ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି

କୁନ୍ଦୁରା, ୧୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ
ଏମପି ରମେଶ ଚନ୍ଦ୍ର ମାଝୀ,ବିଡିଓ ସନ୍ଧ୍ୟା ସମରଥ, କୋଟପାଡ଼ ବିଧୟିକା ପଦ୍ମିନୀ ଦିଆନ, ତହସିଲଦାର ଆୟୁବ ମଣ୍ଡଳ, ଜିପିଈଓ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ କହିଥିଲେ। ଏହି ସମୟରେ କୁନ୍ଦୁରା ବ୍ଳକ ଦିଗାପୁର୍‌ ପଞ୍ଚୟାତ ସଦର ମହକୁମାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ରହୁ ନ ଥିବା ସରପଞ୍ଚ ଅଭିଯୋଗ କରିଥିଲେ। ତେବେ ସେଠାାରେ ନିଯୁକ୍ତ ଡାକ୍ତର ଶୁଭ ପ୍ରସାଦ ସାହୁ ଚୁକ୍ତିଭିତ୍ତିକ ହୋଇଥିବା ବେଳେ ସେଠାରେ ରହୁ ନ ଥିବା କହିଥିଲେ। ସେହିଭଳି କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ରହିଥିବା ବେଳେ ଜଣେ ସ୍ଥାୟୀ ଡ଼ାକ୍ତରଙ୍କୁ ନିଯୁକ୍ତି କରିବାକୁ ଜିଲା ପରିଷଦ ସଭ୍ୟ କନକଲତା ପେଣ୍ଠିଆ ଦାବି କରିଥିଲେ। କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ଜଣ ଡ଼ାକ୍ତରଙ୍କୁ କୋରାପୁଟ ଏବଂ ଜୟପୁରଠାରେ ରଖାଯାଇଥିବା ବେଳେ କୁନ୍ଦୁରା ବ୍ଳକରେ ୧ ଲକ୍ଷ ଲୋକଙ୍କୁ ୬ ଜଣ ଡ଼ାକ୍ତର କାର୍ଯ୍ୟ କରୁଥିବା କହିଥିଲେ। ଗତ ୫ ମାସ ତଳେ ବ୍ଳକ ରେ ୬୪ ନଳକୂପ ଖନନ ହୋଇଥିବା ବେଳେ ସେଥିରୁ ୧୨ଟି ଅଚଳ ହୋଇ ପଡିଥିବା ଲୋକ ପ୍ରତିନିଧି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଘରବାରୀ ପଟ୍ଟା ଆବଶ୍ୟକ ପଡୁଥିବା ବେଳେ ଘରବାରି ଚିହ୍ନଟ ପାଇଁ ବାଣୁଆଗୁଡ଼ା ଏବଂ ମସିଗାଁ ରାଜସ୍ବ ନିରୀକ୍ଷକ ଜଣକ ପିଛା ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବାଣୁଆଗୁଡ଼ା ସରପଞ୍ଚ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଆୟୁବ ମଣ୍ଡଳ କହିଥିଲେ। ସେହିଭଳି ୫-ଟି ନିର୍ମାଣାଧୀନ ବିଦ୍ୟାଳୟଗୁଡିକର ପଟ୍ଟା ନ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ତିଳତ୍ତୋମା ଗରଡ଼ା କହିଥିଲେ। ବିଦ୍ୟାଳୟ ଜମି ପଟ୍ଟା ପ୍ରଦାନକୁ ନେଇ ୯୩ଟି ସ୍କୁଲର ୫୬ଟି ପଟ୍ଟା ପ୍ରଦାନ କରାଯାଇଛି। ବଳକା ପଟ୍ଟା ପ୍ରଦନ ନେଇ ପ୍ରକ୍ରିୟା ଚାଲୁ ରହିଛି। ୧୧ଟି ଜଙ୍ଗଲ ଜମିରେ ସମସ୍ୟା ଥିବାରୁ ଏହା ଅଟକିଥିବା ତହସିଲଦାର କହିଥିଲେ। ପରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଉଦ୍ୟାନ ବିଭାଗ, ମଙ୍ଗଳ ବିଭାଗ, ଓ ମିଶନ ଶକ୍ତି ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?