ମେଡିକାଲ କଲେଜରେ ପରିଣତ ପାଇଁ ଦାବି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଉରକେଲା ଇସ୍ପାତ ଜେନେରାଲ (ଆଇଜିଏଚ୍‌) ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ହେଲେ ଆଇଜିଏଚ୍‌କୁ ମେଡିକାଲ କଲେଜରେ ପରିଣତ ନ କରି କେବଳ ଏକ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯାଇଛି। ଦୁଃଖର କଥା ଘୋଷଣା କରିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇଜିଏଚ୍‌କୁ ଏକ ମେଡିକାଲ୍‌ କଲେଜରେ ପରିଣତ କରାଯାଇପାରିଲାନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏମିତି ଚିଠି ଲେଖି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ହସ୍ତକ୍ଷେପ କରିବା ସହ ସୁନ୍ଦରଗଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବା ପାଇଁ ଆଇଜିଏଚ୍‌କୁ ମେଡିକାଲ୍‌ କଲେଜରେ ପରିଣତ କରିବାକୁ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀ ମଲ୍ଲିକ କହିଛନ୍ତି।
ମନ୍ତ୍ରୀ ମଲିକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆଇଜିଏଚ୍‌ ହସ୍ପିଟାଲ ଏହି ଅଞ୍ଚଳର ଲୋକଙ୍କ ପାଇଁ ଏକ ଉଚ୍ଚମାନର ଚିକିତ୍ସା ସୁବିଧା ଆଣିପାରିଛି। ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ପରିପ୍ରେକ୍ଷୀରେ ଏହାର ଉଦ୍‌ଘାଟନୀ ଉତ୍ସବର ନିମନ୍ତ୍ରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଆପଣଙ୍କ ମାଧ୍ୟମରେ ହସ୍ତଗତ ହୋଇଛି। ଏହି ନିମନ୍ତ୍ରଣ ପାଇଁ ରାଜ୍ୟ ସରକାର ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ୨୦୧୫ ଏପ୍ରିଲ୍‌ ୨ ତାରିଖରେ ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଅତିଶୀଘ୍ର ମେଡିକାଲ୍‌ କଲେଜ ଉପରେ କାମ ଆରମ୍ଭ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଆମେ ସମସ୍ତେ ବିଚଳିତ ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବମାନନା କରିଛନ୍ତି। ଆଇଜିଏଚ୍‌ ମେଡ଼ିକାଲ୍‌ କଲେଜରେ ଉନ୍ନୀତ ହୋଇଥିଲେ ଆଖପାଖ ଅଞ୍ଚଳର ଲୋକେ ବିଶେଷ ଉପକୃତ ହୋଇଥାନ୍ତେ। ପ୍ରତିଶ୍ରୁତି ପୂରଣ ନ ହେବାରୁ ଅଞ୍ଚଳବାସୀ ନିରାଶ ଏବଂ ଦୁଃଖିତ। ମେଡିକାଲ କଲେଜ ନ କରି ୨୦୦ ଶଯ୍ୟା ସୁପର ସ୍ପେଶାଲିଟି ହସ୍ପିଟାଲ ହୋଇଥିବାରୁ ସେ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ନିରାଶ ବୋଲି ଇସ୍ପାତ ମନ୍ତ୍ରୀ ମଲିକ ଉଲ୍ଲେଖ କରିଛନ୍ତି। ରାଉରକେଲାବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଅତିଶୀଘ୍ର ପୂରଣ କରିବେ ବୋଲି ମଲିକ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭଞ୍ଜନଗର...

ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ

ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍‌ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ...

କାଶିଆ-କେନ୍ଦୁଘାଟୀ ସେତୁ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କାଶିଆଠାରୁ କେନ୍ଦୁଘାଟି ପର୍ଯ୍ୟନ୍ତ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ...

ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ...

୪ ଆଇପିଏସ ଅଫିସରଙ୍କ ହାତରେ ୪ ଜିଲାର ଦାୟିତ୍ୱ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’କୁ ଦୃଷ୍ଟିରେ ରଖି ରାଜ୍ୟର ୪ଜଣ ଆଇପିଏସ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି।...

ଶ୍ରୀମନ୍ଦିରରେ ବଢିବ ସୁରକ୍ଷା ବ୍ୟବସ୍ଥା

ପୁରୀ ଅଫିସ,୭।୪: ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା...

ନକଲି ଡାକ୍ତରଙ୍କ ଖୋଲିବ ୩୦ ବର୍ଷର ଗୁମର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଏସଡିଜେଏମ୍‌ କୋର୍ଟ ଅନୁମତି ପରେ କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି।...

ବଦଳିଲା ଯୁକ୍ତ ୩ ନାମଲେଖା ତାରିଖ

ଭୁବନେଶ୍ୱର,୩।୯: ବଦଳିଲା ଯୁକ୍ତ ୩ ନାମଲେଖା ପ୍ରଥମ ଚୟନ ପ୍ରକ୍ରିୟା। ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଏ ନେଇ...

Advertisement
Archives

Model This Week