ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା

ଭବାନୀପାଟଣା,୨ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସାଡିଙ୍ଗତରା ଗ୍ରାମରୁ ଗତ ୨୫ ତାରିଖରେ ୨୫ କୁଇଣ୍ଟାଲ ଆମ୍ରପାଲି ଆମ୍ବ ଦୁବାଇକୁ ରପ୍ତାନି ହୋଇଥିଲା। ସାଡିଙ୍ଗତରା ଗ୍ରାମର ମହିଳା ଆମ୍ବ ଚାଷୀ ଶ୍ରଦ୍ଧାଞ୍ଜଳି ମାଝିଙ୍କଠାରୁ ଏହି ଆମ୍ବକୁ ଫାପ୍‌ ଗ୍ରୁପ ଓ ଇସାନ ଟ୍ରେଡର କ୍ରୟ କରି ଦୁବାଇକୁ ରପ୍ତାନି କରିଥିଲା। ଏହାପରେ ସୋମବାର ଜିଲାର ଏମ୍‌ ରାମପୁର ବ୍ଲକର ଚାଷୀଙ୍କଠାରୁ ୭ କୁଇଣ୍ଟାଲ ଭେଣ୍ଡି, ପୋଟଳ ଦୁବାଇକୁ ରପ୍ତାନି ହୋଇଛି। ଏହାକୁ ନେଇ ଜିଲାର ପରିବା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଏମ୍‌ ରାମପୁର ବ୍ଲକର ଚାଷୀଙ୍କଠାରୁ ନାବାର୍ଡ ଦ୍ୱାରା ଗଠିତ ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ ସାଢେ ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ କୁଇଣ୍ଟାଲ ପୋଟଳ ସଂଗ୍ରହ କରି ଦୁବାଇକୁ ରପ୍ତାନି କରିଛି। ଭୁବନେଶ୍ୱର ବିମାନବନ୍ଦର ଏୟାର କାର୍‌ଗୋ ମାଧ୍ୟମରେ ଦୁବାଇକୁ ଏହିସବୁ ପନିପରିବା ରପ୍ତାନୀ କରାଯାଇଛି। ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ପାଲାଡିୟମ୍‌ ଏଜେନ୍ସି ସହାୟତାରେ ଏହି ପନିପରିବା ଦୁବାଇ ପଠାଯାଇଛି। ଆଗାମୀ ଦିନରେ ଏଭଳି ପନିପରିବା ଓ ଫଳମୂଳର ବିଦେଶରେ ଚାହିଦା ଅଧିକ ଥିବାରୁ ଉପତ୍ାଦକ କମ୍ପାନୀ ମାଧ୍ୟମରେ ରପ୍ତାନିର ସୁଯୋଗ ସୃଷ୍ଟି ହୋଇପାରିବ।

ଏଥିପାଇଁ ଚାଷୀମାନଙ୍କୁ ଉନ୍ନତ ମାନର ପନିପରିବା ଓ ଫଳମୂଳ ଉପତ୍ାଦନ କରିବାରେ ପ୍ରଶିକ୍ଷଣ ଦେବା ଲାଗି ଉପତ୍ାଦକ କମ୍ପାନି ଲକ୍ଷ୍ୟ ରଖିଛି। ଏ ନେଇ ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କିଶୋର ମହାଲିଙ୍ଗ କହନ୍ତି, ଦୁବାଇରେ କଳାହାଣ୍ଡିର ଫଳମୂଳ, ପନିପରିବାର ଚାହିଦା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବ ପରେ ଏବେ ଭେଣ୍ଡି, ପୋଟଳ ପଠାଯାଇଥିବାରୁ ବିଦେଶ ରପ୍ତାନି ପାଇଁ ବାଟ ଖୋଲିଛି। ଏହାଦ୍ୱାରା ଚାଷୀମାନେ ଉତ୍ସାହିତ ହେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri