ଭାରତୀୟ ବଂଶୋଦ୍ଭବ ଡେମ୍‌ହୁଡ୍‌

ଣସି ଏକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିଟେନ୍‌ ପକ୍ଷରୁ ନାଇଟ୍‌ହୁଡ୍‌ ଉପାଧିରେ ଜଣଙ୍କୁ ଭୂଷିତ କରାଯାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ସାମରିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ତାହା ବ୍ୟାପକତା ଲାଭ କରି ଅନ୍ୟମାନଙ୍କୁ ପ୍ରଦାନ କରାଯାଉଛି। ନାଇଟ୍‌ହୁଡ୍‌ର ମହିଳା ସମକକ୍ଷ ସମ୍ମାନ ଭାବେ ଡେମ୍‌ହୁଡ୍‌ ପ୍ରଦାନ କରାଯାଉଛି। ଡେମ୍‌ ଅର୍ଥାତ୍‌ ସମ୍ଭ୍ରାନ୍ତ ମହିଳା। ସେହି ଅନୁଯାୟୀ ଯିଏ ଏହି ସମ୍ମାନରେ ସମ୍ମାନିତ ହୋଇଥାଆନ୍ତି ସେ ଡେମ୍‌ହୁଡ୍‌ ଉପାଧି ପାଇଥାଆନ୍ତି। ନିକଟରେ ଭାରତୀୟ ବଂଶୋଦ୍ଭବ ମୀରା ସାୟଲ ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବ୍ରିଟେନ୍‌ର ମର୍ଯ୍ୟାଦାଜନକ ସମ୍ମାନ ତାଲିକାରେ ନିଜ ନାମ ରଖିପାରିଛନ୍ତି। ଅଭିନେତ୍ରୀ, କମେଡିଆନ୍‌ ଓ ଲେଖିକା ମୀରା ବ୍ରିଟେନ୍‌ ରାଜାଙ୍କ ଏହି ନୂଆ ବର୍ଷ ସମ୍ମାନରେ ସମ୍ମାନିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
୬୪ ବର୍ଷୀୟା ମୀରା ବ୍ରିଟିଶ ଏସିଆନ୍‌ କମେଡି ଯଥା ‘ଗୁଡ୍‌ନେସ୍‌ ଗ୍ରେସିଅସ୍‌ ମି’ ଏବଂ ‘ଦି କୁମାରସ୍‌ ଏଟ୍‌ ନଂ ୪୨’ ରଚନା କରିବା ସହ ଅଭିନୟ ପାଇଁ ସର୍ୱାଧିକ ପରିଚିତି ହାସଲ କରିଛନ୍ତି। ଏଥିସହିତ ବଦାନ୍ୟ କାର୍ଯ୍ୟରେ ତାଙ୍କ ଯୋଗଦାନ ଓ ସେବା ପାଇଁ ଏଭଳି ସମ୍ମାନ ପାଇପାରିିଛନ୍ତି। ସୂଚନା ଦିଆଯାଇପାରେ ଯେ, ମୀରା ପୂର୍ୱରୁ ୧୯୯୭ରେ ରାଣୀଙ୍କ ନୂଆ ବର୍ଷ ସମ୍ମାନରେ ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର ସଦସ୍ୟ (ଏମ୍‌ବିଇ) ହୋଇଥିଲେ ଏବଂ ୨୦୧୫ରେ କମାଣ୍ଡର୍‌ ଅଫ୍‌ ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର (ସିବିଇ) ହୋଇଥିଲେ।
ସେ ୧୯୬୧ରେ ଓଲଭରହାମ୍ପଟନ୍‌ରେ ଭାରତୀୟ ପଞ୍ଜାବୀ ମାତାପିତାଙ୍କ ଠାରୁ ଜନ୍ମଲାଭ କରିଥିଲେ। ତାଙ୍କ ପରିବାର ନୂଆଦିଲ୍ଲୀରୁ ବ୍ରିଟେନ୍‌କୁ ଚାଲିଯାଇଥିଲେ। ମୀରାଙ୍କ ପଢ଼ା ୱାଲସାଲ୍‌ କୁଇନ୍‌ ମେରିଜ୍‌ ହାଇସ୍କୁଲରେ ହୋଇଥିଲା। ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ ସାହିତ୍ୟ ଓ ନାଟକରେ ଡିଗ୍ରୀ କରୁଥିବା ସମୟରେ ସେ ‘ଓ୍ୱାନ୍‌ ଅଫ୍‌ ଅସ୍‌’ ନାଟକର ସହ-ରଚୟିତା ଥିଲେ। ଅଭିନୟ ଲକ୍ଷ୍ୟରେ ଜଣେ ଏସୀୟ ଝିଅ କିଭଳି ଘରୁ ପଳାଇଯାଉଛି ତାହା ଉପରେ ନାଟକ ପର୍ଯ୍ୟବସିତ ଥିଲା।
ସେ ଏହି ନାଟକକୁ ନ୍ୟାଶନାଲ ଷ୍ଟୁଡେଣ୍ଟ ଡ୍ରାମା ଫେଷ୍ଟିଭାଲରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପରେ ତାହା ଏଡିନବର୍ଗ ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲରେ ଅଭିନୀତ ହେବା ଲାଗି ମନୋନୀତ ହୋଇଥିଲା। ସୌଭାଗ୍ୟକୁ ସେଠାରେ ମୀରାଙ୍କ ଅଭିନୟ ଉଚ୍ଚକୋଟୀର ହେବାରୁ ସେ ପୁରସ୍କୃତ ହୋଇଥିଲେ। ତା’ ପରେ ସେ ଲେଖା ଓ ନାଟକରେ ମଜ୍ଜିଯାଇଥିଲେ। ସ୍ନାତକ ଡିଗ୍ରୀ ପରେ ନାଟକକୁ କ୍ୟାରିୟର ଭାବେ ନେଇ ସେ ୧୯୮୭ ରେ ଲିଭରପୁଲ୍‌ ରୟାଲ କୋର୍ଟ ଥିଏଟରରେ କାମ କଲେ। ସେଠାରେ ସେ କ୍ୟାରିଲ ଚର୍ଚ୍ଚିଲ୍ସଙ୍କ ନାଟକ ‘ସିରିୟସ ମନି’ରେ ଜାସିଣ୍ଟା କଣ୍ଡର୍‌ ଭୂମିକାରେ ଅଭିନୟ କରିଥିଲେ।
୧୯୯୩ରେ ସେ କମେଡି-ଡ୍ରାମା ଫିଲ୍ମ ‘ଭାଜି ଅନ୍‌ ଦ ବିଚ୍‌’ର ଚିତ୍ରନାଟ୍ୟ ଲେଖିଥିଲେ ଓ ଦୁଇ ବର୍ଷ ପରେ ‘ଚ୍ୟାନେଲ ୪’ର ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ବିଉଟିଫୁଲ ଥିଙ୍ଗ୍‌’ରେ ଅଭିନୟ କରିଥିଲେ।
ସେ ୧୯୯୦ରେ ବିବିସିରେ ଯୋଗ ଦେଇ ନିଜର ଉତ୍କର୍ଷ ପ୍ରତିପାଦନ କରିବାରୁ ତାଙ୍କୁ ଅଭିନୟ କରିବା ଲାଗି ବହୁ ସୁଯୋଗ ମିଳିଥିଲା। ସେଠାରେ ସେ ବ୍ରଡକାଷ୍ଟର୍ସ ସ୍କେଚ କମେଡି ‘ଗୁଡ୍‌ନେସ୍‌ ଗ୍ରେସିୟସ୍‌ ମି’ ଟିମ୍‌ରେ ସାମିଲ ହୋଇ ପ୍ରସିଦ୍ଧି ଅର୍ଜନ କରିଥିଲେ।
ମୀରା ୧୯୯୬ରେ ଏହି ଶୋ’ ପାଇଁ ମୁଖ୍ୟ ଲେଖିକା ଓ ଅଭିନେତ୍ରୀ ଥିଲେ ଏବଂ ୨୦୦୨ରେ ଆଣ୍ଡ୍ରୁ ଲୟଡ୍‌ ୱେବର୍ସଙ୍କ ‘ବମ୍ୱେ ଡ୍ରିମ୍ସ’ରେ ସହ-ରଚୟିତା ହୋଇ ବଲିଉଡ୍‌କୁ ପାଶ୍ଚାତ୍ୟ ମନୋରଞ୍ଜନରେ ସ୍ଥାନ ଦେଇଥିଲେ। ଡେମ୍‌ ମୀରା ନିଜର ପ୍ରଶଂସିତ କାର୍ଯ୍ୟରେ ପ୍ରାୟତଃ ନିଜର ଭାରତୀୟ ଐତିହ୍ୟ ଓ ସଂସ୍କୃତିକୁ ସନ୍ନିବେଶିତ କରି ଉଭୟ ଲେଖା ଓ ଅଭିନୟରେ ଏକ ସ୍ୱତନ୍ତ୍ର ପଦଚିହ୍ନ ସୃଷ୍ଟି କରିଛନ୍ତି। ୨୦୦୮ରେ ମୀରା ବିବିସିର ‘ବିଉଟିଫୁଲ୍‌ ପିପୁଲ’ଠାରୁ ଆରମ୍ଭ କରି ଚର୍ଚ୍ଚିତ ଫିଲ୍ମ ‘ପାଡିଂଟନ୍‌ ୨’ (୨୦୧୭), ‘ନାଟିଭିଟି ରକ୍ସ!’ (୨୦୧୮), ୟେଷ୍ଟରଡେ (୨୦୧୯) ଏବଂ ସମ୍ପ୍ରତି ‘ଟିନ୍‌ସେଲ ଟାଉନ୍‌’ (୨୦୨୫)ରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୭ ମସିହାରେ ସେ ରୟାଲ ସୋସାଇଟି ଅଫ୍‌ ଲିଟରେଚର ଫେଲୋ ଏବଂ ୨୦୨୩ରେ ସେ ବାଫ୍ଟା ଫେଲୋଶିପ୍‌ ପୁରସ୍କାର ପାଇଥିଲେ।
ସେ ତିନୋଟି ଉପନ୍ୟାସ ଲେଖିଛନ୍ତି। ତାଙ୍କ ପ୍ରଥମ ଉପନ୍ୟାସ ‘ଅନିତା ଆଣ୍ଡ୍‌ ମି’ (୧୯୯୬) ତାଙ୍କୁ ବେଟି ଟ୍ରାସ୍କ ପୁରସ୍କାର ଜିତାଇଥିଲା।
ଅନ୍ୟ ଉପନ୍ୟାସ ‘ଲାଇଫ୍‌ ଇଜ୍‌ ନଟ୍‌ ଅଲ୍‌ ହା ହା ହୀ ହୀ’ (୧୯୯୯) ଏବଂ ‘ଦ ହାଉସ୍‌ ଅଫ୍‌ ହିଡେନ୍‌ ମଦର୍ସ’ (୨୦୧୫) ସମୀକ୍ଷକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲା।
କେବଳ ଲେଖା କିମ୍ୱା ଅଭିନୟ ନୁହେଁ, ସାମାଜିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ଆସିଛନ୍ତି। ୨୦୧୨ରେ ନିଜ ପିତାଙ୍କର ଡିମେନ୍ସିଆ ରୋଗ ବିଷୟରେ ଜଣାପଡ଼ିବା ପରେ ଦାତବ୍ୟ ସଂସ୍ଥାରୁ ସେ ବହୁ ସାହାଯ୍ୟ ପାଇଥିଲେ। ତେଣୁ ୨୦୧୩ରେ ଶିଖିବା ଅକ୍ଷମତା ଏବଂ ଅଟିଜମ୍‌ ଥିବା ଇହୁଦୀ ଶିଶୁ, ଯୁବକ ଓ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଦାତବ୍ୟ ସଂସ୍ଥା ‘କିସାରୋନ୍‌’ ସହ ନିଜକୁ ସାମିଲ କରିଥିଲେ।
ମୀରାଙ୍କ ବ୍ୟକ୍ତିଗତ ଜୀବନ କହିଲେ ୧୯୮୯ରେ ସାମ୍ୱାଦିକ ଶେଖର ଭାଟିଆଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେମାନଙ୍କର ଝିଅ ମିଲି ଭାଟିଆ ରୟାଲ କୋର୍ଟ ଥିଏଟରର ଆସୋସିଏଟ୍‌ ଡାଇରେକ୍ଟର ଅଛନ୍ତି। ୨୦୦୫ ଜାନୁଆରୀରେ ମୀରା ନିଜର ଘନିଷ୍ଠ ସହଯୋଗୀ ସଞ୍ଜୀବ ଭାସ୍କରଙ୍କୁ ବିବାହ କରିଥିଲେ, ଯିଏ ‘ଦ କୁମାର୍ସ ଏଟ୍‌ ନଂ ୪୨’ରେ ତାଙ୍କର ନାତି ଚରିତ୍ରରେ ଅଭିନୟ କରିଥିଲେ। ଏହି ବିବାହରୁ ତାଙ୍କର ପୁଅଟିଏ ଅଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?