Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍‌ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ୫୯ ରନରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ୫ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଥିବା ଆରସିବି ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ବଡ଼ ସ୍କୋରର ପିଛା କରି ଆରସିବି ମାତ୍ର ୨୭ ରନରେ ଦୁଇ ଓପନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଦେବଦତ୍ତ ପଡିକାଲ ୪ ଓ ଆରୋନ ଫିଞ୍ଚ୍‌ ୧୩ ରନ କରି ଆଉଟ ହୋଇଥିଲେ। ପରେ ଏବି ଡି’ଭିଲର୍ସ ମାତ୍ର ୯ ରନରେ ଆଉଟ ହେବା ଦଳ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। ବଡ଼ ଶଟ୍‌ ଖେଳିବା ଦକ୍ଷତା ରଖିଥିବା ମୋଇନ୍‌ ଅଲୀ କ୍ରିଜରେ ଯୋଗ ଦେଇଥିଲେ ହେଁ ମାତ୍ର ୧୧ ରନର ଯୋଗଦାନ ଦେଇ ପାରିଥିଲେ। ଫଳରେ କୋହଲିଙ୍କ ଉପରେ ଚାପ କ୍ରମଶଃ ବଢ଼ିଥିଲା। ୧୪ତମ ଓଭରରେ ବୋଲିଂ କରିଥିବା କାଗିଶୋ ରାବାଡ଼ାଙ୍କ ତୃତୀୟ ବଲ୍‌ରେ ଉଇକେଟ କିପର ରିଷଭ ପନ୍ତଙ୍କୁ କ୍ୟାଚ ଦେଇ କୋହଲି ପ୍ୟାଭିଲିୟନ ଫେରିବା ସହ ଆରସିବିର ବିଜୟ ଆଶା ଶେଷ ହୋଇ ଯାଇଥିଲା। ୩୯ଟି ବଲ୍‌ ଖେଳିଥିବା କୋହଲି ୨ ଚୌକା ଓ ୧ ଛକା ସହାୟତାରେ ୪୩ ରନ କରିଥିଲେ। ଓ୍ବାଶିଂଟନ ସୁନ୍ଦର ୧୭ ଓ ଶିବମ୍‌ ଦୁବେ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ।
ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୪ଟି, ଏନରିଚ୍‌ ନର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ବିରାଟ କୋହଲି। ଦିଲ୍ଲୀ ପକ୍ଷରୁ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ବିସ୍ଫୋରକ ଆରମ୍ଭ କରିଥିଲେ। ପୂର୍ବ ମ୍ୟାଚ ଗୁଡ଼ିକ ଭଳି ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରିଥିଲେ ହେଁ ଅନ୍ୟ ବୋଲରଙ୍କୁ ଏ ଦୁହେଁ ଟାର୍ଗେଟ କରିଥିଲେ। ଫଳରେ ପାଓ୍ବାର ପ୍ଲେ ୬ ଓଭର ବେଳକୁ ଦିଲ୍ଲୀ କୌଣସି ଉଇକେଟ ନ ହରାଇ ୬୩ ରନ ସଂଗ୍ରହ କରି ନେଇଥିଲା। ୪୦ ବଲ୍‌ରୁ ୬୮ ରନ ସଂଗ୍ରହ ହେବାପରେ ପୃଥ୍ବୀ ଆଉଟ ହୋଇଥିଲେ। ଚଳିତ ସିଜନରେ ପ୍ରଥମଥର ପାଇଁ ଖେଳିବା ସୁଯୋଗ ପାଇଥିବା ମହମ୍ମଦ ସିରାଜ ଆରସିବିକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୩ଟି ବଲ୍‌ ଖେଳିଥିବା ପୃଥ୍ବୀ ୫ ଚୌକା ଓ ୨ ଛକା ସହାୟତାରେ ୪୨ ରନ ସଂଗ୍ରହ କରିଥିଲେ। ଏହାର ୩ ଓଭର ପରେ ଧାଓ୍ବନ ୩୨(୨୮ ବଲ, ୩ ଚୌକା) ରନ କରି ଆଉଟ ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟାର ମାତ୍ର ୧୧(୧୩ ବଲ, ୧ ଚୌକା) ରନରେ ଆଉଟ ହେବା ଦଳକୁ ଧକ୍କା ପହଞ୍ଚାଇଥିଲେ ହେଁ ରିଷଭ ପନ୍ତ ଓ ମାର୍କୁସ ଷ୍ଟୋଇନିସ ୪ର୍ଥ ଉଇକେଟରେ ୮୯ ରନ ଯୋଗ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ୧୯ତମ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜଙ୍କ ଦ୍ୱିତୀୟ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ପନ୍ତ। ସେ ୨୫ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରିଥିଲେ। ଷ୍ଟୋଇନିସ ଦଳ ପକ୍ଷରୁ ସର୍ବାଧିକ ୫୩ ରନ କରି ଅପରାଜିତ ରହିଥିଲେ। ସେ ମାତ୍ର ୨୬ଟି ବଲ୍‌ ଖେଳିଥିବାବେଳେ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଥିଲେ। ଶିମରନ ହେଟମେର ୭ ବଲ୍‌ରୁ ୧୧(୧ ଛକା) ରନରେ ଅପରାଜିତ ଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ୨ଟି ଏବଂ ଇସୁରୁ ଉଡାନା ଓ ମୋଇନ ଅଲୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୦ ରନ ବ୍ୟୟ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୯୬/୪ (ଷ୍ଟୋଇନିସ-୫୩*, ପୃଥ୍ବୀ-୪୨, ପନ୍ତ-୩୭, ଧାଓ୍ବନ-୩୨, ସିରାଜ-୨/୩୪, ଉଡାନା-୧/୪୦, ମୋଇନ-୧/୨୧)। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୩୭/୯ (କୋହଲି-୪୩, ରାବାଡ଼ା-୪/୨୪, ଅକ୍ଷର-୨/୧୮, ନର୍ଜେ-୨/୨୨, ଅଶ୍ୱିନ-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?