ସିଦ୍ଧମଠ ଔଷଧୀୟ ବଗିଚାର ପୁନରୁଦ୍ଧାର ଦାବି

କେନ୍ଦୁଝର,୩୧ା୫(ସ୍ବ.ପ୍ର.)

କେନ୍ଦୁଝର ପୁରୁଣାବଜାର ଠାରେ ଥିବା ପ୍ରାଚୀନ ଧାର୍ମିକ ପୀଠ ସିଦ୍ଧମଠ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡିଛି ା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଥିବା ଏହି ସ୍ଥାନଟି ପ୍ରଶାସନର ଅବହେଳା ଯୋଗୁ ନଷ୍ଟହେବାକୁ ବସିଥିବା ବେଳେ ଏଠାରେ ଥିବା ବୃହତ୍ତ ଔଷଧୀୟ ବଗିଚା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ବନ ବିଭାଗ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବନୀକରଣ କରିବା ସହ ଔଷଧୀୟ ବୃକ୍ଷ ବନୀକରଣ କରୁଛନ୍ତି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷରୋପଣ ହୋଇଥିଲା। କିନ୍ତୁ କେନ୍ଦୁଝରର ଏହି ପୁରାତନ ଔଷଧୀୟ ବଗିଚାର ପୁନରୁଦ୍ଧାର ନ କରି ଅନ୍ୟାନ୍ୟ ଅଞ୍ଚଳରେ ନୂତନ ଔଷଧୀୟ ବଗିଚା ନିର୍ମାଣ ଚାଲିଛି। ଶାନ୍ତ ସରଳ ପରିବେଶ ସାଙ୍ଗକୁ ଏଠାରେ ଥିବା ଔଷଧୀୟ ବଗିଚା, ପ୍ରାକୃତିକ ସାୈନ୍ଦର୍ଯ୍ୟ ତଥା ସହରାଞ୍ଚଳର ବ୍ୟସ୍ତତା ଜୀବନ ଅନେକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଥିବା ପ୍ରାୟ ୨ ହେକ୍ଟର ପରିମିତ ଔଷଧୀୟ ବଗିଚାରେ ଆଗରୁ ରକ୍ତ ଚନ୍ଦନ, ଶ୍ୱେତ ଚନ୍ଦନ, ନାଗେଶ୍ୱର, ଚମ୍ପା, ମୁଚୁକୁନ୍ଦ, ହରିଡା, ବାହାଡା, ଅଁଳା, ଅର୍ଜୁନ, ନିମ୍ବ, କରଞ୍ଜ, ଓଡସମାରୀ, ଅସନ, ଭାଲିଆ ଆଦି ବହୁ ଔଷଧୀୟ ବୃକ୍ଷ ଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସୁରକ୍ଷା ଅଭାବରୁ ଏଠାରେ ଥିବା ବୃହତ ମୂଲ୍ୟବାନ ଚନ୍ଦନ ବଗିଚା ଚୋରି ହୋଇ ଲୋପ ପାଇଯାଇଥିବା ବେଳେ ଅନ୍ୟ ଉପାଦେୟ ବୃକ୍ଷ ଲୋପପାଇବାକୁ ବସିଛି। ଏହାର ପରିସର ଉନ୍ମତ୍ତ ହୋଇ ପଡିଥିବାବେଳେ ସୁରକ୍ଷା ପାଚେରୀ, ଘର ଆଦି ଧ୍ୱସ୍ତ ହୋଇଗଲାଣି। ଉକ୍ତ ବାଗାନକୁ ସୁରକ୍ଷା କରିବା ସହ ପୁନଃ ଔଷଧୀୟ ବୃକ୍ଷରୋପଣ କରାଯାଇପାରିଲେ ଏହା ଜିଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଲୋକପ୍ରିୟ ବଗିଚା ହୋଇପାରିବ। ଚୁଳିଆ ପର୍ବତମାଳା ପାଦ ଦେଶରେ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ସିଦ୍ଧ ସାଧନର ଐତିହାସିକ ଓ ପାୈରାଣିକ ପୀଠ ସିଦ୍ଧ ମଠରେ ବହୁ ପୂର୍ବରୁ ସାଧୁସନ୍ଥ ମାନେ ସାଧନା କରୁଥିଲେ। ଏହି ଧାର୍ମିକ ପୀଠ ପରିସରରେ ସିଦ୍ଧ ଜଗନ୍ନାଥ, ସିଦ୍ଧ କାଳୀ, ସିଦ୍ଧ ହନୁମାନ, ସିଦ୍ଧ ଶିବ ବହୁ ଆଗରୁ ପୂଜାପାଇ ଆସୁଥିବା ବେଳେ ଏବେ ଏହି ପରିସରରେ ଶନି ଓ ସାଇ ବାବାଙ୍କ ମନ୍ଦିର ରହିଛି। ଯଦିଓ ମନ୍ଦିର ଗୁଡିକ ଦେବୋତ୍ତର ବିଭାଗ ଅଧୀନରେ ରହିଛି ତେବେ ଜଙ୍ଗଲ ଓ ବଗିଚା ବନ ବିଭାଗ ଅଧୀନରେ ରହିଛି। ଏଣୁ ଉଭୟ ବିଭାଗ ମଧ୍ୟରେ ସମନ୍ବୟରେ ଏହି ବାଗାନକୁ ଅଧିକ ବିକଶିତ କରିବାକୁ ଦାବି ହେଉଛି। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି. କହିଛନ୍ତି ଯେ ଏହି ଔଷଧୀୟ ବଗିଚାର ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବ। କବିରାଜ ହରେକୃଷ୍ଣ ମହାନ୍ତ କହିଛନ୍ତି, ବର୍ତ୍ତମାନ ସମୟରେ ଔଷଧୀୟ ବୃକ୍ଷ ଓ ଲତା ଲୁପ୍ତ ହେବାକୁ ବସିଛି। ଏଣୁ ବହୁ ସଂଖ୍ୟାରେ ରୋପଣ କରି ବହୁ ପୁରୁଣା ସିଦ୍ଧମଠ ଔଷଧୀୟ ବଗିଚାର ସୁରକ୍ଷା କରିବା ସହ ପରିବେଶର ସୁରକ୍ଷା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?