Posted inଜାତୀୟ

ନାବାଳିକା ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି

ନୂଆଦିଲ୍ଲୀ,୬।୧୧: ଜଣେ ୧୭ ବର୍ଷୀୟା ନାବାଳିକା ବଳାତ୍କାର ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆଇନଗତ ଗର୍ଭପାତ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା। ଆବେଦନରେ ପୀଡ଼ିତା ଦର୍ଶାଇଥିଲେ ଯେ, ସେ ଜଣେ ନାବାଳିକା। ଛୋଟ ବୟସରେ ପ୍ରସବ ଜନିତ ଯନ୍ତ୍ରଣା ଏବଂ ଛୁଆର ଯତ୍ନ ନେଇପାରିବେ ନାହିଁ।

ଗତ ୨୮ ତାରିଖରେ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ଏମ୍ସକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଉକ୍ତ କମିଟି ଯାଞ୍ଚ ପରେ ମେଡିକାର ରିପୋର୍ଟରେ ଦର୍ଶାଇଛି ଯେ, ବର୍ତ୍ତମାନ ଗର୍ଭପାତ କରାଗଲେ ପୀଡ଼ିତାଙ୍କ କୌଣସି ଅସୁବିଧା ହେବ ନାହିଁ।

”ମେଡିକାଲ ବୋର୍ଡର ରିପୋର୍ଟକୁ ଆଧାର କରି ତୁରନ୍ତ ପୀଡ଼ିତାଙ୍କ ଗର୍ଭପାତ କରାଯାଉ। ଗର୍ଭପାତର ଡିଏନ୍‌ଏ ନମୁନା ସଂରକ୍ଷିତ ରଖାଯାଇ ଫରେନ୍ସିକ ଲ୍ୟାବରେ ପରୀକ୍ଷା କରାଯିବ“ ବୋଲି ଜଷ୍ଟିସ ମୁକ୍ତା ଗୁପ୍ତା ଗତ ୨୯ ତାରିଖରେ କହିଥିଲେ।

ଘଟଣା ଅନୁଯାୟୀ, ମେ ୨୩ ତାରିଖରେ କାହାକୁ କିଛି ନ କହି ପୀଡ଼ିତା ଘରୁ ଚାଲି ଯାଇଥିଲେ। ତାଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଅବସ୍ଥାରେ ମିଳିଥିଲା। ସେ ୩ ଦିନ ପରେ ଘରକୁ ଫେରି ଆସିଥିଲେ। ପ୍ରଥମେ ବଳାତ୍କାର ସମ୍ପର୍କରେ କାହାକୁ କିଛି ଜଣାଇ ନ ଥିଲେ। କିନ୍ତୁ ପୀଡ଼ିତା ଗର୍ଭବତୀ ଜଣାପଡ଼ିବା ପରେ ଗର୍ଭପାତ ପାଇଁ କୋର୍ଟରେ ଆବେଦନ କରିଥିଲେ ପୀଡ଼ିତାଙ୍କ ମା। ପରେ ମାଜିଷ୍ଟ୍ରେଟଙ୍କ ଆଗରେ ଯୌନ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିବା ପୀଡ଼ିତା ବୟାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟ ସରକାରର ସିଏମ୍‌ପି:କୃଷି ଋଣଛାଡ଼କୁ ଗୁରୁତ୍ୱ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ...

୪୬୮ ଟ୍ରେନ୍‌ରେ ଫେରିଲେଣି ୫ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୨ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ...

କଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ: ଜୁଲାଇରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ,୨୫।୪: କଶ୍ମୀରରୁ ଧାରା ୩୭୦କୁ ହଟିବା ଏବଂ ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।...

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର...

ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ...

ଦୋକାନରୁ ଚୋରି ପରେ ଡାନ୍ସ କଲେ ଯୁବକ: ଭିଡିଓ ଭାଇରାଲ

ଭୋପାଳ,୫।୧: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଚୋରିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ନଗଦ ଟଙ୍କା...

ବଢୁଛି ଜୋଷୀମଠ ସଙ୍କଟ: ବିପଦରେ ଜେପି କଲୋନୀ

ଜୋଷୀମଠ,୧୭।୧: ଉତ୍ତରାଖଣ୍ଡର ଜୋଷୀମଠରେ ଗୋଟିଏ ପରେ ଗୋଟିଏ ସଙ୍କଟ ବୃଦ୍ଧି ପାଉଛି। ଘର, ଦୁଇଟି ହୋଟେଲ ପରେ, ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ କଲୋନୀ ଦବିବାକୁ ଲାଗିଛି।...

Advertisement
Archives

Model This Week