ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି

କୁନ୍ଦୁରା, ୧୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ
ଏମପି ରମେଶ ଚନ୍ଦ୍ର ମାଝୀ,ବିଡିଓ ସନ୍ଧ୍ୟା ସମରଥ, କୋଟପାଡ଼ ବିଧୟିକା ପଦ୍ମିନୀ ଦିଆନ, ତହସିଲଦାର ଆୟୁବ ମଣ୍ଡଳ, ଜିପିଈଓ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ କହିଥିଲେ। ଏହି ସମୟରେ କୁନ୍ଦୁରା ବ୍ଳକ ଦିଗାପୁର୍‌ ପଞ୍ଚୟାତ ସଦର ମହକୁମାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ରହୁ ନ ଥିବା ସରପଞ୍ଚ ଅଭିଯୋଗ କରିଥିଲେ। ତେବେ ସେଠାାରେ ନିଯୁକ୍ତ ଡାକ୍ତର ଶୁଭ ପ୍ରସାଦ ସାହୁ ଚୁକ୍ତିଭିତ୍ତିକ ହୋଇଥିବା ବେଳେ ସେଠାରେ ରହୁ ନ ଥିବା କହିଥିଲେ। ସେହିଭଳି କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ରହିଥିବା ବେଳେ ଜଣେ ସ୍ଥାୟୀ ଡ଼ାକ୍ତରଙ୍କୁ ନିଯୁକ୍ତି କରିବାକୁ ଜିଲା ପରିଷଦ ସଭ୍ୟ କନକଲତା ପେଣ୍ଠିଆ ଦାବି କରିଥିଲେ। କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ଜଣ ଡ଼ାକ୍ତରଙ୍କୁ କୋରାପୁଟ ଏବଂ ଜୟପୁରଠାରେ ରଖାଯାଇଥିବା ବେଳେ କୁନ୍ଦୁରା ବ୍ଳକରେ ୧ ଲକ୍ଷ ଲୋକଙ୍କୁ ୬ ଜଣ ଡ଼ାକ୍ତର କାର୍ଯ୍ୟ କରୁଥିବା କହିଥିଲେ। ଗତ ୫ ମାସ ତଳେ ବ୍ଳକ ରେ ୬୪ ନଳକୂପ ଖନନ ହୋଇଥିବା ବେଳେ ସେଥିରୁ ୧୨ଟି ଅଚଳ ହୋଇ ପଡିଥିବା ଲୋକ ପ୍ରତିନିଧି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଘରବାରୀ ପଟ୍ଟା ଆବଶ୍ୟକ ପଡୁଥିବା ବେଳେ ଘରବାରି ଚିହ୍ନଟ ପାଇଁ ବାଣୁଆଗୁଡ଼ା ଏବଂ ମସିଗାଁ ରାଜସ୍ବ ନିରୀକ୍ଷକ ଜଣକ ପିଛା ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବାଣୁଆଗୁଡ଼ା ସରପଞ୍ଚ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଆୟୁବ ମଣ୍ଡଳ କହିଥିଲେ। ସେହିଭଳି ୫-ଟି ନିର୍ମାଣାଧୀନ ବିଦ୍ୟାଳୟଗୁଡିକର ପଟ୍ଟା ନ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ତିଳତ୍ତୋମା ଗରଡ଼ା କହିଥିଲେ। ବିଦ୍ୟାଳୟ ଜମି ପଟ୍ଟା ପ୍ରଦାନକୁ ନେଇ ୯୩ଟି ସ୍କୁଲର ୫୬ଟି ପଟ୍ଟା ପ୍ରଦାନ କରାଯାଇଛି। ବଳକା ପଟ୍ଟା ପ୍ରଦନ ନେଇ ପ୍ରକ୍ରିୟା ଚାଲୁ ରହିଛି। ୧୧ଟି ଜଙ୍ଗଲ ଜମିରେ ସମସ୍ୟା ଥିବାରୁ ଏହା ଅଟକିଥିବା ତହସିଲଦାର କହିଥିଲେ। ପରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଉଦ୍ୟାନ ବିଭାଗ, ମଙ୍ଗଳ ବିଭାଗ, ଓ ମିଶନ ଶକ୍ତି ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଫସଲକ୍ଷତି ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୫-ବରଗଡ଼ ଜିଲା ଭେଡ଼େନ ବ୍ଲକ ରୁଷୁଡ଼ା ପଞ୍ଚାୟତ ଅଧିନ ଧାତୁକପାଲି, ଘିଚାପାଲି, ହାଟଗାଁ, ରୁଷୁଡ଼ା, ଭୁତାପାଲି ଆଦି ଅଞ୍ଚଳରେ ଗତ କିଛିଦିନ ତଳେ ହୋଇଥିବା...

ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ...

ଦୌଡ଼ିଲେ ୫ ବର୍ଷର ବାଳକ ବୁଦ୍ଧାଦିତ୍ୟ: କମ୍‌ ବୟସ ଯୋଗୁ ଭାଗ ନେଇପାରିଲେନି

ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର...

ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା...

ପରୀ ହତ୍ୟାକାଣ୍ଡ ଘଟଣା: ମା’ ବାପାଙ୍କୁ ଆକ୍ରମଣ କରି ୧୪ ଗିରଫ

ନୟାଗଡ଼ ଅଫିସ,୨୬।୧୦: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗାଁରେ ଘଟିଥିବା ପରୀ ହତ୍ୟାକାଣ୍ଡ ଧୀରେଧୀରେ ବିବାଦୀୟ ହୋଇଚାଲିଛି। ଏଭଳିସ୍ଥଳେ ମୃତ ପରୀଙ୍କ ମା’ ବାପାଙ୍କୁ...

ତଳି ରୋଇଲେ ଯୁବକ ସଂଘ କର୍ମକର୍ତ୍ତା

ନୂଆପଡ଼ା ଅଫିସ,୧୧ା୮ ସାଧାରଣତଃ ସରକାରୀ ଅନୁଦାନ କିମ୍ବା ପ୍ରୋତ୍ସାହନକୁ ଅପେକ୍ଷା କରିବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ହେଲେ ନିଜସ୍ବ ଉଦ୍ୟମ ଏବଂ ଶ୍ରମଦାନ...

ରାଜ୍ୟରେ ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିରକୁ ଅନ୍ୟ ସହ ତୁଳନା କରା ନ ଯାଉ

ପୁରୀ ଅଫିସ,୯।୧୦: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଧାର୍ମିିକସ୍ଥଳ ଖୁବଶୀଘ୍ର ଖୋଲିପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ଜିଲାର ସ୍ଥିତି ଦେଖି...

ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଜମିରେ ଧାନ ଚାଷ

ଦିଗପହଣ୍ଡି,୩।୮(ଡି.ଏନ୍‌.ଏ.): ଚଳିତ ବର୍ଷ ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କୁ ଧୋକାଦେଇଛି ମୌସୁମୀ ବର୍ଷା। ମୁଖ୍ୟତଃ ଖରିଫ ଧାନ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଇଥାଏ। କିନ୍ତୁ...

Advertisement
Archives

Model This Week