Posted inଜାତୀୟ

ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦିଲ୍ଲୀ ପୋଲିସ କେବଳ କିଛି ବାଣ ତିଆରି ସାମଗ୍ରୀ ଜବତ କରିଥିବାବେଳେ ବାଣ ନିଷେଧାଦେଶ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି। ପୋଲିସର କାର୍ଯ୍ୟ କେବଳ ଲୋକଦେଖାଣିଆ ବୋଲି ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି।

ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରଦୂଷଣମୁକ୍ତ ପରିବେଶରେ ବସବାସ କରିବା ନାଗରିକଙ୍କ ମୌଳିକ ଅଧିକାର। କୌଣସି ଧର୍ମ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହ ସାଲିସ୍‌ କରେ ନାହଁି କିମ୍ବା ପ୍ରଦୂଷଣକୁ ବଢ଼ାଇବା ଭଳି କୌଣସି କାର୍ଯ୍ୟକୁ ପ୍ରୋତ୍ସାହିତ କରେ ନାହିଁ

ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ବାଣ ଉତ୍ପାଦନ ଏବଂ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିଷେଧାଦେଶ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଷ୍ଟେକ୍‌ହୋଲ୍ଡରମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ତୁରନ୍ତ ପ୍ରଦାନ କରିବା ନିମନ୍ତେ ଖଣ୍ଡପୀଠ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଣ ନିଷେଧାଦେଶର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ଏକ ସ୍ବତନ୍ତ୍ର ସେଲ୍‌ ଗଠନ ପାଇଁ କୁହାଯାଇଛି। ଏଥିସହ ନିଷେଧାଦେଶ କାର୍ଯ୍ୟକାରୀ କରିବା ପାଇଁ ପୋଲିସ କ’ଣ ପଦକ୍ଷେପ ନେଇଛି, ତାହା ବ୍ୟକ୍ତିଗତ ସତ୍ୟପାଠ ଜରିଆରେ ଜଣାଇବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଖଣ୍ଡପୀଠ କହିଛନ୍ତି।

ବାଣ ନିଷେଧାଦେଶ ଧୂଅଁାରେ ମିଳାଇଯିବାରୁ ୩ ବର୍ଷ ମଧ୍ୟରେ ଏଥର ଦୀପାବଳିରେ ଜାତୀୟ ରାଜଧାନୀ ସର୍ବାଧିକ ପ୍ରଦୂଷିତ ହୋଇଛି। ଅକ୍ଟୋବର ୧୪ରେ ସୁପ୍ରିମକୋର୍ଟ ବାଣ ଉପରେ ନିଷେଧାଦେଶ ଜାରି କରିଥିଲେ। ସେପର୍ଯ୍ୟନ୍ତ ଦିଲ୍ଲୀ ସରକାର ବାଣ ଉପରେ କଟକଣା କାହିଁକି ଲଗାଇ ନ ଥିଲେ ବୋଲି ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସବୁଦିନ ପାଇଁ ବାଣ ଉପରେ ନିଷେଧାଦେଶ ଲଗାଇବା ସମ୍ପର୍କରେ ନଭେମ୍ବର ୨୫ ପୂର୍ବରୁ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri