ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି?
ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ତାକୁ କଥାରେ ବର୍ଣ୍ଣନା କରାଯାଇ ନ ପାରେ। ଜଣେ ଶିଶୁ ଲାଗି ଶିକ୍ଷା ତୃତୀୟ ନୟନ। ଜଣେ ଶିକ୍ଷିତ ହେଲେ ହିଁ ସାରା ବିଶ୍ୱକୁ ଠିକ୍‌ ଭାବେ ଦେଖିପାରିବ। ଆଖି ଥିଲେ ମଧ୍ୟ ଶିକ୍ଷିତ ହୋଇ ନ ପାରିଲେ ଜୀବନ ଅନ୍ଧକାର ହୋଇଥାଏ। ମୁଁ ଗରିବ ପରିବାରରୁ ଆସି ମଧ୍ୟ ଶିକ୍ଷା ଯୋଗୁ ସମାଜକୁ କିଛି ଭଲ ଅବଦାନ ଦେଇପାରିଛି।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ନେଇ ଆପଣଙ୍କ ମତ?
ଶିକ୍ଷା ସମାଜର ମେରୁଦଣ୍ଡ। ଯେଉଁ ଜାତି ଯେତେ ଉନ୍ନତି କରିଛି ସେ ଦେଶର ଶିକ୍ଷା ସେତେ ଉନ୍ନତ। ଆମେରିକା ଏବଂ ୟୁରୋପକୁ ଅନେକେ ଉଦାହରଣ ଭାବେ ନେଇଥାନ୍ତି। ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକ ଶହ ଶହ ବର୍ଷ ପୁରୁଣା। ଭାରତୀୟ ବିଶ୍ୱବିଦ୍ୟାଳୟଗଡ଼ିକ ପ୍ରାୟ ୧୫୦ ବର୍ଷ ତଳେ ପ୍ରତିଷ୍ଠା ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ପୁରୁଣା ଓ ଉନ୍ନତ ହୋଇଥିବାରୁ ଗବେଷଣା ଏବଂ ଉଦ୍ଭାବନକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ବର୍ତ୍ତମାନ ସରକାର ଏ ଦିଗଗୁଡ଼ିକୁ ଧ୍ୟାନ ଦେଉଥିବାରୁ ଭାରତର କିଛି ବିଶ୍ୱବିଦ୍ୟାଳୟ ଟପ୍‌ ୨୫୦ ବା ଟପ୍‌ ୫୦୦ ପ୍ରତିଷ୍ଠାନ ମଧ୍ୟରେ ଆସିପାରୁଛନ୍ତି। କିଟ୍‌ ଏବଂ କିସ୍‌ର ଗୌରବମୟ ଯାତ୍ରାକୁ କେମିତି ଦେଖନ୍ତି?
ଆଜି କିଟ୍‌, କିସ୍‌ ଯାହାବି ହୋଇଛି, କେବଳ ଭଗବାନଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଛି। ସମସ୍ତଙ୍କ ଶୁଭେଚ୍ଛା, କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ, ମୋ ପରିଶ୍ରମ, ସମର୍ପିତ ଜୀବନ ସବୁକିଛି ମିଶିବା ପରେ ଅନୁଷ୍ଠାନ ଏତେ ବଡ଼ ହୋଇପାରିଲା। କିଟ୍‌-କିସ୍‌ ଏତେ ବଡ଼ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇପାରିବା ମୋ ପରିକଳ୍ପନା ବାହାରେ ଥିଲା। କିଟ୍‌, କିସ୍‌ ଆରମ୍ଭ ୫ ହଜାର ଟଙ୍କା ଭଡ଼ାଘରେ ହୋଇଥିଲା। ସେ ସମୟରେ ଅଧ୍ୟାପନାରେ ଥିଲି। ମୋ ଆର୍ଥତ୍କ ସ୍ଥିତି ଭଲ ନ ଥିଲା।
କିସ୍‌ରେ ୩୫ ହଜାର ଆଦିବାସୀ ଶିଶୁଙ୍କ ଭବିଷ୍ୟତ ଗଢ଼ୁଛନ୍ତି। ଆପଣ କେତେ ଖୁସି?
ବହୁତ ଖୁସି ଲାଗୁଛି। ଯେଉଁ ୪ ବର୍ଷର ପିଲା ମୁଣ୍ଡ ଉପରେ ଦିନେ ହାତ ରଖିବାକୁ କେହି ନ ଥିଲେ, ଆଦରରେ କଥା ପଦେ କହି ନ ଥିଲେ, ଦିଗ୍‌ଦର୍ଶନ ମଧ୍ୟ ଦେଇ ନ ଥିଲେ, ସେହି ପିଲା ବଡ଼ ହେବା ପରେ ହଜାର ହଜାର ଗରିବ ଆଦିବାସୀ ପିଲାଙ୍କ ଲାଗି କିଛି କରିବା ପାଇଁ ଆଗକୁ ଆସିଛି। କିସ୍‌ର ଉଦ୍ୟମ ଯୋଗୁ ଆଦିବାସୀ ଛାତ୍ରୀଛାତ୍ର ଭଲ ମଣିଷ ହୋଇ ବାହାରୁଛନ୍ତି। ଯେଉଁ ଜିନିଷ ମୁଁ ପିଲାବେଳେ ପାଇ ନ ଥିଲି ତାହା ଆଜି ଅନ୍ୟକୁ ବାଣ୍ଟିବାକୁ ସକ୍ଷମ ହୋଇଛି।
କିସ୍‌ର ଶାଖା ସମ୍ପ୍ରସାରଣ ନେଇ ଆଗାମୀ ଯୋଜନା କ’ଣ?
ଗରିବ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଶିକ୍ଷା ଏକ ମାଧ୍ୟମ। ୫ଟି ଜିଲାରେ କିସ୍‌ ଶାଖା ଖୋଲିଛି। ଚଳିତ ବର୍ଷ ପ୍ରାୟ ଆଉ ୭ ଜିଲାରେ କିସ୍‌ ଶାଖା ଖୋଲିବ। ୨୦ ଜିଲାରେ ଏହି ଶାଖା ଖୋଲିବା ନେଇ ଯୋଜନା ରଖାଯାଇଛି।
ଆପଣଙ୍କ ସଫଳତାର ମନ୍ତ୍ର କ’ଣ?
ନିଷ୍ଠା, ସାଧୁତା, ସମର୍ପିତ ଜୀବନଯାପନ କଲେ ଜଣେ ନିଶ୍ଚିତ ଭାବେ ସଫଳ ହୋଇପାରିବ। ଭଗବାନଙ୍କ ଆଶୀର୍ବାଦ ଦ୍ୱାରା ଆମ କାମ ବହୁ ପ୍ରସାରିତ ହୋଇପାରିଛି। ସବୁ ଜିନିଷକୁ ସୁନ୍ଦର ଭାବେ ଗଢ଼ିବା ପାଇଁ ପ୍ରୟାସ ଜାରି ରଖିଛୁ।
ନିଯୁକ୍ତି ସଙ୍କୁଚିତ ହେଉଥିବାବେଳେ ଯୁବବର୍ଗଙ୍କୁ କି ପରାମର୍ଶ ଦେବେ?
ଯୁବବର୍ଗ ବର୍ତ୍ତମାନ ନିଜେ କିଛି କରିବାକୁ ଚେଷ୍ଟା କରନ୍ତୁ। ନିଜେ ସ୍ବାବଲମ୍ବୀ ହେବା ସହ ଲୋକଙ୍କୁ ନିଯୁକ୍ତି ଦେବାକୁ ସକ୍ଷମ ହେବେ। ଯେକୌଣସି କାମ କରିବେ ପ୍ରଥମ ପାଞ୍ଚ ବର୍ଷ କଷ୍ଟ ହେବ। ଏହି ସମୟକୁ ଧୈର୍ଯ୍ୟର ସହ ସହିଗଲେ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରସର ହେବେ।
ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଶିକ୍ଷାର ଯୋଗଦାନକୁ କିଭଳି ବିଚାର କରୁଛନ୍ତି?
ଗୁଣାମତ୍କ ଶିକ୍ଷା ଦ୍ୱାରା ଛାତ୍ରୀଛାତ୍ର ନିଯୁକ୍ତି ପାଇବା ଦ୍ୱାରା ତାଙ୍କ ପରିବାର ସ୍ବଚ୍ଛଳ ହୋଇଥାଏ। ଲୋକଙ୍କର ରୋଜଗାର ବଢ଼ିଲେ କ୍ରୟଶକ୍ତି ବଢ଼ିବ। ଶିକ୍ଷାର ଉନ୍ନତି ହେଲେ ରାଜ୍ୟର ପ୍ରଗତି ହୋଇପାରିବ। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଶିକ୍ଷାର ଅବଦାନ ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri