ଶୁଖିଲା ପଟ୍ଟାମୁଣ୍ଡାଇ କେନାଲରେ ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୧୭।୪(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ସପ୍ତାହେ ହେଲା କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ଼ କାଢ଼ି ହେଉନାହିଁ। ଦିନର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହୁଛି। ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣ ଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରି ଯାଉଥିବା ଦେଖିବାକୁ ମିଳୁଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକ ବର୍ଷାଦିନ ପରଠାରୁ ଶୁଖିଲା ପଡିଛି। ଏଥିଯୋଗୁ ପୋଖରୀଗୁଡିକ ମଧ୍ୟ ଶୁଖିଗଲାଣି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡ଼ାଗଲେ ଏଥିରୁ ବାହାରିଥିବା ଶାଖା କେନାଲରେ ପାଣି ଆସିଲେ ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତ୍ତାପ ହ୍ରାସ ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରିଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଶୁଖିଲା ପଡ଼ିଥିବାରୁ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ୧୬ ନଂ. କେନାଲ, ୨ ନଂ. କେନାଲ, କୋରିଆପଲ୍ଲା ମାଇନର, ୧୪ ନଂ. କେନାଲ, ୧୫ ନଂ. ତାତନା ମାଇନର ଶୁଖିଲା ପଡ଼ିଛି। କେନାଲ କୂଳ ଗ୍ରାମର ଅଧିକାଂଶ ଲୋକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା ଉପରେ ନିର୍ଭର କରି ଚଳିଥାନ୍ତି। କେନାଲ ସବୁ ଶୁଖିଲା ପଡ଼ିଥିବାରୁ ଚାଷ ସହ ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ସେହିପରି ଗ୍ରୀଷ୍ମପ୍ରବାହ କାରଣରୁ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ପିଇବା ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବାକୁ ବସିଲାଣି। କେନାଲରେ ତୁରନ୍ତ ପାଣି ଛାଡ଼ିବାକୁ ସେ ଦାବି କରିଛନ୍ତି। ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଫୁଲ୍ଲ ତରାଇ, ବିଜୟ ଦାସ, ବନମାଳୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ତ୍ରିଲୋଚନ ମଲିକ, ଭ୍ରମରବର ବେହେରା ପ୍ରମୁଖ ଜଳସମ୍ପଦ ବିଭାଗ ୧୫ ଦିନ ମଧ୍ୟରେ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି।
ସେମାନଙ୍କ କହିବା କଥା, ପଟ୍ଟାମୁଣ୍ଡାଇ ଅଞ୍ଚଳର ଷଣ୍ଢପଲ୍ଲୀ, ଅଳଭା, ଖଡିଅଣ୍ଟା, ଆମ୍ବେର, ଶିମୁଳିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, ଗୁଣୁପୁର, ଛେଦରା, ଅଠରବାଟିଆ, ବେଲତଳ, ତାତନା, ଦକ୍ଷିଣଦିଆ, ବକ୍ତାରପୁର, ଛାଉଣୀ, ମାଟିଆ, କଖାରୁଣୀ, ବାଲିସାହି, ପୋଖରିଆପଡା, ଡିହାପଡା, ନରସିଂହପୁର, ବଡମୂଳବସନ୍ତ, ସେକପୁର, ଗଣ୍ଡକୂଳ, ନପଙ୍ଗ, ସୁବର୍ଣ୍ଣପୁର, ଓଉପଦା, ବିଲିକଣା, ଦୋସିଆ, ବଡପଡା, କାଠିଆପଡା ଆଦି ଉତିକୋଣ ଭେଡ଼ାରେ କେନାଲ ଜଳସେଚିତ ଜମିରେ ପନିପରିବା ଚାଷ କରାଯାଇଛି। କେନାଲ ପାଣି ବ୍ୟତୀତ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଚାଷୀ କରିଥିବା ପରିବା ଫସଲ ଖରାରେ ଶୁଖିଯାଇ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏବେ ଖରାଦିନ ହୋଇଥିବାରୁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳ କିମ୍ବା ଗୋଠରେ ବାନ୍ଧି ରଖି ହେଉନାହିଁ। ପାଣି ଅଭାବରୁ ଗୃହପାଳିତ ପ୍ରାଣୀମାନେ ଶୋଷରେ ଆଉଟ ପାଉଟ ହେଉଛନ୍ତି। କେନାଲରେ ପାଣି ନ ଥିବାରୁ ପ୍ରଚଣ୍ଡ ରୌଦ୍ରତାପରେ ପୋଖରୀ, ଗାଡ଼ିଆଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ କୂପ ଓ ନଳକୂପଗୁଡ଼ିକର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ବହୁ ଧନଜୀବନ କ୍ଷତି ଘଟାଇଛି। ପାଖରେ କୌଣସି ପାଣି ନ ଥିବାରୁ ଅଗ୍ନିଶମ ବାହିନୀ କର୍ମଚାରୀ ହଇରାଣ ହେଉଛନ୍ତି। ପଟ୍ଟାମୁଣ୍ଡାଇର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଧୋୟାଞ୍ଚଳକୁ ବାଦ୍‌ ଦେଲେ ଭେଡା ଅଞ୍ଚଳର ୭୦ ଭାଗ ଲୋକ କେନାଲ ପାଣି ଉପରେ ନିର୍ଭର କରି ଚାଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। କେନାଲରେ ପାଣି ଛଡ଼ା ଗଲେ ଉଭୟପାଶର୍‌ବରେ ଥିବା ଗ୍ରାମଗୁଡ଼ିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରନ୍ତେ। ଏଥିପ୍ରତି ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri