ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

କୋରାପୁଟ,୧୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲୀ କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦ କୁକିଜ୍‌ (ବିସ୍କୁଟ) ଓ ନମ୍‌କିନ୍‌ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡ.ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ଧରି କୋରାପୁଟ ମାଳଭୂମିର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ କନ୍ଦାକୁ ନେଇ ଗବେଷଣା କରୁଥିଲେ। ଆଦିବାସୀମାନେ ପ୍ରାୟ ୮ ପ୍ରକାର ଜଙ୍ଗଲୀ କନ୍ଦା ଯଥା କଷା କନ୍ଦା, ପିଟ୍‌ କନ୍ଦା, ଶିକା କନ୍ଦା, କୁଳିଆ କନ୍ଦା, ଚେରେଙ୍ଗା କନ୍ଦା, ସୋରନ୍ଦା କନ୍ଦା, ତାରଗାଈ କନ୍ଦା ଏବଂ ପିତାକନ୍ଦାକୁ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରୁଛନ୍ତି ବୋଲି ଡ. ପଣ୍ଡା କହିଛନ୍ତି। ଏଥିରୁ ଦୁଇଟି କନ୍ଦା କଷା କନ୍ଦା ଓ ସୋରନ୍ଦା କନ୍ଦାରୁ ସୁସ୍ବାଦ କୁକିଜ୍‌ ବିସ୍କୁଟ ଓ ନମ୍‌କିନ୍‌ ପ୍ରସ୍ତୁତ ହୋଇପାରିବ। ଏହା ଅଧିକ ପୋଷାକଯୁକ୍ତ ଓ ପୁଷ୍ଟିକର ବୋଲି ସେ ଦର୍ଶାଇଛନ୍ତି। ଏଥିରେ ଅଧିକ ପରିମାଣରେ ପ୍ରୋଟିନ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଛି। ଏ ସମ୍ପର୍କରେ ଫୁଡ୍‌ ଆଣ୍ଡ ହୁମାନିଟି ଜର୍ନାଲରେ ପ୍ରକାଶିତ ତାଙ୍କ ରିସର୍ଚ୍ଚ ସ୍କଲାର ଡ. ବନ୍ଦନା ପଧାନ, ମୋନାଲି ନନ୍ଦ, ଅନ୍ତର୍ଯାମୀ ସାହୁ ଓ ଡ.ଜୟନ୍ତ ନାୟକଙ୍କ ସହ ମିଶି ପ୍ରକାଶ କରିଛନ୍ତି। ଏହାର ଅଧିକ ପ୍ରଚାରପ୍ରସାର ଓ ବ୍ୟବହାର ଉପରେ ଧ୍ୟାନଦେବାକୁ ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। କୋରାପୁଟର କଫି,କଳାଜିରା ଧାନ, ମାଣ୍ଡିଆ ଭଳି ଏହି ଜଙ୍ଗଲୀ କନ୍ଦାର କୁକିଜ୍‌ ବିସ୍କୁଟ ଓ ନମ୍‌କିନ ପ୍ରଚାରପ୍ରସାର ହୋଇପାରିଲେ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ପାଇଁ ଇଡି ହାଜତକୁ ଗଲେ ପଞ୍ଜାବ ମନ୍ତ୍ରୀ ଆରୋରା

ଗୁରୁଗ୍ରାମ,୧୧ା୫(ପି.ଟି.): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗୁରୁଗ୍ରାମର ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ୭ ଦିନ…

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri