ଜଗତ୍‌ସିଂହପୁର-କାଳଖ ରାସ୍ତା ପ୍ରଶସ୍ତୀକରଣ ଦାବି

ଜଗତ୍‌ସିଂହପୁର,୧୭ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ନବୀକରଣ ଚାଲିଛି । ଜଗତ୍‌ସିଂହପୁରରୁ ପୁରୀ ଓ ଭୁବନେଶ୍ୱର ଦୂରତା କମାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ପାରିନାହିଁ। ଜଗତ୍‌ସିଂହପୁର-ଆଳିପିଙ୍ଗଳ ଓ ବଛ ସାଇଲୋ ନିକଟରୁ କାଳଖ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ପ୍ରଶସ୍ତୀକରଣ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଯୁକ୍ତି କରାଯାଇଛି । ଏହା ଉପରେ ଜଗତ୍‌ସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ପଚାରିବାରୁ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା ପ୍ରଶସ୍ତୀକରଣ ପାଇଁ ସର୍ବେକ୍ଷଣ ଚାଲିଛି। କାଳଖ ପାଖରେ ଦେବୀ ନଦୀରେ ପୋଲ ହେବା ପରେ ବଛସାଇଲୋ-କାଳଖ ନଦୀବନ୍ଧ ରାସ୍ତାର ଗୁରୁତ୍ୱ ବଢ଼ିଯାଇଛି। ଏହା ଖରାପ ଅବସ୍ଥାରେ ଥିଲା। ନିକଟରେ ପିଚୁ କାମ ଚାଲିଛି। ଖୁବ୍‌ଶୀଘ୍ର ଏହି କାମ ସରିଯିବ। ତା’ପରେ ଏହି ନଦୀବନ୍ଧ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ବିଧାୟକ କହିଛନ୍ତି ।
କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଜଲାରପୁର ନିକଟରୁ ଜଗତ୍‌ସିଂହପୁର ଜିଲା ଅରଖକୁଦ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା ଓ ନିକଟରେ ଅର୍ଥ ଅନୁମୋଦନ କରିଛନ୍ତି । ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କିନ୍ତୁ ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ଓ ସେଠାରୁ କାଳଖ ପର୍ଯ୍ୟନ୍ତ ରାସ୍ତାରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ। ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ପର୍ଯ୍ୟନ୍ତ ରାସ୍ତାର ବଢ଼େଇବାଙ୍କ ସମେତ କେତେକ ସ୍ଥାନରେ ଓସାର କମ୍‌ ରହିଛି। ରାସ୍ତା ଅବସ୍ଥା ମଧ୍ୟ ଭଲ ନାହିଁ । ଏହାକୁ ପ୍ରଶସ୍ତ ସହ ନବୀକରଣ କରାଯିବା ଆବଶ୍ୟକ। ଆବଶ୍ୟକସ୍ଥଳେ ସରକାର ଜମି ଅଧିଗ୍ରହଣ କରିବା ଜରୁରୀ। ସେହିପରି ଆଳିପିଙ୍ଗଳ ପୋଲ ପାରି ହୋଇଗଲେ ବଛସାଇଲୋ ପଡ଼େ। ବଛସାଇଲୋ ନିକଟରୁ କାଳଖ ପୋଲ ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତା ଓସାର ଯଥେଷ୍ଟ କମ୍‌ ରହିଛି। ଏପରିକି ୨ଟି ଚାରି ଚକିଆ ଯାନ ପରସ୍ପର ଅତିକ୍ରମ କରିବା ସମ୍ଭବ ନୁହେଁ। ଏହି ରାସ୍ତା ଦୀର୍ଘ ବର୍ଷ ଧରି ଖରାପ ଥିଲେ ସୁଦ୍ଧା ନିକଟରେ ପିଚୁ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହାଦ୍ୱାରା ବାଇକ୍‌ ଯାତାୟାତରେ ସୁବିଧା ହେବ। କିନ୍ତୁ ୪ ଚକିଆ ଯାନ ଚଳାଚଳ ପାଇଁ ରାସ୍ତା ପ୍ରଶସ୍ତୀକରଣ ହେବା ନିହାତି ଦରକାର । ଏଥିପ୍ରତି ସରକାର ବିଶେଷ ଦାୟିତ୍ୱବାନ ହେଲେ କେବଳ ଜଗତ୍‌ସିଂହପୁର ନୁହେଁ ପୁରୀ, କଟକ ଓ ଖୋର୍ଦ୍ଧା ଜିଲାର ଲୋକେ ମଧ୍ୟ ଉପକୃତ ହେବେ।
