ବାଲିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିଲା

ନୀଳଗିରି, ୨୧।୫(ସ୍ବ.ପ୍ର.)

ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସୋନ ନଦୀପଠାରୁ ପ୍ରତ୍ୟେକ ଦିନ ଟ୍ରିପ୍‌ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ପ୍ରଶାସନ କୌଣସି ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଲୁଟେରାମାନେ ଅବାଧରେ ବାଲି ଚାଲାଣ କରି ମାଲାମାଲ ହେଉଛନ୍ତି। ଏହାର ପ୍ରତିବାଦ କରି ଶୁକ୍ରବାର ପ୍ରକୃତି ସୁରକ୍ଷା ମଞ୍ଚ ନରସିଂହପୁର ପଞ୍ଚାୟତ ପକ୍ଷରୁ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣବିକ୍ଷୋଭ କରାଯାଇଥିଲା। ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ପ୍ରଶାସନର ଉଦାସୀନତା ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରିଥିଲେ। ନୀଳଗିରି ଉପଜିଲାପାଳ ଦୀପ୍ତି ରଞ୍ଜନ ସେଠୀ ପହଞ୍ଚି ଆଲୋଚନା କରିଥିଲେ। ପ୍ରକୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ ସହ ଆଗାମୀ ୭ଦିନ ଭିତରେ ଆସାମୀମାନଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥାକୁ ଜୋରଦାର କରାଯିବ ବୋଲି କହିଥିଲେ। ଉପଜିଲାପାଳ ସେଠୀ ଏହି ବିଷୟକୁ ଗୁରୁତ୍ୱ ଦେବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଅବସରରେ ସେଠାରେ ଉପସ୍ଥିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ମହାନ୍ତି, ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ, ଗଙ୍ଗାଧର ମିଶ୍ର, ରାଜୀବ ଦାସବାବୁ, କୁଳମଣି ନାୟକ, ତାପସ ମହାନ୍ତି, ସମର ଶଙ୍କର କାନୁନଗୋ, ରାମକୃଷ୍ଣ ମହାପାତ୍ର, ଶୁଭାଶିଷ ଆଚାର୍ଯ୍ୟ, ବିଭିନ୍ନ ପଞ୍ଚାୟତର କିଛି ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଯୋଗଦେଇଥିଲେ।
ସୂଚନା ଅନୁଯାୟୀ, ସୋନ ନଦୀପଠାରୁ ବିଭିନ୍ନ ସ୍ଥାନରେ ବାଲି ମାଫିଆ ମେଶିନ ଲଗାଇ ଶହ ଶହ ଟ୍ରିପ ବାଲି ବାହାରକୁ ଚାଲାଣ କରୁଛନ୍ତି। ବ୍ୟାପକ ବାଲି ଚୋରାଚାଲାଣ ଫଳରେ ନରସିଂହପୁର, କୁଲାପାଳ ଅଞ୍ଚଳରୁ ବାଲି ଚୋରାଚାଲାଣ ହେଉଥିବା ଯୋଗୁ ନଦୀତଟରେ ହୋଇଥିବା ପଥର ପ୍ୟାକିଂ ଭୁଶୁଡ଼ିବାର ଆଶଙ୍କା ଦେଖାଦେଇଛି। କାଠପାଳ ପୋଲ ତଳୁ ବାଲି ନେବା ଫଳରେ ପୋଲକୁ ବିପଦ ଦିନକୁ ଦିନ ବଢ଼ୁଛି। ପ୍ରଭାବିତ ଅଞ୍ଚଳର ଲୋକମାନେ ବାରମ୍ବାର ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ କରି ନୟାନ୍ତ ହୋଇପଡ଼ିଲେଣି। ଚୋରାବାଲି ଖନନକୁ ନେଇ ଅଭିଯୋଗକାରୀମାନେ ମଧ୍ୟ ବାଲିମାଫିଆଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ଏହାର ଏକ ଉଦାହରଣ ଗତ ମେ’ ୭ତାରିଖରେ ନରସିଂହପୁର ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଆସାମୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହଁି। ପୋଲିସ ଆସାମୀମାନଙ୍କୁ ଖୋଜୁଛି କହି ହାତ ବାନ୍ଧି ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri