ଅନ୍‌ଲାଇନ ସାମଗ୍ରୀ ଆତ୍ମସାତ୍‌ କରି ବନ୍ଧାହେଲେ ଡେଲିଭରି ବୟ

ଆଳି,୧୬ା୧୨ (ଡି.ଏନ.ଏ.): ଅନ୍‌ଲାଇନରେ ସାମଗ୍ରୀ ମଗାଇ ତାହାକୁ ଆତ୍ମସାତ କରିବା ଘଟଣାରେ ଆଳି ଥାନା ପୋଲିସ ଜଣେ ଡେଲିଭରି ବୟକୁ ଗିରଫ କରିିଛି। ପୋଲିସ ସୂଚନା ମୁତାବକ, ଆଳି ରାଜବାଟୀ ରୋଡ଼ରେ ଥିବା ଇ-କମ ଏକ୍ସପ୍ରେସ ନାମକ ଏକ ସଂସ୍ଥାର ଶାଖା କାର୍ଯ୍ୟାଳୟ ସୁପରଭାଇଜର ପ୍ରିୟବ୍ରତ ବିଶ୍ୱାଳ ଆଳି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସଂସ୍ଥାରେ ସିଙ୍ଗିରି ଗଁାର ଦୀପକ ମଲ୍ଲିକ ଡେଲିଭରି ବୟ ଭାବେ କାର୍ଯ୍ୟ କରିଥାନ୍ତି। ଦୀପକ କୋଡ଼ ନଂ. (ଡିପି ୭୦୯୮୭) ଚଞ୍ଚକତା କରି କୋରିୟର ଆସୁଥିବା ମୋବାଇଲ, ବ୍ଲୁ ଟୁଥ୍‌ ଆଦିକୁ ସେ ଆତ୍ମସାତ କରିଛନ୍ତି। କିଛିଦିନ ହେବ ସେ ନିଜ ନାମକୁ ଅଶୋକ ମଲ୍ଲିକ ଦର୍ଶାଇ ଓ ଠିକଣା ବଦଳାଇ ଇ-କମ ଏକ୍ସପ୍ରେସରୁ ବିଭିନ୍ନ ସାମଗ୍ରୀ ମଗାଉଥିଲେ। ଏହି ପ୍ୟାକେଟ ପହଞ୍ଚତ୍ବା ପରେ ସେଥିରୁ ଅସଲି ସାମଗ୍ରୀ କାଢି ଅଦରକାରୀ ସାମଗ୍ରୀ ଭର୍ତ୍ତି କରି ଭୁଲ ଠିକଣା ଦର୍ଶାଇ ରିଟର୍ଣ୍ଣ ମାଗୁଥିଲେ। ବାରମ୍ବାର କମ୍ପାନୀକୁ ଭୁଆଁ ବୁଲାଉଥିବା ଦୀପକ ୧୦ଦିନ ତଳେ ‘ପୋକୋ ଏକ୍ସ୪ ପ୍ରୋ’ ମୋବାଇଲ ଅର୍ଡର କରିଥିବା ବେଳେ ମୋବାଇଲ ଆସି ପହଞ୍ଚତ୍ବା ପରେ ଏହାର ସିଲ ଖୋଲି ସେଥିରେ ଲୁହା ରଡ଼ ପୂରାଇ ଅର୍ଡର କରିଥିବା ବ୍ୟକ୍ତି ଉପସ୍ଥିତ ନ ଥିବା ଦର୍ଶାଇ କମ୍ପାନୀକୁ ଏହି ପ୍ୟାକେଟ ରିଟର୍ଣ୍ଣ କରିଥିଲେ। ତେବେ କମ୍ପାନୀର ହାଇଦ୍ରାବାଦ ମୁଖ୍ୟ କାର୍ଯ୍ୟାଳୟରେ ଏହି ପ୍ୟାକେଟ ପହଞ୍ଚତ୍ବା ପରେ ଏହି ପ୍ୟାକେଟ ସ୍କାନିଂ ସମୟରେ ଏଥିରେ ଲୁହା ରଡ଼ ପଶିଥିବା ଜାଣିବାକୁ ପାଇଥିଲେ ଇ-କମ ଏକ୍ସପର୍ଟ କମ୍ପାନୀର କର୍ମଚାରୀ ଏହି ଆଧାରରେ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଆଳି ଇ-କମ ଏକ୍ସପର୍ଟ ମ୍ୟାନେଜର ପ୍ରିୟବ୍ରତ ବିଶ୍ୱାଳ ବୁଧବାର ସାରେ ଦୀପକଙ୍କ ନଁାରେ ଲିଖିତ ଏତଲା ଦେଇଥିଲେ। ପରେ ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଦୀପକ ହିଁ ନାମ ବଦଳାଇ ଦୀର୍ଘଦିନ ଧରି କମ୍ପାନୀକୁ ଭୂଆଁ ବୁଲାଇ ଆସୁଥିବା ଜାଣିବାକୁ ପାଇଥିଲେ। ଏହି ଅଭିଯୋଗକ୍ରମେ ଆଳି ପୋଲିସ ନଂ. ୫୦୧/୨୨ରେ ମାମଲା ରୁଜୁ କରି ଦୀପକକୁ ଗିରଫ କରିଛି। ଦୀପକ ନିକଟରୁ ମୋବାଇଲ ଓ ୩ ଟି ବ୍ଲୁ ଟୁଥ ଜବତ କରାଯାଇଥିବା ଆଇଆଇସି ଦିଲୀପ ସାହୁ ସୂଚନା ଦେଇଛନ୍ତ। ଅପରପକ୍ଷରେ ଦୀପକ କମ୍ପାନୀର ଅନ୍ୟ କର୍ମଚାରୀ ମଧ୍ୟ ଏଭଳି ଘଟଣା ଘଟାଉଥିବା ନେଇ ସେ ମୁହଁ ଖୋଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri