ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି। ଦୀର୍ଘ ୧୮ ବର୍ଷ ପୂର୍ବେ ଓଭରହେଡ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ପଡାଗୁଡିକୁ ପାଇପ ବିଛାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟପୁର ଓ ଧୁମାଭଟା ଗ୍ରାମକୁ ଜଳ ଯୋଗାଣ ହୋଇ ନ ଥିବା ଅଭିଯୋଗ ହେଉଛି। ପାନୀୟ ଜଳ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଓଭରହେଡ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଇବାକୁ ମଧ୍ୟପୁର ସରପଞ୍ଚ ପ୍ରମିଳା ଭୋଇ ଓ ପର୍ବତନ ସମିତି ସଭ୍ୟା ବନିତା ନାଏକ, ବନମାଲି ନାଏକ, ଅଚ୍ୟୁତ ଖମାରୀ, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁଶଲିଆ, ସତ୍ୟ ବନ୍‌ଛୋର, କୋଶଳ ରାଜ୍ୟ ସମନ୍ବୟ ସମିତିର ରବି ମିଶ୍ର, ମନୋରଞ୍ଜନ ସାହୁ ପ୍ରମୁଖଙ୍କ ସହିତ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ିଧକ୍କାରେ ଜଣେ ମୃତ

ବଡ଼ବିଲ,୨।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାସ୍ଥିତ ୧୦ନଂ. ରାଜ୍ୟ ରାଜପଥର ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଅପରାହ୍ନରେ ଏକ ଅଜଣା ଗାଡ଼ି...

ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ରେ ପହଞ୍ଚିଲା

ରାଜନଗର, ୧୪ା୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି...

ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ...

ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ...

ପୂର୍ବ ନାମାଙ୍କନ ବଳବତ୍ତର

ଛତ୍ରପୁର,୨୪।୩(ଡି.ଏନ.ଏ.): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨ ତାରିଖରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଗତ ୧୨ ତାରିଖରେ ଛତ୍ରପୁର...

ବାଲିଯାତ୍ରା ପଥୋତ୍ସବରେ ନବୀନ ବନ୍ଦନା

କଟକ ଅଫିସ,୧୭ା୧୧:ପୁରୀରେ ହବିଷିଆଳିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଦନା ଗାନ କରାଯାଇଥିଲା। ସେତେବେଳେ ଏହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଏହି...

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ...

ସ୍କୁଲ ରାସ୍ତା ନିର୍ମାଣ ନାଁରେ ୮ ଲକ୍ଷ ଚଳୁ

ରାଜନଗର, ୯ା୯(ଭାସ୍କର ରାଉତରାୟ): ଦୁଇବର୍ଷ ଭିତରେ ରାସ୍ତାକୁ ଫେବର ବ୍ଲକ ଓ ଢଳେଇ କରିବା ଦୂରର କଥା, ରାସ୍ତାରେ ମାଟି ମୁଠେ ପଡ଼ିନି। ଯେଉଁଥିପାଇଁ ଛାତ୍ରୀଛାତ୍ରୀମାନେ...

Advertisement
Archives

Model This Week