଦଳ ଲୋକ ସଭାକୁ ଅଚଳ କରିଦେଇଛି। ଅନ୍ୟପଟେ ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗରେ ବିରୋଧୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଲାଗି ବାରମ୍ବାର ଦାବି କରିଆସୁଛନ୍ତି। ତେବେ ଉଭୟଙ୍କ ଦାବିର ଓଜନକୁ ଦେଖିଲେ ସରକାରୀ ଦଳ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟକଳାପ ପ୍ରଦର୍ଶନ କରି ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରି ରଖିଛି। ଏଥିରୁ ବୁଝାପଡ଼ୁଛି ଯେ, ଆଦାନୀ ଦୁର୍ନୀତି ସମ୍ବନ୍ଧରେ ଆଲୋଚନା କରିବା ସକାଶେ ସରକାରୀ ଦଳ ଅରାଜି। ବ୍ରିଟେନରୁ ଫେରି ରାହୁଲ ଗାନ୍ଧୀ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଥିଲେ ମଧ୍ୟ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିଲା। ଶାସକ ଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ଲୋକ ସଭାକୁ ମୁଲତବୀ କରିଦିଆଯାଇଥିଲା। ତେଣୁ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ବାହାରେ କହିଥିଲେ ଯେ, ଯଦି ଭାରତୀୟ ଗଣତନ୍ତ୍ର ଠିକ୍‌ ଭାବେ ଚାଲୁଥାଆନ୍ତା, ତାହା ହେଲେ ସେ ତାଙ୍କ ମତ ରଖିବାକୁ ସୁଯୋଗ ପାଇଥାଆନ୍ତେ। ଏଥିରୁ ବୁଝାପଡ଼ୁଛି ଯେ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନାକୁ ଆଳ କରି ଶାସକ ଗୋଷ୍ଠୀ ଆଦାନୀ ପ୍ରସଙ୍ଗକୁ ଦୁର୍ବଳ କରି ଦେବାକୁ ଚାହିଁଛି।
ପ୍ରାୟ କୁହାଯାଇଥାଏ ଯେ, ବିରୋଧୀ କୌଣସି ପ୍ରସଙ୍ଗରେ ଅଡ଼ି ବସିଲେ ଶାସକ ଦଳ ତାହାକୁ ସମାଲୋଚନା କରିଥାଏ। ବିରୋଧୀଙ୍କ ଯୋଗୁ ଗୃହ ଚାଲି ପାରି ନ ଥିବା ଅଭିଯୋଗ ହୋଇଥାଏ। ଗଣମାଧ୍ୟମ ଏହି ଧ୍ୱନି ସହିତ ଏକମତ ହୋଇଥାଏ। ଏପରିକି ଅନେକ ବିଜ୍ଞ ବ୍ୟକ୍ତି ପ୍ରତ୍ୟେକ ସଂସଦୀୟ ଅଧିବେଶନର ମିନିଟ୍‌ ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମଧ୍ୟ ପ୍ରକାଶ କରିଥାଆନ୍ତି। ଏବେ ସେହିଭଳି ହିସାବ ଦେବାକୁ କେହି ଆଗେଇ ଆସୁନାହାନ୍ତି।
ବର୍ତ୍ତମାନ ପାର୍ଲାମେଣ୍ଟରେ ଆଲୋଚନାର ଗତିରୋଧ କରାଯିବାରେ ଗୃହର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। କାରଣ ସେ ଚାହିଁଲେ ଅଚଳାବସ୍ଥାକୁ ଦୂର କରି ଆଲୋଚନାକୁ ଆଗେଇ ନେଇପାରନ୍ତେ। ବିରୋଧୀଙ୍କ ତୁଳନାରେ ଦେଖିଲେ ଶାସକ ଦଳ ଅପେକ୍ଷାକୃତ ଅଧିକ ଦାୟିତ୍ୱବାନ୍‌ ହେବା ଦରକାର। ଜଣେ ଏମ୍‌ପିଙ୍କ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟକୁ ଅଚଳ କରି ରଖାଯାଇଥିବାରୁ ବହୁ ପ୍ରସଙ୍ଗ ଉପରେ ହେବାକୁ ଥିବା ବିତର୍କ ଓ ଆଲୋଚନା ଅଟକି ରହିଛି। ଶାସକ ଦଳ ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରି ଗୃହ କାର୍ଯ୍ୟ ଆଗେଇ ନେଇଥିଲେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥାଆନ୍ତେ। କିନ୍ତୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଶାସକ ବର୍ଗ କହୁଛି, ପ୍ରଥମେ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା ମାଗିଲେ ପରେ ତାଙ୍କୁ ଗୃହରେ କହିବାର ସୁଯୋଗ ମିଳିବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ରାୟ ଦେବା ପୂର୍ବରୁ ଆଇନଗତ ଭାବେ ତାଙ୍କ ଯୁକ୍ତି ଶୁଣିବା ପାଇଁ ଅଦାଲତ ବାଧ୍ୟ।
ଏହି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୈତ୍ର ଏକ ଟୁଇଟ୍‌ କରି କହିଛନ୍ତି ଯେ, ବିରୋଧୀଙ୍କ ପ୍ରତି ବାଚସ୍ପତିଙ୍କ ବ୍ୟବହାର ଠିକ୍‌ ରହୁ ନାହିଁ। ସେ କହିଛନ୍ତି ଯେ, କିଛି ଦିନ ହେବ ବାଚସ୍ପତି ଓମ୍‌ ବିର୍ଲା କେବଳ ଭାଜପା ସଦସ୍ୟମାନଙ୍କୁ କହିବାକୁ ମାଇକ୍‌ ଦେଉଛନ୍ତି। ଜଣେ ବି ବିରୋଧୀ ସଦସ୍ୟଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ। ଶାସକ ଦଳ କହିବା ପରେ ଗୃହକୁ ମୁଲତବୀ କରିଦିଆଯାଉଛି। ଗଣତନ୍ତ୍ର ଏବେ ବିପଦରେ ପଡ଼ିଛି ବୋଲି ମହୁଆ କହିଛନ୍ତି। କେତେକ ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିରୋଧୀଙ୍କ କଣ୍ଠରୋଧ କରିବା ଲାଗି ସରକାର ଲୋକ ସଭାରେ ବାଚସ୍ପତି ଓ ରାଜ୍ୟ ସଭାରେ ଏହାର ଅଧ୍ୟକ୍ଷଙ୍କୁ ଅସ୍ତ୍ର କରୁଛନ୍ତି। ଭାରତର ଗଣତନ୍ତ୍ରକୁ ପଙ୍ଗୁ କରିଦିଆଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଏହି କଣ୍ଠରୋଧରୁ ସତ୍ୟ ପ୍ରମାଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?