କେନ୍ଦ୍ର ସରକାରଙ୍କୁ କେଜରିୱାଲଙ୍କ ଅନୁରୋଧ: ସବୁ ଭାରତୀୟଙ୍କୁ ମିଳୁ ମାଗଣା ଟିକା

ନୂଆଦିଲ୍ଲୀ,୯ ।୧: କରୋନା ଭାଇରସ ଭ୍ୟାକ୍ସିନ ଏବେ ଶେଷ ପର୍ଯ୍ୟାୟରେ । ଭ୍ୟାକ୍ସିନେଶନ ପାଇଁ କେବେବି ତାରିଖ ଘୋଷଣା କରାଯାଇପାରେ । ଅନୁମାନ କରାଯାଉଛି କି ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଏକ ଅନୁରୋଧ କରିଛନ୍ତି । କେଜରିୱାଲ କହିଛନ୍ତି ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦିଆଯାଉ । ଟୁଇଟ୍ କରି କେଜରିୱାଲ କହିଛନ୍ତି କରୋନା ଚଳିତ ଶତାବ୍ଦିର ସବୁଠାର ବଡ ମହାମାରୀ । ଏବେ ଆମେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବାର ସମୟ । ତେଣୁ ଏବେ ସମସ୍ତ ଦେଶବାସୀଙ୍କୁ ଯଦି ମାଗଣାରେ କରୋନା ଟିକା ଦିଆଯାଆନ୍ତା ତେବେ ଏଥିରେ ଯାହା ଖର୍ଚ୍ଚ ହୁଅନ୍ତା ଏହା ବଦଳରେ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇ ହୁଅନ୍ତା । କିଛିଦିନ ପୂର୍ବରୁ କେଜରିୱାଲ ଘୋଷଣା କରିଥିଲେ କି ଦିଲ୍ଲୀର ପ୍ରାୟ ୨ କୋଟି ବାସିନ୍ଦାଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । କେଜରିୱାଲଙ୍କ ସହ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବି ଏହା ଘୋଷଣା କରିଥିଲେ । କରୋନା ଟିକାକରଣ ପୂର୍ବରୁ ଦିଲ୍ଲୀରେ ଶୁକ୍ରବାର ଟିକାକରଣର ପୂର୍ବାଭ୍ୟାସ ବା ଡ୍ରାଏରନ୍ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…

ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା...

ଡେଟଲ ରଚିଲା ଇତିହାସ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଲୋକେ ଏବେ ନିଜ ହାତକୁ ପରିଷ୍କାର ରଖିବା ପାଇଁ ସାବୁନରେ ହାତ ଧୋଉଛନ୍ତି। ଫଳରେ ଭାରତୀୟ ସାବୁନ ବଜାରରେ ଅନେକ ପରିବର୍ତ୍ତନ...

ହରିୟାଣା ନିର୍ବାଚନ: କରନାଲରେ ପ୍ରାର୍ଥିପତ୍ର ଦାଖଲ କଲେ ଖଟ୍ଟର

ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ...

କୁହୁଡ଼ି ନେଲା ୬ ଜୀବନ

କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍‌ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ...

୩ ଗୁପ୍ତଚର ଧରାପଡ଼ିଲେ: ପାକିସ୍ତାନକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ହିସାର,୩।୮: ହରିୟାଣାର ହିସାରରୁ ୩ ଗୁପ୍ତଚର ଧରାପଡ଼ିଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାର ସୂଚନା ଆଧାରରେ ରାଗିବ୍‌, ମେହତାବ୍‌ ଏବଂ...

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା...

କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର...

ଜମ୍ମୁ-କଶ୍ମୀର ପୋଲିସରୁ ବରଖାସ୍ତ ହେଲେ ଡିଏସ୍‌ପି ଦାବିନ୍ଦର

ଶ୍ରୀନଗର,୧୫।୧: କଶ୍ମୀର ଆତଙ୍କବାଦୀଙ୍କ ସହ ଧରାପଡ଼ିଥିବା ଡିଏସ୍‌ପି ଦାବିନ୍ଦର ସିଂହଙ୍କ ଉପରେ ବୁଧବାର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମ୍ମୁ-କଶ୍ମୀର ପୋଲିସରୁ ତାଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି।...

Advertisement


Archives

Model This Week