ଅତୀତରେ ଚାରିଛକ-ଜଗତ୍‌ସିଂହପୁର ଭାୟା ପହଙ୍ଗା-କାଳଖ ରାସ୍ତା ୨ ଲେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏହି ରାସ୍ତା ରାଜ୍ୟ ରାଜପଥରେ ଅନ୍ତର୍ଭୁକ୍ତ କରାଗଲେ ଉଭୟ ଜଗତ୍‌ସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଲକ୍ଷାଧିକ ଲୋକ ଉପକୃତ ହେବା ସହ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ବୋଲି ଯୁକ୍ତି କରାଯାଇଥିଲା। ଏ ସମ୍ପର୍କରେ ୨୦୦୪ରୁ କାଳଖ ପୋଲ ନିର୍ମାଣ ଆନ୍ଦୋଳନ କରି ସଫଳ ହୋଇଥିବା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ବିଦ୍ୟାଧର ରାଉତ, ବିପିନ ବିହାରୀ ବାରିକ, ପ୍ରଭାସ କୁମାର ସ୍ବାଇଁ, ବଟକୃଷ୍ଣ ମଲ୍ଲିକ, ଏକବେରୁଆ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସିଠାଳୋ ସରପଞ୍ଚ କବିତା ମହାପାତ୍ର ପ୍ରମୁଖ କହିଛନ୍ତି, ଦେବୀ ନଦୀର ଏରଡ଼ା-କାଳଖଠାରେ ପୋଲ ନିର୍ମାଣ ହେଲା ପରେ ଏହି ରାସ୍ତାର ଗୁରୁତ୍ୱ ବଢ଼ିଯାଇଛି । କାରଣ ପୁରୀରୁ ଜଗତ୍‌ସିଂହପୁର ଯାତାୟାତ ପାଇଁ ଦୂରତା କମିଯାଇଛି। ଏଥିସହ ଶତାଧିକ ଗ୍ରାମର ଲୋକେ ଉପକୃତ ହେବେ। ଆଳିପିଙ୍ଗଳରୁ କାଳଖ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାରେ କମ୍‌ ସଂଖ୍ୟକ ଗ୍ରାମର ଲୋକ ଯାତାୟାତ କରୁଥିଲେ। ତେଣୁ ଏହି ରାସ୍ତା ସଙ୍କୁଚିତ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ ଥିଲା। ଏରଡ଼ା-କାଳଖ ପୋଲ ହୋଇଯିବା ଦ୍ୱାରା ଏହି ରାସ୍ତାର ଗୁରୁତ୍ୱ ବଢିଯାଇଛି। ୨୫ କିଲୋମିଟର ଏହି ରାସ୍ତାରେ ଏବେ ପ୍ରତ୍ୟହ ବହୁ ସଂଖ୍ୟକ ଲୋକଙ୍କ ଯାତାୟାତ ହେଉଛି। ନିଆଳି ବ୍ଲକ ସମେତ ଖୋର୍ଦ୍ଧା ଜିଲାର ବାଲିପାଟଣା ଓ ପୁରୀ ଜିଲାର ଅନେକ ଲୋକ ଜଗତ୍‌ସିଂହପୁର, ପାରାଦୀପ, ମା’ଶାରଳା ପୀଠ, ଗୋରେଖନାଥ ପୀଠ ସମେତ ଜଗତ୍‌ସିଂହପୁର ଜିଲାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଅନୁରୂପ ଭାବେ ଜଗତ୍‌ସିଂହପୁର ଜିଲାର ଲୋକେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର, ମାଧବ ଓ ଶୋଭନେଶ୍ୱର ମନ୍ଦିର ସମେତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ରାଜ୍ୟ ରାଜପଥ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ଲେନ୍‌ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି। ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା ପ୍ରଶସ୍ତୀକରଣ ଉପରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ କହିଛନ୍ତି, ଏବେ ସ୍ଥାନୀୟ ହାଟ ପୋଲ ପ୍ରଶସ୍ତ ପାଇଁ କାମ ଆରମ୍ଭ ହୋଇଛି। ଆଳିପିଙ୍ଗଳ ନିକଟରେ ଦେବୀ ନଦୀରେ ମଧ୍ୟ ନୂଆ ପୋଲ ହେଉଛି। ରାସ୍ତା ଓସାର ଅଧିକ ନ ଥିବାରୁ ଗମନାଗମନରେ ଅସୁବିଧା ହେଉଛି। ଜମି ଅଧିଗ୍ରହଣ କରାଗଲେ ସମସ୍ୟାର ସମାଧାନ ହୋଇପାରିବ। ତଥାପି ଯାତାୟାତ ସରଳୀକରଣ ପାଇଁ ରାସ୍ତା କାମ ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri