Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବାପରେ ଆଦର୍ଶ ଭୁଲିଯାଇଛନ୍ତି କେଜ୍‌ରିଓ୍ବାଲ: ଆନ୍ନା ହଜାରେ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏସବୁ ଭିତରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ମଦ୍ୟପାନ ସହ ଜଡିତ ସମସ୍ୟା ଏବଂ ଏହାର ପରାମର୍ଶ ଦେଇଛନ୍ତି।
ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି- ‘ସ୍ବରାଜ’ ନାମକ ପୁସ୍ତକରେ ଆପଣ(କେଜ୍‌ରିୱାଲ) କେତେ ଆଦର୍ଶ ଜିନିଷ ଲେଖିଥିଲେ। ସେତେବେଳେ ଆପଣଙ୍କଠାରୁ ବହୁତ ଆଶା ଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ଭୁଲିଯାଇଥିବା ପରି ମନେହୁଏ। ଦିଲ୍ଲୀ ରାଜ୍ୟରେ ଆପଣଙ୍କ ସରକାର ଏକ ନୂତନ ମଦ ଅବକାରୀ ପ୍ରସ୍ତୁତ କରିଛନ୍ତି। ଏଥିରେ ମଦ୍ୟପାନ ଏବଂ ମଦ ବିକ୍ରୟକୁ ଉତ୍ସାହିତ କରାଯାଇଛି। ଏହି ଜିନିଷ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ। ଯେପରି ମଦ୍ୟପାନର ଏକ ନିଶା, ସେହିଭଳି ଶକ୍ତିର ନିଶା ମଧ୍ୟ ଅଛି। ଆପଣ ହିପରି ଶକ୍ତିର ନିଶାରେ ବୁଡି ରହିଛନ୍ତି।

ସୂଚନାଯୋଗ୍ୟ,ଦିଲ୍ଲୀରେ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଳରେ ସିବିଆଇ ମାମଲା କରିବା ସହ ସିସୋଡିଆ ଓ ଅନ୍ୟ କିଛି ଅଧିକାରୀଙ୍କ ଘରେ ରେଡ କରିଥିଲା। ସିବିଆଇ ପରେ ଏବେ ଇଡି ମଧ୍ୟ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ ଭାଜପା ଓ ଏଏପି ମଧ୍ୟରେ ବାକଯୁଦ୍ଧ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri