ସାଟେଲାଇଟ୍‌ରେ ୨୯ ଖାଦାନର ସୀମା ନିର୍ଦ୍ଧାରଣ ସମ୍ପନ୍ନ

ଯାଜପୁର ଅଫିସ,୯ା୯: ଉନ୍ନୟନ କାର୍ଯ୍ୟ ଆଳରେ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅଞ୍ଚଳର ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ ପାହାଡ଼ରୁ କଳାପଥର ବ୍ୟବସାୟ ଚାଲିଛି। ଏହି କ୍ରମରେ ଲିଜ୍‌ପ୍ରାପ୍ତ ଖାଦାନରୁ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ ଏବଂ ନକଲି ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଉପରେ ହାଇକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଏକ ବେସରକାରୀ ସଂସ୍ଥା ମାଇଁ ୱାର୍ଲ୍‌ଡ କନ୍ସଲଟେନ୍ସି ଦ୍ୱାରା ସାଟେଲାଇଟ ମାପଚୁପ ଚାଲିଛି। ଗତ ୨ ସପ୍ତାହ ମଧ୍ୟରେ ଡଙ୍କାରୀ ପାହାଡର ୧୮ଟି, ବରଡା ୫ଟି, ବାରମାଣ ୧ଟି ଏବଂ ଲୁଣିବର ପାହାଡର ୫ଟିକୁ ମିଶାଇ ମୋଟ ୨୯ଟି ଖାଦାନର ମାପଚୁପ ସମ୍ପନ୍ନ ହୋଇଛି। ତେବେ ଏହି ପ୍ରକ୍ରିୟାରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁ ନାହାନ୍ତି। କେତେକ ପ୍ରଭାବଶାଳୀ ଲିଜ୍‌ଧାରୀଙ୍କୁ ମାପଚୁପରେ ଅନୁକମ୍ପା ପ୍ରଦର୍ଶନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଶାସକ ଦଳରେ ରହି ରାଜନୈତିକ ଫାଇଦା ନେଉଥିବା କେତେଜଣ ପ୍ରଭାବଶାଳୀ ଲିଜ୍‌ଧାରୀ ରାଜ୍ୟ ସରକାରଙ୍କ ଏହି ମାପଚୁପକୁ ବିରୋଧ କରୁଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସାଟେଲାଇଟ ମାପଚୁପ ବରଡା ନଂ-୧ ଖାଦାନରେ ହୋଇଥିବା ମହାଦୁର୍ନୀତିକୁ ଧରି ପାରିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜସ୍ବ, ପୋଲିସ, ଜଙ୍ଗଲ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଖାଦାନ ଲିଜ୍‌ଧାରୀମାନେ କୌଣସି ଆଇନକାନୁନକୁ ମାନୁନାହାନ୍ତି। ଏଥିରେ ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହଯୋଗ ରହୁଛି ବୋଲି ଲୋକେ କୁହନ୍ତି। ଦୀର୍ଘ ବର୍ଷ ହେଲା ବିରୋଧି ଦଳଗୁଡିକ ମଧ୍ୟ ଏହି ବେଆଇନ କାର୍ଯ୍ୟ ଉପରେ ଜାଣିଶୁଣି ଆଖି ବୁଜି ଦେଇଛନ୍ତି। ହେଲେ ପ୍ରଭାବିତ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ଆନ୍ଦୋଳନ, ଦାବି ଏପରି କି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି। ଏହି ପ୍ରତିବାଦକାରୀଙ୍କ ନାମରେ ପୋଲିସ ମାମଲା ରୁଜୁ କରିବାକୁ ପଛାଇ ନାହିଁ। ପୂର୍ବରୁ ୭୦ରୁ ଊର୍ଦ୍ଧ୍ୱ ପ୍ରତିବାଦକାରୀଙ୍କ ନାମରେ ଜେନାପୁର ଥାନା ପୋଲିସ ମାମଲା ରୁଜୁ କରିଥିବାର ନଜିର ରହିଛି। କିନ୍ତୁ ୫୦୦ରୁ ଊର୍ଦ୍ଧ୍ୱ ବେଆଇନ ଖାଦାନ ଚାଲୁଥିଲେ ହେଁ ପଥର ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ନଗଣ୍ୟ ହୋଇଛି। ପଥର ଚାପାରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଜୀବନ ଯାଇଛି। ହେଲେ ଏହାକୁ ଅନ୍ୟ ରୂପ ଦେଇ କେତେକ ମାମଲାକୁ ରଫାଦଫା କରାଯାଇଛି। ତେବେ ଏଭଳି କଳାପଥର ଖାଦାନରୁ ବ୍ୟାପକ ଲୁଟ ସଂକ୍ରାନ୍ତରେ ଗତ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଇତିମଧ୍ୟରେ ସାଟେଲାଇଟ ମାପଚୁପ କରି ୪ ଜଣ ଲିଜ୍‌ଧାରୀଙ୍କ ନାମରେ ୧୦୫.୮୭ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ଟଙ୍କାଟିଏ ଅସୁଲ ହୋଇନାହିଁ। ପୂର୍ବରୁ ଏଭଳି ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କୋର୍ଟ କଚେରୀରେ ଫସି ରହିଛି। ପ୍ରଶାସନ ପକ୍ଷରୁ କୋର୍ଟରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ ହୋଇପାରୁ ନ ଥିବାରୁ ଲିଜ୍‌ଧାରୀମାନେ ଅନାୟାସରେ ଖସି ଯାଉଥିବା ମତ ପ୍ରକାଶ ପାଇଛି। ସାଟେଲାଇଟ ମାପଚୁପ ମଧ୍ୟ ସେଭଳି ଭାବେ ଖସି ଯିବ ବୋଲି ଲୋକେ କହୁଛନ୍ତି।
ଏଠାରେ ବରଡା ଖାଦାନ ନମ୍ବର-୧କୁ ଉଦାହରଣ ଭାବେ ନିଆଯାଇପାରେ। ୨୦୧୭-୧୮ରେ ପ୍ରହ୍ଲାଦ ଲେଙ୍କାକୁ ଏହି ଖାଦାନରୁ ୨ ଏକର ୫୦ ଡେସମିଲ ଅଞ୍ଚଳରୁ ବାର୍ଷିକ ୧୭୬୪ ଘନ ମିଟର(ପ୍ରାୟ୨୬୫୦ ଟନ) କଳାପଥର ଉତ୍ତୋଳନ କରିବାକୁ ମଞ୍ଜୁରୀ ମିଳିଥିଲା। ହେଲେ ପ୍ରାୟ ୭ ଏକର ଜମିରୁ ପୋଖରୀ ଭଳି ଖନନ କରି ବାର୍ଷିକ ପ୍ରାୟ ୩୦ ଲକ୍ଷ ଟନ୍‌ କଳାପଥର ଉତ୍ତୋଳନ ହୋଇଛି। ଅର୍ଥାତ୍‌ ଗତ ୫ ବର୍ଷରେ ପ୍ରାୟ ୧.୫୦ କୋଟି ଟନ କଳାପଥର ଏଠାରୁ ଉତ୍ତୋଳନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲାଗିଛି ବୋଲି କେତେଜଣ ଲିଜ୍‌ଧାରୀ ପ୍ରକାଶ କରିଛନ୍ତି। ତେଣୁ ସାଟେଲାଇଟ ମାପଚୁପ ଏହି ମହାଦୁର୍ନୀତିକୁ ଧରି ପାରିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମାପଚୁପ କରୁଥିବା ସାଟେଲାଇଟ କମ୍ପାନୀକୁ ନିଜ ଅକ୍ତିଆରେ ନେବାକୁ ଉଦ୍ୟମ ହେଉଥିବା ଏଠାରେ ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ବର୍ତ୍ତମାନ ସାଟେଲାଇଟରେ କେବଳ ସୀମା ନିର୍ଦ୍ଧାରଣ କରାଯାଉଛି। ଯେତେବେଳେ ମାପଚୁପ ହେବ ସେତେବେଳେ ଦାୟିତ୍ୱରେ ଥିବା କର୍ମଚାରୀ ଉପସ୍ଥିତ ରହିବେ। ଲିଜ୍‌ରେ ନିର୍ଦ୍ଧାରଣ ଜମି ପରିମାଣ ଠାରୁ ଯଦି ଅଧିକ ଖନନ ହୋଇଛି, ସମସ୍ତ ଖନନ ଜମିର ମାପଚୁପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri