ଭବାନୀପାଟଣାରୁ ବ୍ରହ୍ମପୁରକୁ ଚାଲୁଥିବା ସରକାରୀ ବସକୁ ଭାୟା କେସିଙ୍ଗା-ଅମାଠ ଛକ-ମ.ରାମପୁର ଦେଇ ଚଳାଇବାକୁ ମନ୍ତ୍ରୀଙ୍କ ନିକଟରେ ଦାବି

କେସିଙ୍ଗା ତା ୨୪.୨(ତୁମେଶ୍ଵର ସାହୁ): କଳାହାଣ୍ଡି ଗଞ୍ଜାମ ଜିଲା ସହିତ ଏକ ବ୍ୟବସାୟିକ ସଂପର୍କ ରହିଆସିଛି । ବ୍ୟବସାୟ ବାଣିଜ୍ୟ ସହିତ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରାୟ ପ୍ରତ୍ୟହ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ ବ୍ରହ୍ମପୁରକୁ ଯିବାଆସିବା କରିଥାନ୍ତି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ତାଳୁକ ବାଣାୟତ ଓଡ଼ିଆ ସମାଜ ର ସଭାପତି ଝଡ଼ିଆ ସ୍ୱାଇଁ ,ସାଧାରଣ ସଂପାଦକ ରମେଶ କୁମାର ଜେନାଙ୍କ,ପକ୍ଷରୁ ବାଣିଜ୍ୟ ଓ ପରିବହନ ,ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ବର୍ତ୍ତମାନ ଭବାନୀପା ପାଟଣାରୁ ବ୍ରହ୍ମପୁରକୁ ମାତ୍ର ଗୋଟିଏ ସରକାରୀ ବସ ଚଳାଚଳା କରୁଛି ।

ଯେଉଁଟାକି ଭବାନୀପାଟଣାରୁ ସିଧା ବାହାରି ମ.ରାମପୁର ଦେଇ ବ୍ରହ୍ମପୁର ଯାଉଛି । ଯଦି ଏହି ସରକାରୀ ବସଟି ବାନୀପାଟଣାରୁ ବାହାରି ଭାୟା କେସିଙ୍ଗା-ଅମାଠ ଛକ – ମ.ରାମପୁଚ ଦେଇ ବ୍ରହ୍ମପୁର ଯାଆନ୍ତା ତେବେ ଭବାନୀପାଟଣା ଅଞ୍ଚଳ ସହିତ କେସିଙ୍ଗା ବ୍ଲକ, ସହ ଏନ ଏ ସି ,ବଲାଙ୍ଗୀର ଜିଲାର ବେଲଗା, ନର୍ଲା, କର୍ଲାମୁଣ୍ଡା , ମ.ରାମପୁର ବ୍ଳକ ସହିତ ଲୋକଙ୍କ ସୁବିଧା ପାଇ ପାରନ୍ତେ।ଏହି ସମସ୍ୟା କୁ ନେଇ
କଳାହାଣ୍ଡି ତାଳୁକ ବାଣାୟତ ଓଡିଆ ସମାଜ ତରଫର ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri