ଧାନ କିଣା ଦୁର୍ନୀତିର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତି(ପ୍ୟାକ୍ସ)ରେ ନକଲି ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ଅଭିଯୋଗ ଆସିଛି। ଶୁକ୍ରବାର ଏନେଇ ଏହି ସମିତିର ପଞ୍ଜୀକୃତ ଶତାଧିକ ଚାଷୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବଳକା ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବା ବ୍ୟବସ୍ଥା ସହ ନକଲିି ଚାଷୀଙ୍କଠାରୁ ଧାନକିଣାର ତଦନ୍ତ ଲାଗି ଚାଷୀ ଦୁର୍ଯ୍ୟୋଧନ ସ୍ବାଇଁ, ବାଇନାଥ ସ୍ବାଇଁ, ପ୍ରକାଶ ଚନ୍ଦ୍ର ମିଶ୍ର, ପରେଶ ମହାପାତ୍ର, ପ୍ରମୋଦ ବଳିୟାରସିଂ, ଗୌରାଙ୍ଗ ବରାଡ଼, ଗୋପି ସ୍ବାଇଁ, ଗୋପାଳ ସ୍ବାଇଁ, ଲିଙ୍ଗରାଜ ମହାପାତ୍ର, ପ୍ରଦୀପ ପଟ୍ଟନାୟକଙ୍କ ସମେତ ଏକାଧିକ ଚାଷୀ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ଧାନ ବ୍ରିକି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରି ପାରୁ ନ ଥିବା ବେଳେ ଏକାଧିକ ନକଲିି ଚାଷୀଙ୍କ ନାମ ଚାଷୀଭାବେ ପଞ୍ଜୀକରଣ କରାଯାଇ ସେମାନଙ୍କୁ ଟୋକନ ଦିଆଯାଇ କୁଇଣ୍ଟାଲ କୁଇଣ୍ଟାଲ ଧାନ କିଣାଯାଇଛି। ଏପଟେ ପ୍ରକୃତ ଚାଷୀ ଧାନ ଧରି ବସି ରହିଛି। ଟାର୍ଗେଟ ନ ଥିବା କହି ସମିତି ସମ୍ପାଦକ ଦିନ ଗଡ଼ାଇ ଚାଲିଛନ୍ତି। ଟୋକନ ପାଇଥିବା ଚାଷୀଙ୍କ ଅବଧି ସରି ଆସିଲାଣି। ଅନ୍ୟପଟେ ଚାଷଜମି ନ ଥିବା ବ୍ୟକ୍ତିଙ୍କ ନାମରେ ଚାଷଜମି ଥିବା ଦର୍ଶାଇ ଧାନ କିଣାଚାଲିଛି। ସମିିିତି ସମ୍ପାଦକ ଏବଂ ଡାଟା ଏଣ୍ଟ୍ରିି ଅପରେଟର ଅନ୍ୟର ଜମିକୁ ନିଜ ନାମରେ ଜମିପଟ୍ଟା ଦର୍ଶାଇ ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଛନ୍ତ। ଦଲାଲ, ମିଲର୍ସ ଏବଂ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଛି। ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା ଚାଷଜମିକୁ ଚାଷୀଙ୍କ ନାମରେ ଦର୍ଶାଇ ଗୋଟିଏ ପରବାରର ୧୨ଜଣ ସଦସ୍ୟଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ସେହିପରି ଏକାଧିକ ନକଲି ଚାଷୀଙ୍କୁ ଚାଷୀଭାବେ ଦର୍ଶାଇ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ଅନ୍ୟପଟେ ଟାର୍ଗେଟ ନ ଥିବା କହି ପ୍ରକୃତ ଚାଷୀଙ୍କୁ ଫେରାଯାଉଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସମିିତି ସମ୍ପାଦକ ବସନ୍ତ କୁମାର ନାୟକଙ୍କ ମୋବାଇଲ ନଂ.୮୩୨୮୯୯୦୦୪୦ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ପୂର୍ବରୁ ଏହି ବ୍ଲକ ଶ୍ରୀଚନ୍ଦନପୁର ପାଟଣାରେ ନକଲିି ଚାଷୀଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri