ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏପରିକି ଓକିଲ ମିଶ୍ରଙ୍କୁ ଥାନା ଭିତରେ ଉଲଗ୍ନ କରି ବାଡ଼େଇବେ ବୋଲି ବିଡିଓ ଧମକ ଦେଇଛନ୍ତି। ସର୍ବସାଧାରଣଙ୍କ ଉପସ୍ଥିତିରେ ବିଡିଓଙ୍କ ଏହି ବ୍ୟବହାର ସେମାନଙ୍କ ମାନ, ସମ୍ମାନକୁ ହାନି କରିଛି। ଦାସଙ୍କ ଏହି ଅଭିଯୋଗ ଗ୍ରହଣ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଶୁଭ୍ରାଂଶୁ ପରିଡ଼ା ସୂଚନା ଦେଇଛନ୍ତି। ରବିବାର ଛୁଟି ଦିନ ଥିବାରୁ ସୋମବାର ବିଡିଓ କାର୍ଯ୍ୟରେ ଯୋଗଦେଲା ପରେ ତଦନ୍ତ ଆଗେଇବ ବୋଲି ଆଇଆଇସି କହିଛନ୍ତି। ଦେବେନ୍ଦ୍ର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ୯ା୧ା୨୩ରେ ସେ ସୂଚନା ଅଧିକାର ଆଇନ ବଳରେ ଜଗତ୍‌ସିଂହପୁର ବ୍ଲକ ଜନ ସୂଚନା ଅଧିକାରୀଙ୍କ ନିକଟରେ ସୂଚନା ପାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ସୂଚନା ଦିଆଯାଇ ନ ଥିଲା। ତେଣୁ ସେ ବାଧ୍ୟ ହୋଇ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତଥା ଜଗତ୍‌ସିଂହପୁର ବିଡିଓଙ୍କ ନିକଟରେ ଅପିଲ କରିଥିଲେ। ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା (ନଂ.୮୩୬/୨୮ା୩ା୨୩)ରେ ୧୩ା୪ା୨୩ ସକାଳ ୧୧ଟାରେ ଶୁଣାଣି ପାଇଁ ନୋଟିସ୍‌ କରିଥିଲେ। ଏହି ଦିନ ବିଡିଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ଥିଲା। ନୋଟିସ ମୁତାବକ ସେ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କ ସହ ୧୩ା୪ା୨୩ରେ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷଙ୍କ ଚାମ୍ବରରେ ଧାର୍ଯ୍ୟ ସମୟରେ ପହଞ୍ଚତ୍ଥିଲେ। କିନ୍ତୁ ବିଡିଓ ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇ ନ ଥିଲେ ବରଂ ଓକିଲ ମିଶ୍ରଙ୍କୁ ନିରାଶ କରିବା ଉଦ୍ଦେଶ୍ୟର ବାହାରେ ଅପେକ୍ଷା କରିବାକୁ କହିଥିଲେ। ବିଡିଓ ନନ୍ଦଙ୍କୁ ସମ୍ମାନ ଜଣାଇ ସେମାନେ ଅଧ ଘଣ୍ଟା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିଥିଲେ। ସେତେବେଳେ କେତୋଟି ପଞ୍ଚାୟତର ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତା’ପରେ ପୁଣି ବିଡିଓଙ୍କୁ ସାକ୍ଷାତ କରି ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। କିନ୍ତୁ ବିଡିଓ ନନ୍ଦ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ କି ଆର୍‌ଟିଆଇ ମାଗୁଛ କହି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏପରି କି ଜାତିକୁ ନେଇ ଆକ୍ଷେପ କରିଥିଲେ। ଏଥିସହ ତାଙ୍କ ଓକିଲ ମିଶ୍ରଙ୍କୁ ଥାନାରେ ବାଡେଇବେ ବୋଲି ଚେତାବନୀ ଦେଇଥିବା ଦାସ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଏକଥା ମଧ୍ୟ ଲେଖିଛନ୍ତି ଏତିକିରେ ବିଡିଓଙ୍କ କ୍ରୋଧ ସମ୍ବରଣ ହୋଇ ନ ଥିଲା। ଓକିଲ ମିଶ୍ରଙ୍କ ମୁହଁକୁ ଓକିଲାତିନାମା ଫୋପାଡିଥିଲେ । ପାଣି ବୋତଲରେ ଉଭୟଙ୍କୁ ବାଡେଇବାକୁ ଚେଷ୍ଟା କଲାବେଳେ ଉପସ୍ଥିତ ଲୋକେ ବାରଣ କରିବାରୁ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା । ବିଡିଓଙ୍କ ଏତାଦୃଶ ଆଚରଣ ସେମାନଙ୍କୁ ଗଭୀର ଆଘାତ ଦେଇଛି । ବିଡିଓ ଏଭଳି ବ୍ୟବହାର କରିବେ ବୋଲି ସେମାନେ ଆଗରୁ ଭାବି ନ ଥିବାରୁ ସମସ୍ତ ଘଟଣାକ୍ରମ ରେକର୍ଡିଂ କରି ନ ଥିଲେ। ତଥାପି କିଛି ଅଡିଓ ରେକର୍ଡିଂ ସମ୍ଭବ ହୋଇପାରିଛି। ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସ୍ପଷ୍ଟ ଚିତ୍ର ଜଣାପଡ଼ିଯିବ। ଏବେ ବିଡିଓ ଏହି ସିସିଟିଭି ଫୁଟେଜ୍‌କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ତୁରନ୍ତ ତାହା ଜବତ କରାଯାଉ ବୋଲି ଦାସ କହିଛନ୍ତି । ଏହା ଉପରେ ବିଡିଓ ନନ୍ଦଙ୍କୁ ପଚାରିବାରୁ ସେ ସେଭଳି କିଛି ଦୁର୍ବ୍ୟବହାର କରି ନ ଥିବା କହି ତଦନ୍ତକୁ ସମ୍ମାନ ଜଣାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?