ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବାକୁ ହେବ। ଥକି ପଡ଼ିଲେ ବି କଠିନ ପରିଶ୍ରମ ଜାରି ରଖିବାକୁ ପଡ଼ିବ। ସେମାନଙ୍କୁ ଖୁସି ଦେଲା ଭଳି ନିଜ ପାଇଁ କ୍ୟାରିୟର ବାଛନ୍ତୁ ବୋଲି ଯୁବ ସମାଜକୁ ପରାମର୍ଶ ଦେଇଛନ୍ତି ଉତ୍କଳ ଅଟୋମୋବାଇଲ୍ସ ପ୍ରାଇଭେଟ ଲିଃ ଡାଇରେକ୍ଟର ଶୌନକ ରାଜ ପାରିଖ।

ଆପଣଙ୍କ ବ୍ୟବସାୟ ଉପରେ କି ପ୍ରଭାବ ପକାଇଛି ?
ଆମ ସହ ଜଡ଼ିତ ସମସ୍ତ ଡିଲର, ଡିଷ୍ଟ୍ରିବ୍ୟୁଟର, ସପ୍ଲାୟର ଓ ଅନ୍‌ଲାଇନ୍‌ ଗ୍ରାହକଙ୍କ ଉପରେ କୋଭିଡ୍‌-୧୯ ପ୍ରଭାବ ପକାଇଛି। ଲକ୍‌ଡାଉନ୍‌ ସମୟରେ ଦେଶର ଅଟୋମୋବାଇଲ୍ସ ଇଣ୍ଡଷ୍ଟ୍ରି ଦୈନିକ ପ୍ରାୟ ୨,୩୦୦ କୋଟି ଟଙ୍କାର କ୍ଷତି ସହୁଥିଲା। ଏଥିପାଇଁ ଏ କ୍ଷେତ୍ରରେ ପ୍ରାୟ ୩.୪୫ ଲକ୍ଷ ଚାକିରି ହରାଇଛନ୍ତି। ଏହା ବ୍ୟତୀତ ୨୮୬ ଅଟୋ ଡିଲର ଦୋକାନ ପୂରା ବନ୍ଦ କରି ଦେଇଛନ୍ତି। ୨୦୨୦ର ପ୍ରଥମ ତ୍ରୈମାସିକ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଓଡ଼ିଶାରେ ମୋଟରଯାନରୁ ରାଜସ୍ବ ଆଦାୟ ୫୮% କମ୍‌ ହୋଇଯାଇଥିଲା। କାର୍ଯ୍ୟକାରୀ ପୁଞ୍ଜି ଅଟକି ରହିବାରୁ ମାର୍ଚ୍ଚରେ ବିଏସ୍‌-IVର ବିକ୍ରି ଆଶାନୁରୂପ ହୋଇ ନ ଥିଲା। ବିଏସ୍‌ -VI ମଡେଲର ଉତ୍ପାଦନ ଓ ଉପଲବ୍ଧତା ବିଳମ୍ବିତ ହେବାରୁ ବିକ୍ରି ଆହୁରି ହ୍ରାସ ପାଇଥିଲା। ବିଏସ୍‌ -VI ମୂଲ୍ୟ ବୃଦ୍ଧି ଯୋଗୁ ଏହାର ଚାହିଦା କମିଥିଲା। ଫଳରେ ଡିଲରମାନେ ପ୍ରଭାବିତ ହୋଇଥିଲେ।

ଗ୍ରାହକଙ୍କ କ୍ରୟ ମନୋବୃତ୍ତି ଉପରେ ମତ?
ଗ୍ରାହକଙ୍କ ଆଚରଣ ବଦଳିବାରେ ଲାଗିଛି। ସେମାନଙ୍କ କିଣିବା ନିଷ୍ପତ୍ତିରେ ଡିଜିଟାଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଲୋକେ କୌଣସି ଗାଡ଼ି କିଣିବା ପୂର୍ବରୁ ଅନ୍‌ଲାଇନ୍‌ରେ ଅନୁଧ୍ୟାନ କରୁଛନ୍ତି। ଏପରି କି ଛୋଟ ଛୋଟ ସହରରେ ବି ଏହା ଘଟୁଛି।

କ୍ଷେତ୍ରରେ ଉତ୍କଳ ହୁଣ୍ଡାଇର ଭିନ୍ନତା କ’ଣ ?
ଆମ ଅଫର୍‌ ସବୁ ହୁଣ୍ଡାଇ ଗାଇଡ୍‌ଲାଇନ୍‌ ଆଧାରିତ। ଷ୍ଟକ୍‌ ଉପଲବ୍ଧତା ଓ ପ୍ରତିଯୋଗିତାରେ ପ୍ରଚଳିତ ସ୍କିମ୍‌ ଆଦି ଅନେକ ଦିଗକୁ ବିଚାର କରି ପ୍ରତିମାସରେ ବଦଳିଥାଏ।

ଶିଳ୍ପ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ସହାୟତା ଲାଗି ସରକାର କି ପଦକ୍ଷେପ ନେବା ଉଚିତ?
ସ୍କ୍ରାପ୍‌ ନୀତି: କେନ୍ଦ୍ର ସରକାର ସ୍କ୍ରାପେଜ ପଲିସି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଚାହିଦା ବଢ଼ିବ।
ଉଚ୍ଚ ଟିକସ ବ୍ୟବସ୍ଥା: ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧିରେ ଅନ୍ୟତମ ମୁଖ୍ୟ ବାଧକ ସାଜୁଛି ଆଫର୍ଡେବିଲିଟି। ବିଭିନ୍ନ କାରଣରୁ ଗାଡ଼ିର ମୂଲ୍ୟ ବୃଦ୍ଧି ଘଟୁଛି, ଯଥା- ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଓ ନିର୍ଗମନ ମାନ ବୃଦ୍ଧି (ଭାରତ ଷ୍ଟେଜ୍‌-୬ ନିର୍ଗମନ, ନିୟମ), ୨୮% ଜିଏସ୍‌ଟି ଭଳି ଉଚ୍ଚ ଟିକସ ହାର, କାର୍‌ ଉପରେ ସେସ୍‌ ୩ ରୁ ୪୮% , ଟିସିଏସ୍‌- ୧%, ରାଜ୍ୟ ସଡ଼କ ଓ ପଞ୍ଜୀକରଣ ଟିକସ ଇତ୍ୟାଦି। ଏସବୁ କାରଣ ମିଶି ଦର ବୃଦ୍ଧି ହେଉଛି, ଯାହାର ସମାଧାନ ଲୋଡ଼ା।

ସୃଷ୍ଟି ଓ ସରକାରୀ ରାଜସ୍ବ
ବୃଦ୍ଧି ଦିଗରେ ଅଟୋମୋବାଇଲ ଡିଲରଙ୍କ
ବଡ଼ ଭୂମିକା ରହିଛି। ତେଣୁ ଆପଣ ରାଜ୍ୟ ସରକାରଙ୍କଠାରୁ
କି ଆଶା ରଖନ୍ତି ?
ଅଟୋମୋବାଇଲ କ୍ଷେତ୍ର ହେଉଛି ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ। ଏଥିରେ ପ୍ରାୟ ୩୭ ନିୟୁତ ଲୋକ ନିୟୋଜିତ। କିନ୍ତୁ ମହାମାରୀ ଯୋଗୁ ଏଥିରେ କେବଳ ବେକାରି ବଢ଼ିନାହାନ୍ତି, ବରଂ ଡିଲରଶିପ୍‌ର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପର ଖର୍ଚ୍ଚ ପରିଚାଳନାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ଥାଏ। ସରକାରଙ୍କ ଟିକସ ବ୍ୟବସ୍ଥା ଅତି ଉଚ୍ଚରେ ରହିଛି। ପେଟ୍ରୋଲ ଟିକସ ଯୋଗୁ କାର୍‌ କିଣିବା କଷ୍ଟକର ହେଉଛି। କାର୍‌ କିଣିବା ସାମର୍ଥ୍ୟ ଏକପ୍ରକାର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଛି। ଏସବୁ କାରଣରୁ ଅଟୋମୋବାଇଲ ଶିଳ୍ପ ପ୍ରଭାବିତ ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସମେତ ଝାଡ଼ଖଣ୍ଡ, ଗୁଜରାଟ ଭଳି କିଛି ରାଜ୍ୟରେ ଜିଏସ୍‌ଟି ପୂର୍ବରୁ ରୋଡ୍‌ ଟ୍ୟାକ୍ସ ହିସାବ ହୁଏ। କିନ୍ତୁ ଓଡ଼ିଶାରେ ଏକ୍ସ ଶୋ’ ରୁମ୍‌ ମୂଲ୍ୟ ଉପରେ ରୋଡ୍‌ ଟ୍ୟାକ୍ସ ହିସାବ ହୋଇଥାଏ। ଫଳରେ ଯାନ ମୂଲ୍ୟ ବଢ଼ିବା ଦ୍ୱାରା ଗ୍ରାହକଙ୍କ କ୍ରୟ କ୍ଷମତା ପ୍ରଭାବିତ ହେଉଛି। ବିକ୍ରିକୁ ଲକ୍ଷ୍ୟ କଲେ ରୋଡ୍‌ ଟ୍ୟାକ୍ସ ବଢ଼ାଇ ନ ଥିବା ରାଜ୍ୟଗୁଡ଼ିକରେ ଯାନ ବିକ୍ରି ଅଧିତ୍କ ରହିଥିଲା। ଆମ ସରକାର ଏ ଦିଗରେ ଧ୍ୟାନ ଦେବା ଉଚିତ।

ଡିଲରଶିପ୍‌ ବ୍ୟବସାୟକୁ ଆସିବା ପାଇଁ କିଭଳି ପ୍ରେରଣା ପାଇଲେ ?
ମୁଁ ଅଟୋମୋବାଇଲ ଶିଳ୍ପରେ ଜନ୍ମ ନେଇଛି ଏବଂ ବଢ଼ିଛି। ଏହି ବ୍ୟବସାୟ ମୋ ରକ୍ତରେ ଅଛି। ଏହାଛଡ଼ା ଏହି ଶିଳ୍ପରେ ବିଭିନ୍ନ ଭୂମିକା, ଜ୍ଞାନ ଓ ଅନୁଭୂତି ମତେ ଏ ବ୍ୟବସାୟକୁ ଆସିବାକୁ ପ୍ରେରିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri