ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ନ ହେଉ

ହାତଗଣତି ଶିକ୍ଷକ ନିଆରା ତଥା ଅଭିନବ ଚିନ୍ତାଧାରା ନେଇ ଆଗେଇ ଆସିଲେ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆସିପାରେ। ଏ କ୍ଷେତ୍ରରେ ବିଶ୍ୱଜିତ ପଟ୍ଟନାୟକ ଏକ ଉଲ୍ଲେଖନୀୟ ନାମ। ଆଇଆଇଏମ୍‌ର ଗୁରୁଗମ୍ଭୀର ଶ୍ରେଣୀକକ୍ଷ ଏବଂ କର୍ପୋରେଟ ବୋର୍ଡ ରୁମ୍‌ଗୁଡ଼ିକରେ ‘ଲଗାନ୍‌’ ଭଳି ବ୍ୟବସାୟିକ ଫିଲ୍ମ ପ୍ରଦର୍ଶନ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ସ୍ବପ୍ନ ପଥରେ ଆଗେଇ ସେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ପ୍ରତିଷ୍ଠା କରିଛନ୍ତି। ଧରିତ୍ରୀକୁ ସାକ୍ଷାତକାର ବେଳେ ନିଜ ଦୀର୍ଘ ଯାତ୍ରା ସମ୍ପର୍କରେ କହିଛନ୍ତି ପ୍ରଫେସର
ଡ. ବିଶ୍ୱଜିତ ପଟ୍ଟନାୟକ।

ପ୍ରତିଷ୍ଠା କରିବାକୁ କିପରି ଚିନ୍ତା କଲେ?
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସେଲ୍‌ରୁ ଜଣେ ଅକ୍ୟୁପେସନାଲ ମ୍ୟାନେଜମେଣ୍ଟ ସାଇକୋଲୋଜିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିଲିି। ଶିକ୍ଷାଦାନ ପ୍ରତି ଆକର୍ଷଣ ମୋତେ ଶିକ୍ଷାକ୍ଷେତ୍ରକୁ ଟାଣିନେଇଥିଲା। ମୁମ୍ବାଇସ୍ଥିତ ଭାରତ ସରକାରଙ୍କ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ୨୦୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀରେ ୨୦୦୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ଏକଜିକ୍ୟୁଟିଭଙ୍କୁ ପ୍ରଶିକ୍ଷଣ ଦେବା ପରେ ଲକ୍ଷ୍ନୌର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟକୁ ଯାଇଥିତ୍ଲି। ସେଠାରେ ମ୍ୟାନେଜମେଣ୍ଟ ଡେଭଲପ୍‌ମେଣ୍ଟର ମୁଁ ପ୍ରତିଷ୍ଠାତା ଅଧ୍ୟକ୍ଷ ହୋଇଥିଲି। ଏସାର୍‌ ଗ୍ରୁପ୍‌ର ଏଚ୍‌ଆର ମୁଖ୍ୟ ହେବା ପରେ ଇନ୍ଦୋର ଆଇଆଇଏମ୍‌ରେ ମଧ୍ୟ ସମାନ ଦାୟିତ୍ୱ ତୁଲାଇଥିତ୍ଲି। ପରେ ଗୁଆହାଟୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ରହିଥିଲି। ଏ ସବୁୁ କ୍ଷେତ୍ରରେ ରହିବା ସତ୍ତ୍ୱେ ମୋର ବିଶ୍ୱାସ ଥିଲା ଯେ ଜଣେ ଯେତେ ଶୀର୍ଷକୁ ଗଲେ ମଧ୍ୟ ନିଜ ରାଜ୍ୟ, ନିଜ ଅଞ୍ଚଳ ପାଇଁ କିଛି କରିବା ଦରକାର। ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲି ବୋଲି ଓଡ଼ିଶାର ପିଲାମାନଙ୍କୁ ଏ କ୍ଷେତ୍ରରେ ଉଚ୍ଚଶିକ୍ଷାର ସୁବିଧା ଯୋଗାଇବା ଲାଗି ମୋର ଇଚ୍ଛା ହେଲା। ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇ ଜଣେ ଶିକ୍ଷା ଉଦ୍ୟୋଗୀ ହେବା ଲାଗି ଓଡ଼ିଶା ଫେରିଲି। ଈଶ୍ୱରଙ୍କ କୃପା ଓ ବନ୍ଧୁମାନଙ୍କ ସହଯୋଗରେ ୨୦୦୬ରେ ଏଏସ୍‌ବିଏମ୍‌ ପ୍ରତିଷ୍ଠା ହେଲା।

‘ଲଗାନ୍‌ ପ୍ରଫେସର’ ନାମ କିଭଳି ମିଳିଲା?
ଥରେ ‘ଲଗାନ୍‌’ ଫିଲ୍ମ ଦେଖିତ୍ବା ପାଇଁ ହଲ୍‌କୁ ଯାଇଥିଲି। ପୂରା ସିନେମା ସାଙ୍ଗଠନିକ ଶୈଳୀ ଏବଂ ମାନବ ସମ୍ବଳ ପରିଚାଳନା କାହାଣୀ ଆଧାରିତ। ଜଣେ ନେତୃସ୍ଥାନୀୟ ଲୋକ ପ୍ରତିଭା ଠାବ କରିବା ସହ ଏହାକୁ ନିଜ ସଙ୍ଗଠନର ସଫଳତା ପାଇର୍ଁ ସୁପରିଚାଳନା କରିପାରୁଥିତ୍ବା ଜରୁରୀ, ଯାହା ଆମୀର ଖାନ ଏହି ଚଳଚ୍ଚିତ୍ରରେ କରିଥିଲେ। ତାହା ଦେଖିବା ପରେ ମ୍ୟାନେଜମେଣ୍ଟ ଶିକ୍ଷାରେ ଏହି ସିନେମାର କାହାଣୀ ଉପଯୋଗ କରିହେବ ବୋଲି ମୁଁ ଭାବିଲି। ପ୍ରଥମେ ଆଇଆଇଏମ୍‌-ଇନ୍ଦୋର ଶ୍ରେଣୀ କକ୍ଷରେ ଏହି ଫିଲ୍ମ ପ୍ରଦର୍ଶନ କରାଇଲି। ଏହି ଶୈଳୀ ଅନ୍ତର୍ଜାତୀୟ ସ୍ତରରେ ଅଦୃତ ହେଲା। ବିଭିନ୍ନ କର୍ପୋରେଟ ହାଉସ ଏପରି କି ଆମେରିକାନ୍‌ ସାଇକୋଲୋଜିକାଲ ଆସୋସିଏଶନ୍‌ ଚାଇନାରେ ହେଉଥିତ୍ବା ଅନ୍ତର୍ଜତୀୟ ସମ୍ମିଳନୀରେ ମୁଁ ‘ଲଗାନ୍‌’ କର୍ମଶାଳା ଆୟୋଜନ କରିଥିଲି। ଏହାକୁ ନେଇ ମୋ ଛାତ୍ରୀଛାତ୍ର ବନ୍ଧୁ ଓ ସହକର୍ମୀମାନେ ମୋତେ ‘ଲଗାନ ପ୍ରଫେସର’ ଡାକିବା ଆରମ୍ଭ କରିଦେଲେ।

ଶିକ୍ଷା ବ୍ୟବସ୍ଥା ଅଧ୍ୟୟନ ବ୍ୟତୀତ ପରୀକ୍ଷା କୈନ୍ଦ୍ରିକ କି?
ଶିକ୍ଷା ଜ୍ଞାନର ଆଲୋକରେ ଉଦ୍ଭାସିତ କରେ। ସେହି ଜ୍ଞାନକୁ କୌଶଳରେ ରୂପାନ୍ତରିତ କରିବାକୁ ପଡ଼ିବ। ପୁଣି କୌଶଳକୁ ଦକ୍ଷତା ବା ସାମର୍ଥ୍ୟତାରେ ରୂପାନ୍ତର କରିବାକୁୁ ହେବ। ପରୀକ୍ଷା କେବଳ ଦକ୍ଷତାର ମୂଲ୍ୟାଙ୍କନ କରିବା ଲାଗି କରାଯିବା ଉଚିତ। କିନ୍ତୁ ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ହେବା ଅନୁଚିତ। ଛାତ୍ରୀଛାତ୍ର ପରୀକ୍ଷାରେ କେବଳ ନମ୍ବର ରଖିତ୍ବା ଲାଗି ଅଧ୍ୟୟନ ନ କରି ଜ୍ଞାନ ଆହରଣ ଉପରେ ଗୁରୁତ୍ୱ ଦେବା ଉଚିତ।
ବୃଦ୍ଧି ଲାଗି ଶିକ୍ଷାରେ ସଂଶୋଧନ ଦରକାର କି?
ବ୍ୟବହାରିକ ଉପାଯୋଗ ବିନା ବହି ଜ୍ଞାନ ସହ କେବଳ ଥିଓରି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ରୋଜଗାର କମ୍‌ ରହିଛି। ନୂଆ ଶିକ୍ଷାନୀତି ଶିକ୍ଷାର ମାନ ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଉ ଗୋଟିଏ ବିଷୟ ହେଉଛି, କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ହେବା ଉଚିତ।

ଚାପକୁ ଏଏସ୍‌ବିଏମ୍‌ କିପରି ନିୟନ୍ତ୍ରଣ କରେ?
ବର୍ତ୍ତମାନ ପିଢ଼ିର ମହତ୍ତ୍ୱାକାଂକ୍ଷୀ ଛାତ୍ରୀଛାତ୍ର ଜ୍ଞାନରେ ପରିପୂର୍ଣ୍ଣ ଏବଂ ସେମାନଙ୍କ ଶିକ୍ଷଣୀୟ ମନୋଭାବ ରହିଛି। କେବଳ ସେମାନଙ୍କର ଧ୍ୟାନ ରହୁନାହିଁ। ଆମେ ଏହି ସମସ୍ୟା ଦୂର ପାଇଁ ସେମାନଙ୍କ ଲାଗି ମେଣ୍ଟର ନିଯୁକ୍ତ କରିଛୁ। ଏକ ଛୋଟ ଗ୍ରୁପ୍‌ର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତ୍ୟେକ ଶିକ୍ଷକ ଜଣେ ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ଛାତ୍ରମାନଙ୍କୁ ଶିକ୍ଷା ଏବଂ ବ୍ୟକ୍ତିିଗତ ସମସ୍ୟା ଉପରେ ଗାଇଡ୍‌ ଓ କାଉନ୍‌ସେଲ କରୁଛନ୍ତି। ମାହାମାରୀରେ ଏଏସ୍‌ବିଏମ୍‌ ଦେଶର ସର୍ବାଧିକ ଓ୍ବେବିନାର ଏବଂ ଅନ୍‌ଲାଇନ୍‌ ସାର୍ଟିଫିକେଟ କୋର୍ସ ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?