ଧାନକିଣା ଅନିୟମିତତାର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୧୨।୨: ଚଳିତ ବର୍ଷ ଖୋର୍ଦ୍ଧା ଜିଲାରେ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ଦୁର୍ନୀତି ପଛରେ ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ସମ୍ପାଦକଙ୍କ ହାତ ରହିଛି। ସମିତି ସମ୍ପାଦକ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଛି। ଫଳରେ ଚାଷୀ ଧାନ ଧରି ମଣ୍ଡିରେ ପଡି ରହିଛନ୍ତି। ଅନ୍ୟପଟେ ଦଲାଲଙ୍କ ଜରିଆରେ ନକଲି ଚାଷୀଙ୍କ ଠାରୁ ଧାନକିଣା ଚାଲିଛି। ଚାଷ ଜମି ନ ଥିବା ଚାଷୀଙ୍କୁ ରେକର୍ଡରେ ଚାଷୀ ଦର୍ଶାଇ ସେମାନଙ୍କ ନାମରେ ଶତାଧିକ କୁଇଣ୍ଟାଲ ଧାନ କିଣା ଚାଲିଛି। ଜଟଣୀ ବ୍ଲକ ଅଙ୍ଗରାପଡା ସେବା ସମବାୟ ସମିତିରେ ଗୋଚର, ଅନାବାଦୀ ଜମିକୁ ଚାଷଜମି ଏବଂ କେନାଲ ନ ଥିବା ମୌଜାରେ କେନାଲ ଦର୍ଶାଇ ନକଲି ଚାଷୀଙ୍କଠାରୁ ଧାନକିଣା ଯାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଏବେ ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିିିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି।

ପ୍ରକାଶ ଯେ, ଏହି ମଣ୍ଡିରେ ଗତ ଡିସେମ୍ବରରେ ଧାନକିଣା ଆରମ୍ଭ ହୋଇଥିଲା। ମାର୍ଚ୍ଚ ୩୦ ସୁଦ୍ଧା ଧାନ ସଂଗ୍ରହ ଶେଷ ତାରିଖ ରହିଛି। ଏହି ସମିତି ଅଧୀନରେ ୨୪୬ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ଚଳିତବର୍ଷ ସମିତିକୁ ୫୭୦୦କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ରହିଛି। ତେବେ ମଙ୍ଗଳବାର ସୁଦ୍ଧା ୧୫୧ ଚାଷୀଙ୍କଠାରୁ ୫୦୯୪.୭୭ କୁଇଣ୍ଟାଲ ଧାନ କିଣା ସରିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମିତିକୁ ୭୪୦୦ ଟାର୍ଗେଟ ରହିଥିବା ବେଳେ ୨୩୬ ଚାଷୀ ନାମ ପଞ୍ଜୀକୃତ କରିଥିଲେ। ଏହି ସମୟରେ(ଫେବୃୟାରୀ ୯ସୁଦ୍ଧା) ମାତ୍ର ୩୮୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଏବଂ ଏକାଧିକ ଚାଷୀ ଧାନ ବିକି ନ ଥିବା ବେଳେ କିପରି ଟାର୍ଗେଟ ପାଖାପାଖି ଧାନକିଣା ସରିଲାଣି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ବର୍ଷ ଏହି ସମୟରେ ଟାର୍ଗେଟ ୫୦ପ୍ରତିଶତ ଧାନ କିଣାଯାଇଥିବା ବେଳେ ଚଳିତବର୍ଷ ଏହି ସମୟରେ କିପରି ୮୦ପ୍ରତିଶତ ଧାନ କିଣାଯାଇଛି, ତାହାକୁ ନେଇ ଚାଷୀ ଅଭିଯୋଗ ଉଠାଇଛନ୍ତି। ମଙ୍ଗଳବାର ଟୋକନ ପାଇଥିବା ଚାଷୀଙ୍କ ନିକଟରେ ବଳକା ରହିଥିବା ଧାନ କ୍ରୟ ଦାବିରେ ଶତାଧିକ ଚାଷୀ ସମିତିରେ ତାଲା ପକାଇ ଧାରଣାରେ ବସିଥିଲେ। ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ନକଲି ଚାଷୀଙ୍କ ନାମରେ କୁଇଣ୍ଟାଲ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ନେଇ ରେକର୍ଡରେ ଦର୍ଶାଯାଇଥିବା କେତେଜଣ ଚାଷୀ ଗଣମାଧ୍ୟମ ଆଗରେ କହିଛନ୍ତିି। ରେକର୍ଡ ଯାଞ୍ଚ କରାଗଲେ, କେତେଜଣ ଚାଷୀ ଧାନ ବିକିଛନ୍ତି, କାହା ଠାରୁ କେତେ ପରିମାଣର ଧାନ କିଣାଯାଇଛି, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି। ଏହି ସମିତିରେ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା କେତେଜଣ ଚାଷୀ କହିଛନ୍ତି। ଏହାର ତଦନ୍ତ କରାଗଲେ, ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି। ଏନେଇ ସମିତି ସମ୍ପାଦକ ବାଙ୍କନିଧି ମହାରଣାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ
ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri