ବିଡିଓଙ୍କୁ ନିଲମ୍ବନ ସହ ଗିରଫ ଦାବି

ଜଗତ୍‌ସିଂହପୁର ଅଫିସ, ୧୮ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସଭାମୂଳ ଟିଟିଗଁାର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ସମ୍ପର୍କିତ ଅଭିଯୋଗ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗକାରୀ ଦାସ ଓ ତାଙ୍କ ଓକିଲ ମିଶ୍ର ମଙ୍ଗଳବାର ଖବରଦାତା ସମ୍ମିଳନୀରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଏସ୍‌ପି, ଜିଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇ ନ୍ୟାୟ ଭିକ୍ଷା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଓ ପ୍ରଶାସନିକସ୍ତରରେ ସେମାନଙ୍କୁ ନ୍ୟାୟ ଦିଆଯାଇପାରିନାହିଁ। ବିଡିଓ ନନ୍ଦ ଉତ୍‌କ୍ଷିପ୍ତ ହୋଇ ସର୍ବସାଧାରଣଙ୍କ ସମ୍ମୁଖରେ ଓକିଲ ମିଶ୍ରଙ୍କୁ ଥାନାରେ ଚଡ଼ି ଖୋଲି ବାଡ଼େଇବା ଭଳି ଭାଷା ପ୍ରୟୋଗ କରିବା ସତ୍ତ୍ବେ ତାଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯନ୍ତ୍ରଣାଦାୟକ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି। ଆଉ ୩ ରୁ୪ ଦିନ ଭିତରେ ବିଡିଓ ନନ୍ଦଙ୍କୁ ଗିରଫ ସହ କାର୍ଯ୍ୟରୁ ନିଲମ୍ବନ କରା ନ ଗଲେ ବାଧ୍ୟ ହୋଇ ସେମାନେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଓକିଲ ମିଶ୍ର ଓ ଆବେଦନକାରୀ ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅଭିଯୋଗକାରୀ ଦାସ କହିଛନ୍ତି, ୯ା୧ା୨୩ରେ ସୂଚନା ଅଧିକାର ଆଇନ ବଳରେ ଜଗତ୍‌ସିଂହପୁର ବ୍ଲକ ଜନ ସୂଚନା ଅଧିକାରୀଙ୍କ ନିକଟରେ ତାଙ୍କ ପଞ୍ଚାୟତରେ କରାଯାଇଥିବା ଅମୃତ ସରୋବର ଉପରେ କେତେକ ସୂଚନା ଦେବାକୁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ଦିଆଯାଇ ନ ଥିଲା। ଏହାସତ୍ତ୍ବେ ସୂଚନା ପାଇବା ପାଇଁ ସେ ବାରମ୍ବାର ଜନସୂଚନା ଅଧିକାରୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ପୂର୍ଣ୍ଣ ସୂଚନା ମିଳିବାରେ ବିଳମ୍ବ ହେବାରୁ ବାଧ୍ୟହୋଇ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତଥା ଜଗତ୍‌ସିଂହପୁର ବିଡିଓଙ୍କ ନିକଟରେ ଅପିଲ କରିଥିଲେ। ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୩୬/୨୮ା୩ା୨୩ରେ ୧୩ା୪ା୨୩ ସକାଳ ୧୧ଟାରେ ଶୁଣାଣି ପାଇଁ ନୋଟିସ କରିଥିଲେ। ଏହିଦିନ ସେ ଓ ତାଙ୍କ ଓକିଲ ମିଶ୍ର ବିଡିଓଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚତ୍ ଥିଲେ। କିନ୍ତୁ ବିଡିଓ ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇ ନ ଥିଲେ। ପ୍ରଥମେ ୧୩ରେ ଅପିଲ ତାରିଖ ଅଛି ବୋଲି ଜାଣି ନ ଥିବା କହି ଫାଇଲ ଖୋଜିଥିଲେ। ଫାଇଲ ନ ପାଇବାରୁ କ’ଣ ଚିଠି କରାଯାଇଛି ବୋଲି ମାଗି ଏହାର ଏକ ନକଲ ରଖିଥିଲେ। ତା’ ପରେ ବିଡିଓ ୨୦ ମିନିଟ୍‌ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହାକୁ ସମ୍ମାନ ଜଣାଇ ସେ ଓ ତାଙ୍କ ଓକିଲ ମିଶ୍ର ବିଡିଓଙ୍କ ଚାମ୍ବର ବାହାରେ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଡକରା ନ ଆସିବାରୁ ବିଡିଓଙ୍କ ପିଅନ ଜରିଆରେ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। ବିଡିଓ କିଛି ସମୟ ପରେ ଡାକିବାରୁ ଉଭୟ ଭିତରକୁ ଯାଇଥିଲେ। ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ବିଡିଓ ଅନ୍ୟମାନଙ୍କ ସହ କଥା ହୋଇ ସେମାନଙ୍କୁ ନିରାଶ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ କେତେକ ପଞ୍ଚାୟତର ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ଓକିଲ ମିଶ୍ର ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। କିନ୍ତୁ ବିଡିଓ ନନ୍ଦ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଜଣେ ଦଳିତ ହୋଇଥିବାରୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ଓକିଲ ମିଶ୍ରଙ୍କ ଭଳି ଥାର୍ଡ ଗ୍ରେଡ୍‌ ଲୋକଙ୍କ ସହ ମୁଁ କଥା ହେବାକୁ ଚାହେଁ ନାହିଁ କହି ଥାନାରେ ଚଡି ଖୋଲି ବାଡେଇବେ ବୋଲି ଚେତାବନୀ ଦେଇଥିଲେ। ଏତିକିରେ ବିଡିଓଙ୍କ କ୍ରୋଧ ସମ୍ବରଣ ହୋଇ ନ ଥିଲା। ଓକିଲ ମିଶ୍ରଙ୍କ ମୁହଁକୁ ଓକିଲାତିନାମା ଫୋପାଡିଥିଲେ। ବିଡିଓଙ୍କ ଏତାଦୃଶ ଆଚରଣ ସେମାନଙ୍କୁ ଗଭୀର ଆଘାତ ଦେଇଥିବା ଉଭୟ ଦାସ ଓ ଓକିଲ ମିଶ୍ର କହିଛନ୍ତି। ଜଣେ ବିଡିଓ ଏଭଳି ବ୍ୟବହାର କରିବେ ବୋଲି ସେମାନେ ଭାବି ନ ଥିଲେ। ତେଣୁ ଆରମ୍ଭରୁ ରେକର୍ଡିଂ କରିପାରି ନ ଥିଲେ। ତଥାପି କିଛି ଅଡିଓ ରେକର୍ଡିଂ ସମ୍ଭବ ହୋଇପାରିଥିଲା। ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସ୍ପଷ୍ଟ ଚିତ୍ର ଜଣାପଡିଯିବ। ଏବେ ବିଡିଓ ଏହି ସିସିଟିଭି ଫୁଟେଜ୍‌କୁ ନଷ୍ଟ କରିବାକୁ ଚେଷ୍ଟା କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ତୁରନ୍ତ ତାହା ଜବତ କରାଯାଉ ବୋଲି ଦାସ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ଉପରେ ବିଡିଓ ନନ୍ଦଙ୍କୁ ପଚାରିବାରୁ ସିସିଟିଭି କାମ କରୁନି। ଓକିଲଙ୍କ ବ୍ୟବହାରକୁ ନେଇ ସେ ଅସନ୍ତୋଷବ୍ୟକ୍ତ କରିଥିଲେ। ବାରମ୍ବାର ଚାମ୍ବରରୁ ବାହାରି ଯିବାକୁ କହିଥିଲେ। ଯଦି କେହି ଥାନାରେ ଅଭଦ୍ରୋଚିତ ବ୍ୟବହାର କରେ ତେବେ ସେଠାରେ ମଧ୍ୟ ଚଡି ଖୋଲି ବାଡ଼ାଯାଇପାରିବ ବୋଲି କହିଥିଲେ। ତେଣୁ ତାଙ୍କ ନଁାରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?