ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ

ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବି ନେଇ ମଙ୍ଗଳବାର ପୂର୍ବାହ୍ନରେ ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଦାମୋଦର ମହାସୁଆରଙ୍କ ନେତୃତ୍ୱରେ କେତେଜଣ ସେବାୟତ ଅରୁଣସ୍ତମ୍ଭ ନିକଟରେ ଧାରଣା ଦେଇଥିଲେ। ଧାରଣାକାରୀମାନେ କହିଥିଲେ, କରୋନା ପାଇଁ ୬ମାସରୁ ଊର୍ଦ୍ଧ୍ୱ ହେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଫଳରେ ଏହାର ପ୍ରଭାବ ସମଗ୍ର ସେବାୟତ ସମାଜ ଉପରେ ପଡ଼ିଛି। ହଜାର ହଜାର ସେବାୟତ ପରିବାର ପ୍ରତିପୋଷଣ କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାରରେ ଡାକ୍ତରଙ୍କୁ ରଖି ପର୍ଯ୍ୟାୟକ୍ରମେ ୫୦ଜଣ ଲେଖାଏ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଉପଜିଲାପାଳ ଭବତାରଣ ସାହୁ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପହଞ୍ଚତ୍ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଅନ୍ୟପକ୍ଷରେ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧି କହିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଥିଲେ, ପ୍ରାୟ ୫୦୦ ସେବାୟତ କରୋନା ଦ୍ୱାରା ସଂକ୍ରମିତ ହେଲେଣି। ଏହି ମହାମାରୀରେ ୧୫ରୁ ଅଧିକ ସେବାୟତଙ୍କ ଜୀବନ ଗଲାଣି। ତେଣୁ ଏବେ ବି ଅନେକ ସେବାୟତ ହୋମ୍‌ ଆଇସୋଲେଶନ ଏବଂ ହସ୍ପିଟାଲରେ ଅଛନ୍ତି। ତେଣୁ ଏଭଳି ସ୍ଥିତିରେ ମନ୍ଦିର ଖୋଲାଗଲେ ସଂକ୍ରମଣ ଆହୁରି ବଢିବ। କାହା କଥାରେ ମନ୍ଦିର ବନ୍ଦ ହୋଇନାହିିଁ କି କାହା କଥାରେ ମନ୍ଦିର ଖୋଲିବ ନାହିିଁ। କରୋନା ସଂକ୍ରମଣ କମିବା ପରେ ଯେବେ ପରିଚାଳନା କମିଟି ଏବଂ ଛତିଶା ନିଯୋଗ ଖୋଲିବା ଲାଗି ନିଷ୍ପତ୍ତି ନେବେ ସେବେ ଖୋଲିବ ବୋଲି ଦାସମହାପାତ୍ର କହିଛନ୍ତି। ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡ଼ିି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri