Posted inଜାତୀୟ

ବର୍ଷକରେ ଗଲାଣି ୪୪ ଜୀବନ

ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬ ଜିଲାକୁ ବ୍ୟାପିଲାଣି। ଏପ୍ରିଲ-ମେ’ରୁ ରେଆସି, ଡୋଡା, କସ୍ତଓ୍ବାର, କଠୁଆ, ଉଧାମପୁର ଏବଂ ଜମ୍ମୁରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟିଲାଣି, ଯାହା ସୁରକ୍ଷା ବଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜମ୍ମୁ-କଶ୍ମୀରର ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦର ପ୍ରସାର ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ଉଦ୍ୟମ ଚଳାଇଛନ୍ତି। ଏହାକୁ ପ୍ରତିହତ କରିବା ନିମନ୍ତେ ସେନା ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ପିଏପିଏଫ୍‌) ସହ ମିଶି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅଭିଯାନ ଚଳାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଆତଙ୍କବାଦୀ ଆକ୍ରମଣରେ ଡୋଡା, କଠୁଆ ଏବଂ ରେଆସି ଜିଲାରେ ଚଳିତବର୍ଷ ୯ ଜଣ ଲେଖାଏ ନିହତ ହୋଇଥିବାବେଳେ କିସ୍ତଓ୍ବାରରେ ୫, ଉଧାମପୁରରେ ୪, ଜମ୍ମୁ ଏବଂ ରାଜୌରୀରେ ୩ ଜଣ ଲେଖାଏ ଏବଂ ପୁଞ୍ଚ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଆତଙ୍କବାଦୀ ଏବଂ ୧୪ ସାଧାରଣ ଲୋକ ରହିଛନ୍ତି। ୭ ଜଣ ତୀର୍ଥଯାତ୍ରୀ ଏବଂ ୩ ଗ୍ରାମ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ କଠୁଆରେ ୭ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଡୋଡାରେ ୫, କିସ୍ତଓ୍ବାରରେ ୩, ପୁଞ୍ଚ୍‌ରେ ୨ ଏବଂ ଉଧାମପୁରରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ ଅଞ୍ଚଳର ଅଖନୁରରେ ତଲାସି ଅଭିଯାନ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଡୋଡାରେ ୪, କଠୁଆ, ଉଧାମପୁର ଏବଂ ରାଜୌରୀରେ ଏନ୍‌କାଉଣ୍ଟର ବେଳେ ୨ ଜଣ ଲେଖାଏ ନିହତ ହୋଇଥିଲେ।
ଜମ୍ମୁର ଅନ୍ୟ ଅଞ୍ଚଳଗୁଡ଼ିକ ଭଳି ରାଜୌରୀ-ପୁଞ୍ଚ୍‌ ବେଲ୍ଟରେ ୧୦ ବର୍ଷ ପୂର୍ବରୁ ଆତଙ୍କବାଦ ପ୍ରାୟତଃ ବନ୍ଦ ହୋଇଯାଇଥିବାବେଳେ ୨୦୨୧ ଅକ୍ଟୋବର ପରଠୁ ଆକ୍ରମଣ ବଢ଼ିଛି। ସେନା ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ ଘଟାଉଥିବାରୁ ୪୭ ଯବାନ, ୪୮ ଆତଙ୍କବାଦୀ ଏବଂ ୭ ସାଧାରଣ ଲୋକଙ୍କ ସମେତ ଶତାଧିକ ପ୍ରାଣ ହରାଇଲେଣି। ୨୦୨୧ରେ ରାଜୌରୀରେ ୧୯ ଜଣ ନିହତ ହୋଇଥିବାବେଳେ ୨୦୨୨ରେ ୧୪ ଏବଂ ୨୦୨୩ରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ପୁଞ୍ଚ୍‌ରେ ଆକ୍ରମଣ ଯୋଗୁ ୨୦୨୧ରେ ୧୫, ୨୦୨୨ରେ ୪ ଏବଂ ୨୦୨୩ରେ ୨୪ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଫଳରେ ଉକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବଳ ବଢ଼ାଇ ଦିଆଯିବା ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତ ଗ୍ରାମଗୁଡ଼ିକରେ ରାତ୍ର ପାଟ୍ରୋଲିଂକୁ ଜୋର୍‌ଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?