ଗଣତନ୍ତ୍ର ଓ ଅସମାନତା

ବିଶ୍ୱରେ ଗଣତନ୍ତ୍ର ଏବେ ବିପଦରେ। ଏହା କେବଳ ନିର୍ବାଚିତ ସରକାରକୁ ହଟାଇ କ୍ଷମତା ଦଖଲ କରୁଥିବା ଏକଚ୍ଛତ୍ରବାଦୀଙ୍କ ଯୋଗୁ ଘଟୁନାହିଁ। ଏକଚ୍ଛତ୍ରବାଦୀମାନେ କ୍ଷମତା ଦଖଲ କରୁଥିବା ବିଷୟ ମୁଖ୍ୟ ଖବର ହେଉଥିବାବେଳେ ବାସ୍ତବରେ ସେମାନେ ଆଉ ସ୍ବାଧୀନ ସମାଜ ପ୍ରତି ବିପଦ ହୋଇ ରହିନାହାନ୍ତି। ପ୍ରକୃତ ବିପଦ ଅତ୍ୟନ୍ତ ଘାତକ , ଯାହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକର କ୍ରମାଗତ ତଥା ଗଭୀର ପରିବର୍ତ୍ତନରେ ରହିଛି। ବାହାରକୁ ଜଣାପଡ଼ୁଛି ଯେ, ଏହିସବୁ ବ୍ୟବସ୍ଥା ଯେପରି କାର୍ଯ୍ୟ କରିବା ଉଚିତ ତାହା ସେଭଳି କରୁଛି। ନିର୍ବାଚନ ହେଉଛି।

ଭୋଟରମାନଙ୍କ ସ୍ବାର୍ଥ ପାଇଁ ପ୍ରତିନିଧିତ୍ୱ କରିବ ବୋଲି ଯେଉଁ ଦଳ ଓ ନେତା ପ୍ରତି ବିଶ୍ୱାସ ହୁଏ ସେମାନଙ୍କୁ ସେମାନେ ଭୋଟ ଦେଉଛନ୍ତି। କିନ୍ତୁ ବହୁ ସମୟରେ ଦେଖାଯାଏ ଯେଉଁ ରାଜନେତା ନିର୍ବାଚନମଣ୍ଡଳୀର କାମ ନ କରି ସେମାନଙ୍କ ନିଜ ସ୍ବାର୍ଥ ପାଇଁ କାମ କରନ୍ତି ଭୋଟରମାନେ ସେହି ନିର୍ବାଚିତ ରାଜନେତାଙ୍କୁ ପୁନର୍ବାର ଭୋଟ ଦେଇଥାନ୍ତି। ଏଭଳି ମୂର୍ଖତା ନୂଆ ନୁହେଁ, ଏହା ଏବେ ଏତେ ବ୍ୟାପକ ହୋଇଛି ଯେ, ଏବେ ଗଣତାନ୍ତ୍ରିକ ସରକାରର ମୂଳଭିତ୍ତି ପ୍ରତି ବିପଦ ସୃଷ୍ଟି କରିଛି।

ଆମେ ଏଭଳି ସ୍ଥିତିରେ କିପରି ପହଞ୍ଚିଛୁ ତାହା ବୁଝିବା ପାଇଁ ‘ଏଲିବଲ ନିୟମ’ ସମ୍ପର୍କରେ ବିଚାର କରିବା ଦରକାର। ଯେତେବେଳେ ମୁଁ କଲିକତା (ବର୍ତ୍ତମାନ କୋଲକାତା)ରେ ପିଲାବେଳେ ରହୁଥିଲି ସେତେବେଳେ ରାସ୍ତା ଓ ପାର୍କରେ ଖେଳୁଥିବା ସ୍ମାର୍ଟ ପିଲାମାନେ ଏହି ନିୟମକୁ ଭଲ ଭାବେ ଜାଣିଥିଲେ। ସେମାନେ ଯେତେବେଳେ ଘର ପାଖାପାଖି ଜାଗାରେ ଖେଳିଲେ ସେତେବେଳେ ଜଣେ ଟିକେ ବଡ଼ ପିଲା ତାଙ୍କ ସହ ଯୋଗଦେଲେ। ସେହି ପିଲାଟି ସହ ରହୁଥିବା ତାଙ୍କ ପାଳିତ ମାତା ପିଲାଟିକୁ ସେମାନଙ୍କ ସହ ଖେଳାଇବାକୁ ବାଧ୍ୟ କରନ୍ତି। ଫଳରେ ଖେଳୁଥିବା ପିଲାମାନେ ସିଧାସଳଖ ମନା କରିବା ପରିବର୍ତ୍ତେ ସେମାନେ ପରସ୍ପର ମଧ୍ୟରେ ଏକ ସାଙ୍କେତିକ ଶବ୍ଦ ‘ଏଲିବଲ’କୁ ନେଇ ଟୁପୁରୁଟାପର ହୁଅନ୍ତି, ଯାହା ସୂଚିତ କରେ ଯେ, ନୂଆ ପିଲାଟି ସେମାନଙ୍କ ସହ ଖେଳିପାରୁଥିଲାବେଳେ ସେ ଖେଳରେ ପ୍ରକୃତରେ ଅଂଶୀଦାର ନ ଥିଲା। ଯଦି ସେ ଗୋଲ କରୁଥିଲା ଓ ଆମେ ସେଥିରେ ଖୁସି ଓ ଅନନ୍ଦିତ ହେବା କଥା, କିନ୍ତୁ ତାହାର କୌଣସି ମୂଲ୍ୟ ରହେ ନାହିଁ। କାରଣ ସତ୍ୟ ହେଉଛି, ସେ ଖେଳୁଥିଲେ ବି ତାଙ୍କ ଗୋଲକୁ ଗଣାଯାଉ ନ ଥିଲା ବୋଲି ଆମେ ସମସ୍ତେ ଜାଣୁ।

ଏବେ ଏଲିବଲ ଶବ୍ଦ ଗଣତାନ୍ତ୍ରିକ ରାଜନୀତିର ମୂଳ ବିଷୟ ପାଲଟିଗଲାଣି। କାରଣ ସାଧାରଣ ଲୋକ ଉତ୍ସାହର ସହ ନିର୍ବାଚନରେ ସେହି ନେତାଙ୍କୁ ସମର୍ଥନ କରୁଛନ୍ତି, ଯେଉଁମାନେ ଲୋକଙ୍କ ଭାବାବେଗକୁ ପ୍ରଭାବିତ କରି ତଥା ଉସୁକାଇ ଭୋଟ ନେଉଛନ୍ତି। ଭୋଟରମାନେ ନିର୍ବାଚନ ଖେଳରେ ଭାଗୀଦାର ବୋଲି ସେହି ନେତା ଭାବନ୍ତି ନାହିଁ। ସାର୍ବଜନୀନ ସେବା ପ୍ରତି ଥିବା ଏକ ପ୍ରତିବଦ୍ଧତା ଏହି ନେତାଙ୍କ ପାଇଁ ମୂଲ୍ୟହୀନ। ଏଭଳି ପ୍ରତିବଦ୍ଧତା ବାସ୍ତବରେ ନିଜ ପାଇଁ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଁ ଧନ ଏବଂ କ୍ଷମତା ଠୁଳ କରିବାର ପୟାସ ପ୍ରତି ବିପଦ। ଭୋଟରମାନେ ବିଶ୍ୱାସ କରନ୍ତି ଯେ ସେମାନେ ଖେଳର ଏକ ଅଂଶ ଓ ତାଙ୍କ ଭୋଟର ଗୁରୁତ୍ୱ ରହୁଛି। ବାସ୍ତବରେ ତାହା ନୁହେଁ, ବରଂ ସେମାନେ କେବଳ ନାମକୁ ମାତ୍ର ଖେଳୁଛନ୍ତି, ଯେମିତିକି ସେହି ପିଲାଟି ଖେଳୁଥିଲା। ପରିଣାମ ସ୍ବରୂପ, ଗଣତାନ୍ତ୍ରିକ ଅଧୋଗତି ଘଟୁଛି। ମୁଖ୍ୟଧାରାର ଅର୍ଥନୀତିଜ୍ଞ ଓ ରାଜନୈତିକ ବିଶେଷଜ୍ଞମାନେ ଦୀର୍ଘଦିନ ହେଲା ‘ମେଡିଆନ ଭୋଟର ଥିଓରମ’କୁ ଭରସା କରି ଆସିଛନ୍ତି, ଯାହା ଦର୍ଶାଏ ଯେ, ଏକ ବହୁମତ ନିର୍ବାଚନ ବ୍ୟବସ୍ଥାରେ ରାଜନେତାମାନେ ବାସ୍ତବରେ ଏକ ମଧ୍ୟମ ରାଜନୈତିକ ଦୃଷ୍ଟିକୋଣ ଥିବା ଭୋଟରଙ୍କ ପସନ୍ଦ ପ୍ରତି ଆକର୍ଷିତ ହେବେ। ନିର୍ବାଚନ ଜିତିବା ପାଇଁ କଠୋର ଭୋଟରଙ୍କ ବଦଳରେ ମଧ୍ୟମ ସ୍ତରର ଭୋଟରଙ୍କୁ ଆକର୍ଷିତ କରିବା ଦରକାର ଥିବାରୁ ସେମାନେ ଏହା କରିଥାନ୍ତି। କିନ୍ତୁ ଏବେ ରାଜନେତାମାନେ ରାଜନୈତିକ ଧ୍ରୁବୀକରଣ ଉପରେ ନିର୍ଭର କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଉଗ୍ର ସ୍ଥିତିକୁ ଗ୍ରହଣ କରିବା ପ୍ରବୃତ୍ତି ବଢ଼ିବାରୁ ଜଣାପଡ଼ୁଛି ଯେ, ଏହି ଧାରଣା (ମଧ୍ୟମ ସ୍ତରର ଭୋଟରଙ୍କୁ ଆକର୍ଷିତ କରିବା)ସ୍ଥିତି ଆଉ ବେଶି ଦିନ ରହିବ ନାହିଁ। ଏହି ପରିବର୍ତ୍ତନ ପଛରେ ଥିବା କାରଣ ଯଦିଓ ସ୍ପଷ୍ଟ ନୁହେଁ, ତଥାପି ସୋସିଆଲ ମିଡିଆ ବୃଦ୍ଧି ସହ ଏହାର ଦୃଢ଼ ସମ୍ପର୍କ ରହିଛି। ନିର୍ବାଚନରେ ସୂଚନାଭିତ୍ତିକ ବିତର୍କକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଡିଜିଟାଲ ପା୍ଲଟଫର୍ମଗୁଡ଼ିକ ଏବେ ଭୁଲ୍‌ ତଥ୍ୟ ପ୍ରସାର କରିବାର ଶକ୍ତିଶାଳୀ ସାଧନ ପାଲଟିଯାଇଛି। ଏହାଦ୍ୱାରା ସୁବିଧାବାଦୀ ନେତାମାନେ ହେରଫେର କରିବା ସହ ଲୋକଙ୍କୁ ସହଜରେ ବିଭ୍ରାନ୍ତ କରିପାରୁଛନ୍ତି।

ଗଣତନ୍ତ୍ର ପୁରାତନ ଏଥେନ୍ସରେ ଆରମ୍ଭ ହୋଇଥିଲା। ସେବେଠାରୁ ଏଥିରେ ଅନେକ ପରିବର୍ତ୍ତନ ଘଟିଛି। ପ୍ରଯୁକ୍ତି ବିକାଶ ଯୋଗୁ ପୁରାତନ ଗଣତାନ୍ତ୍ରିକ ବ୍ୟବସ୍ଥାର କେତେକ ନିର୍ଦ୍ଦିଷ୍ଟ ବିଷୟ ଅଲୋଡ଼ା ହୋଇଯାଇଛି। ତେବେ କ୍ରମଶଃ ବିକାଶ ହେଉଥିବା ନୈତିକ ମାନକଗୁଡ଼ିକ ମୌଳିକ ସୁଧାରକୁ ବାଟ ଦେଖାଇପାରେ। ଉଦାହରଣ ସ୍ବରୂପ, ରୋମାନ ସାଧାରଣତନ୍ତ୍ର ଉଚ୍ଚ ପଦାଧିକାରୀ ଓ ଧନିକଙ୍କ ଭୋଟର ଗୁରୁତ୍ୱ ସାଧାରଣ ନାଗରିକଙ୍କ ଭୋଟ ତୁଳନାରେ ଅଧିକ। ଏହାର ଗ୍ରହଣୀୟତା ଆମେ ଆଉ ଦେଖିବାକୁ ପାଉ ନାହଁୁ। ସେହିଭଳି ଗଣତନ୍ତ୍ର ବିକଶିତ ହେଉଥିବାରୁ ସ୍ଥାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଗଲା, ଯାହାଦ୍ୱାରା ସମ୍ବିଧାନ ଆରମ୍ଭ କରାଗଲା। ଏହି ସମ୍ବିଧାନକୁ ସଂଶୋଧନ କରାଯାଇପାରିଛି। ଏହା କରିବାବେଳେ ବହୁମତରୁ ଅଧିକ ଆବଶ୍ୟକ ଏବଂ ଏହା ନିଶ୍ଚିତ କରେ ଯେ, ବିନା ବିଚାରରେ ମୁଖ୍ୟ ବ୍ୟବସ୍ଥାର ପରିବର୍ତ୍ତନ କରିବା ଉଚିତ ନୁହେଁ।

ଚାପଗ୍ରସ୍ତ ଗଣତାନ୍ତ୍ରିକ ଶାସନକୁ ନେଇ ବିଶ୍ୱ ପୁଣିଥରେ ଏକ ଜଟିଳ ସ୍ଥତିରେ ଥିବା ଦେଖିବାକୁ ମିଳିଛି। ଏବେ ପ୍ରତୀୟମାନ ଅତ୍ୟଧିକ ଅସମାନତା ଅପ୍ରତ୍ୟାଶିତ ଭାବେ ଗଣତନ୍ତ୍ରର ଅଧୋଗତି ଘଟାଉଛି। ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆର ଉତ୍ଥାନ ଅତି ଧନୀଙ୍କୁ ଜନମତକୁ ଗଢ଼ିବା ପାଇଁ ଏକ ନୂଆ ସାଧନ ଯୋଗାଇଛି। ଭୋଟରମାନେ ବିଶ୍ୱାସ କରନ୍ତି ଯେ, ସେମାନେ ସକ୍ରିୟ ଭାଗୀଦାରି, କିନ୍ତୁ ଇଲେବଲ ଭଳି ବାସ୍ତବ କ୍ଷମତା ଅଳ୍ପ କେତେକଙ୍କ ହାତରେ ରହିଛି।

ଅସମାନତା ହ୍ରାସ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ, ବରଂ ଏହା ଏକଚ୍ଛତ୍ରବାଦର ବିପଦ ବିରୋଧରେ ଗଣତନ୍ତ୍ରକୁ ରକ୍ଷା କରିବାର ଏକ ଉତ୍ତମ ଉପାୟ। ଏଥିପାଇଁ ଆମର ଏକ ଟିକସ ବ୍ୟବସ୍ଥା ଦରକାର, ଯାହା ନୂତନତ୍ୱ ଓ ଔଦ୍ୟୋଗିକତାରେ ବାଧା ନ ଦେଇ ଆୟ ଏବଂ ଧନର ପୁନଃ ବଣ୍ଟନ କରିପାରିବ। ନିଶ୍ଚିତ ଭାବେ ଏଥିପାଇଁ ସୁଯୋଗ ରହିଛି। ମୋ ମତରେ‘ଆକୋର୍ଡିଅନ ଟ୍ୟାକ୍ସ’, ଯାହା ଅଧିକ ଆୟକାରୀଙ୍କ ଉପରେ ଅଧିକ ଟିକସ ଲଗାଇ ସଂଗୃହୀତ ଅର୍ଥକୁ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ଏଭଳିି ଏକ ଉପାୟରେ ପୁନଃ ବଣ୍ଟନ କରାଯିବ, ଯେଉଁଥିରେ ଧନିକଙ୍କ ମଧ୍ୟରେ ର଼୍ୟାକିଙ୍ଗକୁ ତୁଳନାମତ୍କ ଭାବେ ସୁରକ୍ଷିତ ରଖିହେବ। ଏଭଳି ଏକ ବ୍ୟବସ୍ଥାରେ ଆମେ ଅସମାନତା ହ୍ରାସ କରିବାରେ ସକ୍ଷମ ହେବା ସହ ଆମ ଲକ୍ଷ୍ୟ ଓ ନୂତନତ୍ୱକୁ ଆଗକୁ ବଢ଼ାଇବା ଲାଗି ପ୍ରୋତ୍ସାହନକୁ ଜାରି ରଖିପାରିବା। କିନ୍ତୁ କୌଣସି ଗୋଟିଏ ଦେଶ ଏକାକୀ ଅସମାନତା ନିୟନ୍ତ୍ରଣ କରିପାରିବ ନାହିଁ। ଏକ ଜଗତୀକରଣ ବିଶ୍ୱରେ ସୀମିତ ଥିବା ଏକପକ୍ଷୀୟ( ଗୋଟିଏ ଦେଶ ଦ୍ୱାରା ନିଆଯାଉଥିବା ) ପଦକ୍ଷେପକୁ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଏଥିପାଇଁ ଅନ୍ତର୍ଜାତୀୟ ସହଯୋଗ ଦରକାର। ଇତିହାସ ଦର୍ଶାଇଛି ଯେ, ବିଶ୍ୱ ବୃହତ୍‌ ଆହ୍ବାନର ସମ୍ମୁଖୀନ ହୋଇଥିବାବେଳେ ଦୃଢ଼ ସିଦ୍ଧାନ୍ତକୁ କାର୍ଯ୍ୟରେ ପରିବର୍ତ୍ତନ କରିବା ଲାଗି ସବୁ ଦେଶ ଏକାଠି ହୋଇପାରିଛନ୍ତି। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆମକୁ ପୁନର୍ବାର ସେଭଳି କରିବାକୁ ପଡ଼ିବ।

ବିଶ୍ୱବ୍ୟାଙ୍କ୍‌ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri