Posted inଜାତୀୟ

ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର

ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମିଶନଙ୍କ ନିର୍ଦ୍ଦେଶ ପରେ ନୋଏଡା, ସେଣ୍ଟ୍ରାଲ ନୋଏଡା ଓ ଗ୍ରେଟର ନୋଏଡା ୩ ପୋଲିସ ଜୋନରେ ସୁରକ୍ଷା ବଢାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଭିଡ ସ୍ଥାନ, ବଜାର, ଶପିଂ ମଲ ନିକଟ, ମେଟ୍ରୋ ଷ୍ଟେଶନ ଓ ମିଶ୍ରିତ ଜନସଂଖ୍ୟା ଅଞ୍ଚଳରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ବରିଷ୍ଠ ଅଧିକାରୀ ସୁରକ୍ଷା ଉପରେ ନଜର ରଖିଛନ୍ତି । ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗିରପୁରରେ ହନୁମାନ ଜୟନ୍ତି ଶୋଭାଯାତ୍ରାରେ ପଥରମାଡ ହୋଇଥିଲା । ଏଠାରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଯାଇଥିଲା । ପଥରମାଡ ସହ ମାରଣାସ୍ତ୍ରରେ ଆକ୍ରମଣ ବି ହୋଇଥିଲା । ଶେଭାଯାତ୍ରା ଜାହାଙ୍ଗିରପୁରର କୁଶଳ ସିନେମାହଲ ନିକଟରେ ଯାଉଥିବା ବେଳେ ସନ୍ଧ୍ୟା ୫ଟାରୁ ୫ଟା ୩୦ ମଧ୍ୟରେ ଏହି ହିଂସା ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ

ଚେନ୍ନାଇ, ୨୦।୨: ତାମିଲନାଡୁର ତିରୁପୁର ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କେରଳ ରାଜ୍ୟ ପରିବହନ ବସ୍‌ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା...

ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ମାଗିଲେ ସୁରକ୍ଷା, କୋର୍ଟ ନିର୍ଦ୍ଦେଶ ଦେଲେ ଏମିତି

ଚଣ୍ଡିଗଡ,୧୫।୯: ପଞ୍ଜାବରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି। ସ୍ବାମୀ ଏବଂ...

ନିଯୁକ୍ତି ସଙ୍କୁଚିତ, ଆଶାୟୀ ହତାଶ

ନୂଆଦିଲ୍ଲୀ,୧୫।୪: ୨୦୨୨ ମାର୍ଚ୍ଚରେ ଭାରତର ଶ୍ରମଶକ୍ତି ୩.୮ ନିୟୁତ ହ୍ରାସ ପାଇଛି। ୨୦୨୧ ଜୁଲାଇ ପରଠୁ ଏହା ହେଉଛି ୮ ମାସ ମଧ୍ୟରେ ସର୍ବନିମ୍ନ। ନିଯୁକ୍ତି...

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ...

ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରାଜନୀତିଠାରୁ ସବୁବେଳେ ନିଜକୁ ଦୂରେଇ ରଖିଥାଏ ଭାରତୀୟ ସେନା। ହେଲେ ଏବେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଏମିତି ଏକ କଥା କହିଛନ୍ତି...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ...

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ...

ରାଜଧାନୀରେ ୭ ମାସର ରେକର୍ଡ ଭାଙ୍ଗିଲା ପଜିଟିଭ ମାମଲା

ନୂଆଦିଲ୍ଲୀ,୩॥୧: ଦିଲ୍ଲୀରେ ଚିନ୍ତା ବଢାଇଛି କରୋନା। ଦୀର୍ଘ ୭ ମାସ ପରେ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୪...

Advertisement
Archives

Model This Week