Posted inଖେଳ

ଦିଲ୍ଲୀ ହାଫ୍‌ ମାରାଥନ: କୋସ୍‌ଗେଇ, ୟେଶାନେ ଭାଗନେବେ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନରେ ବିଶ୍ୱରେକର୍ଡ କରିଥିବା ବ୍ରିଗିଡ୍‌ କୋସ୍‌ଗେଇ ଏବଂ ଆବାବେଲ୍‌ ୟେଶାନେ ଅଂଶଗ୍ରହଣ କରିବେ। ଶନିବାର ଆୟୋଜକଙ୍କ ତରଫରୁ ଏ ବିଷୟରେ ସୂଚନା ଦିଆଯାଇଛି। ଏହି ଇଭେଣ୍ଟ ଓ୍ବାଲର୍‌ଡ ଆଥଲେଟିକ୍ସ ଗୋଲ୍ଡ ଲେବଲ ରେସ୍‌ କାଉଣ୍ଟ ଡାଉନ୍‌ର ଏକ ଅଂଶବିଶେଷ। ୨୦୧୯ରେ ଅନୁଷ୍ଠିତ ସିକାଗୋ ମାରାଥନରେ କେନିୟାର କୋସଗେଇ ୨:୧୪:୦୪ ଟାଇମିଂରେ ଦୀର୍ଘ ଦିନର ବିଶ୍ୱ ମହିଳା ମାରାଥନ ରେକର୍ଡ ଭଙ୍ଗ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଫେବୃୟାରୀରେ ଅନୁଷ୍ଠିତ ରାସ୍‌ ଅଲ୍‌ ଖାଇମା ହାଫ୍‌ ମାରାଥନର ଫାଇନାଲ ପର୍ଯ୍ୟାୟରେ ଉପରୋକ୍ତ ଦୁଇ ଧାବିକାଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା। ଇଥିଓପିଆର ୟେଶାନେ ୬୪:୩୧ରେ ବିଶ୍ୱରେକର୍ଡ କରିଥିବାବେଳେ କୋସଗେଇ ୬୪: ୪୯ରେ ଦ୍ୱିତୀୟ ହୋଇଥିଲେ। ଗତ ମାସରେ ୨୬ ବର୍ଷୀୟ କୋସଗେଇ୨:୧୮:୫୮ ଟାଇମିଂରେ ଲଣ୍ଡନ ମାରାଥନ ଜିତିଥିଲେ। ଅନ୍ୟପକ୍ଷରେ ପୋଲାଣ୍ଡରେ ଅନୁଷ୍ଠିତ ଓ୍ବାଲର୍‌ଡ ଆଥଲେଟିକ୍ସ ହାଫ୍‌ ମାରାଥନ ଚାମ୍ପିୟନଶିପ୍‌ରେ ରେସ୍‌ ଶେଷ ହେବାକୁ ଆଉ ମାତ୍ର ୩ କିଲୋମିଟର ବାକି ରହିଥିବାବେଳେ ୨୯ ବର୍ଷୀୟା ୟେଶାନେ ଦୁର୍ଭାଗ୍ୟଜନକ ଭାବେ ତଳେ ପଡ଼ିଯାଇଥିଲେ। ଯଦିଓ ସେ ପଦକ ଦୌଡ଼ରୁ ବାଦ୍‌ ପଡ଼ିଯାଇଥିଲେ ଶୀଘ୍ର ଦୌଡ଼ରେ ଯୋଗ ଦେଇ ୫ମ ସ୍ଥାନ ଅଧିକାର କରିଥିଲେ। ଏଲିଟ୍‌ ଦୌଡ଼ାଳିମାନେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ରେସ୍‌ ଆରମ୍ଭ କରିବେ। ବିଶ୍ୱବ୍ୟାପୀ ଆମେଚର ଦୌଡ଼ାଳିମାନେ ନୂଆ ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ମୋବାଇଲ୍‌ ଆପ୍‌ ଜରିଆରେ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁଥିବା ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଆଥଲେଟମାନେ ଅଂଶଗ୍ରହଣ କରୁଥିବାରୁ ଆମ ପାଇଁ ଗର୍ବର ବିଷୟ। ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା ଇଭେଣ୍ଟର ବ୍ରାଣ୍ଡ ଆମ୍ବାସଡାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri