Posted inଜାତୀୟ

‘ଜୀବନରେ ପ୍ରଥମଥର ପାଇଁ ମୁଁ ଭାଜପାକୁ ଭୋଟ ଦେଇଛି’; ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ ମୁଖ୍ୟ ମୌଲାନା ରଶିଦି ଦେଲେ ଚମକାଇବା ଭଳି ବୟାନ…

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ବୁଧବାର ଶେଷ ହୋଇଛି। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ସାଜିଦ ରଶିଦି ଚମକାଇବା ଭଳି ବୟାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ପ୍ରଥମ ଥର ଲାଗି ଭାଜପାକୁ ଭୋଟ ଦେଇଥିବା କହିଛନ୍ତି।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ତାଙ୍କର ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ‘ବନ୍ଧୁମାନେ ମୁଁ ଭୋଟ ଦେଇ ଦେଇଛି। ଦିଲ୍ଲୀରେ କିଏ ସରକାର ଗଢ଼ିବ ତା ଲାଗି। ତେବେ କାହାକୁ ଦେଇଛି ଶୁଣିଲେ ଚକିତ ହୋଇଯିବେ। ମୁଁ ମୋର ଭୋଟ ଭାଜପାକୁ ଦେଇଛି। ଜୀବନରେ ପ୍ରଥମ ଥର ଲାଗି ଭାଜପାକୁ ଭୋଟ ଦେଇଛି। କାହିଁକି ଏଭଳି କରିଛି ତା ପଛରେ ବହୁତ କାରଣ ରହିଛି। ଏଯାବତ ମୁସଲମାନଙ୍କ ଉପରେ ଅଭିଯୋଗ ହୋଇ ଆସିଛି ଯେ ଭାଜପାକୁ ହରାଇବା ଲାଗି ସେମାନେ ଭୋଟ କରିଥାନ୍ତି। ହେଲେ ଏବେ ଦିଲ୍ଲୀରେ ଭାଜପା ଜିତୁ ବୋଲି ମୁଁ ଭୋଟ କରିଛି। ଏହାର ଆଉ କାରଣ ମଧ୍ୟ ରହିଛି।’

ତେବେ ସାଜିଦ ରଶିଦିଙ୍କର ଏଭଳି ଦାବି ପରେ ଅମିତ ମାଲବୀୟ ପୋଷ୍ଟ କରି କହିଛନ୍ତି, ଏବେ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ରଶିଦି କହିଛନ୍ତି ଯେ ଭାଜପାକୁ ସେ ନିର୍ବାଚନରେ ଭୋଟ ଦେଇଛନ୍ତି। ଏହା ଗୋଟିଏ ଘଟଣା ନୁହେଁ। ତଥାକଥିତ ଯଦି ମୁସଲମାନମାନେ ବହୁଳଭାବେ ଭାଜପାକୁ ସମର୍ଥନ କରୁଛନ୍ତି ସେନେଇ ଧର୍ମନିରପେକ୍ଷ ଦଳଗୁଡ଼ିକ’ ଚିନ୍ତା କରିବା ଆବଶ୍ୟକ।’

କହିରଖୁଛୁ, ବୁଧବାର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀରେ ଦିଲ୍ଲୀରେ ଭାଜପା ଆଗାମୀ ସରକାର ଗଠନ କରିବ ବୋଲି ଦର୍ଶାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?