Posted inଖେଳ

ତ୍ରିପୁରାକୁ ୫୪-୦ରେ ହରାଇଲା ଦିଲ୍ଲୀ

ଭୁବନେଶ୍ୱର, ୨୨ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ପୁରୁଷ ସବ୍‌ ଜୁନିୟର ଚାମ୍ପିୟନଶିପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚରେ ହକି ପଞ୍ଜାବ, ଦିଲ୍ଲୀ ହକି ଓ ହକି ଚଣ୍ଡିଗଡ଼ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଦିନର ପ୍ରଥମ ମ୍ୟାଚ ପୁଲ୍‌ ‘ଇ’ରେ ପଞ୍ଜାବ ୮-୧ ଗୋଲ୍‌ରେ ଆସାମ ହକିକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ୫୪-୦ ଗୋଲ୍‌ରେ ତ୍ରିପୁରାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଫ୍ରିଦୀ ୧୪, ଅନୀଲ କୁମାର ୧୦, ଇବ୍ରାହିମ ହାରୁନ୍‌ ୯, ଯୁବରାଜ ସିଂ ଓ ଅଙ୍କିତ କୁମାର ୪ଟି ଲେଖାଏଁ ଗୋଲ ଦେଇଥିବା ବେଳେ ମହମ୍ମଦ ଆମିର ଚୌଧାରୀ ଓ ମୟଙ୍କ ଡିଙ୍ଗ୍ରା ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଏହାଛଡ଼ା ଏକଲବ୍ୟ, ନମନ ଶର୍ମା ଓ ଅଧିନାୟକ ହର୍ଷ ଫାଲସ୍ବାଲ ଦୁଇଟି ଲେଖାଏଁ ଏବଂ ଆର୍ୟନ ଗୋଟିଏ ଗୋଲ ଦେଇଥିଲେ। ରବିବାର ଖେଳାଯାଇଥିବା ତୃତୀୟ ମ୍ୟାଚରେ ଚଣ୍ଡିଗଡ଼ ୨୮-୧ ଗୋଲ୍‌ରେ ହକି ଗୁଜରାଟକୁ ପରାସ୍ତ କରିଛି। ଦଳ ପକ୍ଷରୁ ଗୁରପ୍ରୀତ ସିଂ ୬ଟି ଗୋଲ ସ୍କୋର କରିଥିବା ବେଳେ କୋମଲପ୍ରୀତ ସିଂ, ସୁଖମନପ୍ରୀତ ସିଂ ଓ ଗୁରଜିତ ସିଂ ତିନୋଟି ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିପରି ଅଧିନାୟକ ଦମନଦୀପ ସିଂ, ପ୍ରଭଜୋତ ସିଂ ସଇନି, ମିସ୍‌ବା ଖାଁ ଓ ଫତେ ସିଂ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ପଙ୍କଜ ଶର୍ମା, ସୁଖପ୍ରୀତ ସିଂ, ପ୍ରିନ୍ସ ସିଂ, ମନିନ୍ଦର ପାଲ ସିଂ ଓ ସନି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହକି ଗୁଜରାଟ ତରଫରୁ ଏକମାତ୍ର ଗୋଲ୍‌ ନିକୁଞ୍ଜ ସାଲ୍‌ଭୀ ସ୍କୋର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଖୁବ୍‌ ପ୍ରଶଂସା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ମୋଦିଙ୍କୁ ନେଇ କହିଲେ ବଡ଼ କଥା

ଜେରୁଜେଲମ/ନୂଆଦିଲ୍ଲୀ,୪।୮: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ରାଜନୈତିକ ଗତିଶୀଳତା ପରିବର୍ତ୍ତନ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ସହିତ ତାଙ୍କ ଦେଶର ସମ୍ପର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri