ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ

ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବି ନେଇ ମଙ୍ଗଳବାର ପୂର୍ବାହ୍ନରେ ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଦାମୋଦର ମହାସୁଆରଙ୍କ ନେତୃତ୍ୱରେ କେତେଜଣ ସେବାୟତ ଅରୁଣସ୍ତମ୍ଭ ନିକଟରେ ଧାରଣା ଦେଇଥିଲେ। ଧାରଣାକାରୀମାନେ କହିଥିଲେ, କରୋନା ପାଇଁ ୬ମାସରୁ ଊର୍ଦ୍ଧ୍ୱ ହେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଫଳରେ ଏହାର ପ୍ରଭାବ ସମଗ୍ର ସେବାୟତ ସମାଜ ଉପରେ ପଡ଼ିଛି। ହଜାର ହଜାର ସେବାୟତ ପରିବାର ପ୍ରତିପୋଷଣ କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାରରେ ଡାକ୍ତରଙ୍କୁ ରଖି ପର୍ଯ୍ୟାୟକ୍ରମେ ୫୦ଜଣ ଲେଖାଏ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଉପଜିଲାପାଳ ଭବତାରଣ ସାହୁ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପହଞ୍ଚତ୍ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଅନ୍ୟପକ୍ଷରେ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧି କହିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଥିଲେ, ପ୍ରାୟ ୫୦୦ ସେବାୟତ କରୋନା ଦ୍ୱାରା ସଂକ୍ରମିତ ହେଲେଣି। ଏହି ମହାମାରୀରେ ୧୫ରୁ ଅଧିକ ସେବାୟତଙ୍କ ଜୀବନ ଗଲାଣି। ତେଣୁ ଏବେ ବି ଅନେକ ସେବାୟତ ହୋମ୍‌ ଆଇସୋଲେଶନ ଏବଂ ହସ୍ପିଟାଲରେ ଅଛନ୍ତି। ତେଣୁ ଏଭଳି ସ୍ଥିତିରେ ମନ୍ଦିର ଖୋଲାଗଲେ ସଂକ୍ରମଣ ଆହୁରି ବଢିବ। କାହା କଥାରେ ମନ୍ଦିର ବନ୍ଦ ହୋଇନାହିିଁ କି କାହା କଥାରେ ମନ୍ଦିର ଖୋଲିବ ନାହିିଁ। କରୋନା ସଂକ୍ରମଣ କମିବା ପରେ ଯେବେ ପରିଚାଳନା କମିଟି ଏବଂ ଛତିଶା ନିଯୋଗ ଖୋଲିବା ଲାଗି ନିଷ୍ପତ୍ତି ନେବେ ସେବେ ଖୋଲିବ ବୋଲି ଦାସମହାପାତ୍ର କହିଛନ୍ତି। ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡ଼ିି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri