Posted inଜାତୀୟ

ଇସ୍ତଫା ଦେଲେ ୟୁପି ସରକାରଙ୍କ ପଞ୍ଚାୟତ ରାଜମନ୍ତ୍ରୀ

ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ସରକାରରେ ଥିବା ପଞ୍ଚାୟତ ରାଜମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏନେଇ ଭୂପେନ୍ଦ୍ର ନିଜ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଭାଜପାର ପ୍ରଦେଶ ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇବା ପାଇଁ ମଙ୍ଗଳବାର କ୍ୟାବିନେଟ ପଦରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ କାର୍ଯ୍ୟକାଳରେ ରାଜ୍ୟ ମନ୍ତ୍ରୀ ତଥା କ୍ୟାବିନେଟ ମନ୍ତ୍ରୀର ଦାୟିତ୍ୱ ହେଉ କିମ୍ବା ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଭାଜପା ‘ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ’ ନୀତିରେ କାର୍ଯ୍ୟ କରେ ଏବଂ ଏହି କାରଣରୁ ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସମ୍ମୁଖରେ ଆଗକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ଭୁପେନ୍ଦ୍ର କହିଛନ୍ତି। ସୂଚନା ମୁତାବକ, ନିକଟରେ ଭୁପେନ୍ଦ୍ର ଚୌଧୁରୀ ଭାଜପାର ୟୁପି ୟୁନିଟର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ରାଜଧାନୀ ଲକ୍ଷ୍ନୌ ସ୍ଥିତ ସୋମବାର ଭାଜପା କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ

ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ...

‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌...

ଆଇସିୟୁରେ ରାମ ବିଳାସ ପାସଓ୍ବାନ: ଆସନ ଭାଗଭଣ୍ଟା ବୈଠକରେ ଯୋଗ ଦେବେନି ଚିରାଗ

ନୂଆଦିଲ୍ଲୀ, ୨୦।୯: କେନ୍ଦ୍ରୀୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ତେଣୁ ବିହାର...

ଚାଇନା ଡ୍ରାଗନକୁ ପରାସ୍ତ କରିବା ଲାଗି ଧନୁ ଉଠାଇଲେ ଭଗବାନ ରାମ: ଭାଇରାଲ ହେଉଛି ତାଇଓ୍ବାନ୍‌ ନ୍ୟୁଜ୍‌ର ଫଟୋ

ନୂଆଦିଲ୍ଲୀ,୧୮।୬: ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ଭାରତୀର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ...

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ...

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ...

ମୋଦି ପହଞ୍ଚିବା ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଦେଲେ ସମାଜବାଦୀ ପାର୍ଟି କର୍ମୀ!

ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକ୍ଷ୍ନୌରୁ ଗାଜିପୁର ଯାଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା...

ଖାରଜ ହେଲା ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ

ମୁମ୍ବାଇ,୨୧।୧୨: ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ...

Advertisement
Archives

Model This Week